Category: ମୁଖ୍ୟ ଖବର

  • ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜଧାନୀରେ ଅସହ୍ୟ ତାତି, ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲା

    ରାଜ୍ୟରେ ତାତି ଅସହ୍ୟ ହେଲାଣି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ । ସକାଳୁ ସକାଳୁ ତାପମାତ୍ରା ବଢ଼ିବାରେ ଲାଗୁଛି । ପାରଦ ଉପରମୁହାଁ ରହୁଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତିକୁ ନେଇ ଚିନ୍ତାରେ ରାଜଧାନୀବାସୀ ।

    ଆଜି ୬ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ୩୮ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ ତାପମାତ୍ରା ରହିଛି । ଚାନ୍ଦବାଲିରେ ୩୭.୪ ଡିଗ୍ରୀ, କେନ୍ଦୁଝରରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୪, ପୁରୀରେ ୩୩.୮ ଡିଗ୍ରୀ ଥିବାବେଳେ ପାରାଦୀପର ତାପମାତ୍ରା ୩୨.୮ ଡିଗ୍ରୀ ରହିଛି । ତାତି ବଢୁଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

    ଆସନ୍ତା ଦିନରେ ଆହୁରି ତାତି ବଢ଼ିବ । ତେବେ ସାଧାରଣତଃ ଲସି ଦୋକାନ, ପଇଡ଼ ଦୋକାନ, ଥଣ୍ଡା ପାନୀୟ ଜଳ ମିଳୁଥିବା ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଜମିଥାଏ । ହେଲେ, ସକାଳୁ ସକାଳୁ ତାତି ବଢୁଥିବାରୁ ଲୋକେ ଏଠାରେ ଆଉ ଭିଡ଼ ଜମାଉନାହାଁନ୍ତି । ତେଣୁ ବାହାରକୁ ବାହାରିଲେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଛତା ଏବଂ ଜୋତା ବ୍ୟବାହର କରନ୍ତୁ । କଳା ଚଷମା ବ୍ୟବହାର କଲେ ଆହୁରି ଭଲ । ତେଣୁ ତାତିରୁ ରକ୍ଷା ପାଇବା ପାଇଁ ଆମକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

  • ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ବିଜେପି ନେତାଙ୍କୁ ରାସ୍ତା ଉପରେ ହାଣି ପକେଇଲେ ଦୁର୍ବୃତ୍ତ

    ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକାର ନଗର ଉପସଭାପତି ଲୋକନାଥ ରାଉତ ମଙ୍ଗଳବାର ସକାଳୁ ସୋର ଥାନା ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି। ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଥାନା ନିକଟରେ 2 ଜଣ ଅଜ୍ଞାତ ଯୁବକ ଆସି ତାଙ୍କୁ ପଛପଟରୁ ଭୁଜାଲିରେ ଆକ୍ରମଣ କରିଥିଲେ।

    ଆକ୍ରମଣ ପରେ ଲୋକନାଥ ତଳେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁଇ ଯୁବକ ସେଠାରୁ ଫେରାର ମାରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଲୋକନାଥଙ୍କ ସ୍ଥିତି ଗମ୍ଭୀର ଥିବାରୁ ସେଠାରୁ ତାଙ୍କୁ ବାଲେଶ୍ୱର ରେଫର କରାଯାଇଥିଲା।

     ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ତେବେ ଲୋକନାଥ ପୂର୍ବରୁ ବିଜେଡିରେ ଥିଲେ, ପରବର୍ତ୍ତି ସମୟରେ  ବିଜେପିରେ ଯୋଗଦେଇଥିଲେ। ତେଣୁ ଏହା ରାଜନୈତିକ ଶତ୍ରୁତାରୁ ସଂଗଠିତ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।