Category: ମୁଖ୍ୟ ଖବର

  • ରେଳ ବଜେଟ ପ୍ରତିବାଦରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦର ସାମ୍ବାଦିକ ସମ୍ମିଳନୀ

    ରେଳ ବଜେଟ ପ୍ରତିବାଦରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦର ସାମ୍ବାଦିକ ସମ୍ମିଳନୀ

    ଯାଜପୁର ରୋଡ଼-ଧାମରା ରେଳପଥକୁ କେନ୍ଦ୍ର ବଜେଟରେ ଅଣଦେଖା। ବଜେଟରେ ବହୁ ରେଳପଥ ସମ୍ପ୍ରସାରଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇଥିବା ବେଳେ ଯାଜପୁର ରୋଡ- ଧାମରା ରେଳପଥ ପାଇଁ ଅନୁଦାନ ମିଳିଲା ନାହିଁ। ଏହାକୁ ନେଇ ଅସନ୍ତୋଷ ଜାହିର କରିଛି ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ପରିଷଦ। ଏନେଇ ଯାଜପୁର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦାବି ଉପସ୍ଥାପନ କରିଛି ପରିଷଦ।

    ବଜେଟରେ ଏହି ରେଳପଥ ପାଇଁ ଅନୁଦାନ ମଞ୍ଜୁର ନ କରି ଯାଜପୁର-ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଅଧିବାସୀମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସଂଗ୍ରାମ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀରେ ଭେଟିବା ସମୟରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାରୁ ଏହାକୁ ଯାଜପୁର ରୋଡ଼-ଧାମରା ରେଳପଥ ନିର୍ମାଣ ସଂଗ୍ରାମ ପରିଷଦ ତରଫରୁ ଦୃଢ଼ ନିନ୍ଦା କରାଯାଇଛି ।

    ସଂଗ୍ରାମ ପରିଷଦର ସଂଯୋଜକ ପଦ୍ମାକର ଗୁରୁ, ଆଲୋକ ବେହେରା ପ୍ରମୁଖ ଉପସ୍ଥିତ ରହି ସଂସଦ ଅଧିବେଶନ ସରିବା ପୂର୍ବରୁ ଏହି ରେଳପଥ ନିର୍ମାଣ ପ୍ରୋଜେକ୍ଟ ପାଇଁ ଅର୍ଥ ମଞ୍ଜୁର ନକଲେ ୩ଟି ଯାକ ଜିଲ୍ଲାରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚେତାବନୀ ଦିଆଯାଇଛି ।

  • ବିହାର ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ କଂଗ୍ରେସ ଜାଲରେ ଫସିବେ କି ଜିତେନ ରାମ୍?

    ବିହାର ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ କଂଗ୍ରେସ ଜାଲରେ ଫସିବେ କି ଜିତେନ ରାମ୍?

    ବିହାରରେ ପଲଟୁରାମ ପଲଟି ମାରିବା ପରେ ପୁଣି ଏନଡିଏ ସରକାର ଗଠିତ ହୋଇଛି । କିନ୍ତ ଏବେ ଫ୍ଲୋର ଟେଷ୍ଟ ବାକି ଅଛି । ଏଥିସହିତ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ, ‘ହମ୍’ ସଂଯୋଜକ ଜିତନ୍ ରାମ ମାଞ୍ଝି ଆଜିକାଲି ବେଶ ଚର୍ଚ୍ଚାରେ । ଜିତନ୍ ରାମ ମାଞ୍ଝି ‘ହମ୍’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି । ଏହାରି ଭିତରେ ଜିତନ ରାମ ମାଞ୍ଝିଙ୍କୁ ନେଇ ଏକ ବଡ ଖବର ଆସିଛି । କଂଗ୍ରେସ, ଜିତନ ରାମ ମାଞ୍ଜିଙ୍କୁ ସିଏମ ପଦ ପଇଁ ଅଫର୍ କରିଛନ୍ତି ।

    ଯେତେବେଳେ କଂଗ୍ରେସ ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ଏନଡିଏ ସରକାରରେ ମାଞ୍ଝି ଦୁଇଟି ମନ୍ତ୍ରୀ ପଦ ଦାବି କରୁଛନ୍ତି । ଏହା ଉପରେ ଅଖିଳେଶ ପ୍ରସାଦ ସିଂ ଜିତନ ରାମ ମାଞ୍ଝିଙ୍କୁ ଏକ ଖୋଲା ଅଫର ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଆମ ସହିତ ଆସନ୍ତୁ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବୁ । ଏହି ବିବୃତ୍ତି ପରେ ବିହାର ରାଜନୀତିରେ ହଇଚଇ ଆରମ୍ଭ ହୋଇଛି ।

    ଏହି ସମୟରେ, ଏହି ପ୍ରସଙ୍ଗରେ ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ସବୁ କଥା ସାର୍ବଜନୀନ କରାଯାଇପାରିବ ନାହିଁ । ତେଜସ୍ୱୀ ଯାଦବ କେବଳ ବିସ୍ମିତ କରିବା ପାଇଁ ଜଣାଶୁଣା । ସେ ସ୍ପଷ୍ଟ ଭାବେ କହିଛନ୍ତି, ଯେ ଖେଳ ଏବେବି ଚାଲିଛି ।

    ତେବେ ଏଠାରେ କହିରଖୁଛୁ ଯେ, ଗ୍ରାଣ୍ଡ ଆଲାଏନ୍ସରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏରେ ଯୋଗ ଦେଇଥିଲେ । ଏହି ନୂତନ ସରକାରରେ ବିଜେପିରୁ ୨ ଜଣ ଡେପୁଟି ସିଏମ୍ ଗଠନ କରାଯାଇଛି । ‘ହମ୍’ ଅଧ୍ୟକ୍ଷ ସନ୍ତୋଷ ସୁମନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୋହିପରି ସ୍ୱାଧୀନ ବିଧାୟକ ସୁମିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହିତ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଜିତନ ରାମ ମାଞ୍ଝି ଦୁଇଟି ମନ୍ତ୍ରୀ ପଦବୀ ଦାବି କରିଛନ୍ତି ।

  • ବିଧାୟକ ବ୍ୟୋମକେଶ ରାୟଙ୍କୁ କଳା ପତାକା ଦେଖାଇ ପ୍ରତିବାଦ

    ବିଧାୟକ ବ୍ୟୋମକେଶ ରାୟଙ୍କୁ କଳା ପତାକା ଦେଖାଇ ପ୍ରତିବାଦ

    ଚାନ୍ଦବାଲି ବ୍ଲକ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯିବା ବେଳେ ସାଧାରଣ ଲୋକେ କଳା ପତାକା ଦେଖାଇ ଲେ ଖଟୁଆ ସାହିର ଲୋକେ।

    ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତ ଖଟୁଆ ସାହିର ଲୋକେ ଚାନ୍ଦବାଲି ବିଧାୟକ ଡ଼ ବ୍ଯାମକେଶ ରାୟ ଙ୍କ ଗାଡ଼ି ଓ ସମର୍ଥକ ଙ୍କୁ କଳାପତାକା ଦେଖାଇ ବା ସହ ଚାନ୍ଦବାଲି ବିଧାୟକ ହାଏ ହାଏ ଗୋବ୍ଯାକ ବୋଲି ନାରା ମଧ୍ୟ ଦେଇ ଥିଲେ।ଘଟପୁର ପଞ୍ଚାୟତ ରେ “ଆମ ଓଡ଼ିଶା ନବୀନ ଓଡ଼ିଶା”କାର୍ଯ୍ୟ କ୍ରମ ରେ ଯୋଗ ଦେବାପାଇଁ ଯାଉଥିବା ସମୟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ନାରା ଥିଲା ଆମ ଘରପୋଡି,ବନ୍ଯା, ବାତ୍ୟା ଭଳି ଲୋକଙ୍କ ବିପତ୍ତି ସମୟରେ ଦେଖା ନାହିଁ କିନ୍ତୁ ନିର୍ବାଚନ ପୂର୍ବରୁ ଆସିଛନ୍ତି ଭୋଟ ନେବାପାଇଁ ଏହି ଭଳି କୋହ ଭରା କଣ୍ଠରେ ଲୋକ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

  • ସ୍ତ୍ରୀକୁ ପୋଡ଼ି ମାରିବା ମାମଲାରେ ସ୍ୱାମୀକୁ ସଜା

    ସ୍ତ୍ରୀକୁ ପୋଡ଼ି ମାରିବା ମାମଲାରେ ସ୍ୱାମୀକୁ ସଜା

    ସ୍ତ୍ରୀକୁ ପୋଡି ମାରିଦେଇଥିବା ଘଟଣାରେ ପତ୍ନୀ ହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୈରାଜଜ। ଅଭିଯୁକ୍ତ ରଞ୍ଜନ ଗାଗରାଇ ନିଜ ସ୍ତ୍ରୀ ଜତନୀ ମୁଣ୍ଡାକୁ କିରୋସିନ ଢାଳି ନିଆଁ ଲଗାଇ ମାରିଦେଇଥିବା ନେଇ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈରାଜଜ୍ । ସୁଚନା ଅନୁୟାୟୀ ଚମ୍ପୁଆ ଉପଖଣ୍ଡ ବଡ଼ବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦା ଗ୍ରାମର ରଞ୍ଜନ ଗାଗରାଇ ନିଜ ସ୍ତ୍ରୀ ଜତନୀ ମୁଣ୍ଡାକୁ ଗତ ରାତିରେ ଘର ଭିତରେ କିରୋସିନି ଢାଳି ପୋଡି ମାରିଦେବାକୁ ଉଦ୍ୟମ କରିଥିଲା।

    ଗୁରୁତର ଜତନି ମୁଣ୍ଡା କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ଜତନି ମୃତ୍ୟୁ ହୋଇଥିଲା । ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତକଙ୍କ ମୃତ୍ଯୁକାଳୀନ ଜମାନବନ୍ଦୀ ଆଧାରରେ ଏକ ମାମଲା ରୁଜୁ କରି ଆସାମୀ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

  • ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ଭିସା ଷ୍ଟିଲ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

    ନିଆରା ଢଙ୍ଗରେ ସଡ଼କ ସୁରକ୍ଷା ମାସ ପାଳିଲେ ଭିସା ଷ୍ଟୀଲ କର୍ମଚାରୀ । ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ ହୋଇ ଲୋକମାନଙ୍କୁ ଗୋଲାପ ଫୁଲ ସହିତ ଚକୋଲେଟ୍ ଦେଇ ସଚେତନ କରାଇଲେ । ସୂଚନା ମୁତାବକ ଯାଜପୁର ଜିଲ୍ଲା କଳିଙ୍ଗ ନଗର ଅନ୍ତର୍ଗତ ଭିସା ଷ୍ଟିଲ ଗ୍ରୁପ ତରଫରୁ ଏକ ପଦଯାତ୍ରା କରି ସଡ଼କ ସୁରକ୍ଷା ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଭିସା ଗ୍ରୁପର କର୍ମଚାରୀ ବାସୁଦେବ ପ୍ରଧାନ ଯମ ରାଜାଙ୍କ ବେଶ ଓ ନିର୍ମଳ ଚନ୍ଦ୍ର ବଳ ଚିତ୍ରଗୁପ୍ତ ବେଶ ପରିଧାନ କରି ରାସ୍ତା ଉପରେ ଲୋକମାନଙ୍କୁ ହେଲମେଣ୍ଟ ପିନ୍ଧି ଗାଡି ଚଳାଇବା,ମଦ୍ୟପାନ କରି ଗାଡି ନ ଚଳାଇବା,ଟ୍ରାଫିକ ନିୟମ କୁ ମାନିବା, ଗାଡିଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା ଓ ଦ୍ରୁତ ଗତିରେ ଗାଡି ନ ଚଳାଇବା ପାଇଁ ଡ୍ରାଇଭର ମାନଙ୍କୁ ସଚେତନ କରାଇଥିଲେ । ଯେଉଁ ମାନେ ଟ୍ରାଫିକ ନିୟମ କୁ ମାନି ଗାଡି ଚଳାଉଥିଲେ, ସେମାନଙ୍କୁ ଚକଲେଟ ଓ ଫୁଲ ଦେଇ ସମ୍ମାନ ଜଣାଇ ଥିଲେ। ଭିସା ଗ୍ରୁପ ର ଏଭଳି ଏକ ପ୍ରୟାସ କୁ ସାଧାରଣ ଗାଡି ଚାଳକ ମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିଦେବା ସହ ଏଭଳି ଏକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି।

  • କେଉଁଠି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ … ଇଡିର ସନ୍ଧାନ ଜାରି, ବିଏମଡବ୍ଲୁ କାର ଜବତ

    କେଉଁଠି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ … ଇଡିର ସନ୍ଧାନ ଜାରି, ବିଏମଡବ୍ଲୁ କାର ଜବତ

    ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି।ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ର ଏକ ଟିମ୍ ସୋମବାର ଦିନ ଜମି ଜାଲିଆତି ମାମଲାରେ ମନି ଲଣ୍ଡରିଂ ଯାଞ୍ଚ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀର ବାସଭବନରେ ପହଞ୍ଚିଥିଲେ। ୧୩ ଘଣ୍ଟାରୁ ଅଧିକ ସମୟ ସେଠାରେ ଛାଉଣି ପକାଇଥିଲେ | ଏହି ସମୟରେ ଇଡି ଟିମ୍ ପରିସର ଭିତର ଖୋଜାଖୋଜି କରିଥିଲେ।ସୂଚନାଅନୁଯାୟୀ ଯେ ଏହି ସମୟ ମଧ୍ୟରେ ଇଡି ଦଳ ହେମନ୍ତ ସୋରେନଙ୍କ ବିଏମଡବ୍ଲୁ କାର ଏବଂ କିଛି ଡକ୍ୟୁମେଣ୍ଟ ନେଇ ଯାଇଥିଲେ। ବିଜେପି ହେମନ୍ତ ସୋରେନଙ୍କୁ ଚାପ ପକାଉଛି । ଏଥି ସହିତ ପରିବାର ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାମାନେ ହେମନ୍ତ ସୋରେନଙ୍କୁ ବଦନାମ କରିବା ପାଇଁ ଏହାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି।

    ବିଶେଷ ସୂତ୍ର ଅନୁଯାୟୀ ସୋରେନ ନିଖୋଜ ଅଛନ୍ତି ଏବଂ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇ ନାହାଁନ୍ତି, କିନ୍ତୁ ସୋରେନଙ୍କ ପରିବାରର ଜଣେ ସଦସ୍ୟ ଏହି ଘଟଣାକୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି। ପରିଚୟ ସର୍ବସାଧାରଣ ଗୋପନ ରଖିବା ସର୍ତ୍ତରେ ପରିବାର ସଦସ୍ୟ କହିଛନ୍ତି ଯେ ସୋରେନ ଇଡି ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ଜାନୁଆରୀ ୩୧ ରେ ଦ୍ୱିପ୍ରହର ୧ ଘଟିକା ସମୟରେ ତାଙ୍କ ବାସଭବନରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ନିଜେ ଇଚ୍ଛା ପ୍ରକାଶ କରିଛନ୍ତି।

  • ଭାରତୀୟ ନୌସେନା ଆରବ ସାଗରରେ ଦେଖାଇଲା ସାହସିକତାର ପ୍ରଦର୍ଶନ, ୨୪ ଘଣ୍ଟାରେ ଉଦ୍ଧାର ହେଲା ୨ଟି ଜାହାଜ

    ଭାରତୀୟ ନୌସେନା ଆରବ ସାଗରରେ ଦେଖାଇଲା ସାହସିକତାର ପ୍ରଦର୍ଶନ, ୨୪ ଘଣ୍ଟାରେ ଉଦ୍ଧାର ହେଲା ୨ଟି ଜାହାଜ

    ଭାରତୀୟ ନୌସେନାର ବୀରତା ପୁଣି ଆରବ ସାଗରରେ ଦେଖାଗଲା। ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ଡକାୟତମାନଙ୍କଠାରୁ ଦୁଇଟି ଜାହାଜ ରକ୍ଷା କରିଥିଲା। କେବଳ ଏତିକି ନୁହେଁ ନୌସେନା ଗୋଟିଏ ଜାହାଜରୁ ୧୯ ଜଣ ପାକିସ୍ତାନୀ ଏବଂ ଅନ୍ୟରୁ ୧୭ ଜଣ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରିଛି।

    ଭାରତୀୟ ନୌସେନା ୨୮ ଏବଂ ୨୯ ଜାନୁଆରୀରେ ଆରବ ସାଗରରେ ଦୁଇଟି ଜାହାଜକୁ ଅପହରଣରୁ ରକ୍ଷା କରିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ନୌସେନାର ଯୁଦ୍ଧ ଜାହାଜ INS ସୁମିତ୍ରା ପ୍ରଥମେ ଇରାନର ଜାହାଜ FB ଇରାନକୁ ଅପହରଣରୁ ରକ୍ଷା କରିଛି। ଏହା ପରେ ନିଜେ ଆରବ ସାଗରରେ ଏକ ସ୍ୱତନ୍ତ୍ର ଅପରେସନ କରି ଅଲ ନାଇମି ନାମକ ଏକ ଜାହାଜକୁ ସୋମାଲିଆର ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା | ଏହି ଅପରେସନରେ ଇଣ୍ଡିଆନ୍ ମେରାଇନ୍ କମାଣ୍ଡୋମାନେ ଅଂଶଗ୍ରହଣ କରିଥିଲେ।

    ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, INS ସୁମିତ୍ରା ଦ୍ୱିତୀୟ ସଫଳ ଡକାୟତି ବିରୋଧୀ ଅପରେସନ୍ କରିଥିଲେ। ଏହି ଅପରେସନରେ ୧୯ ଜଣ କ୍ରିୟୁ ମେମ୍ବର ଏବଂ ଜାହାଜକୁ ସଶସ୍ତ୍ର ସୋମାଲି ଡକାୟତମାନଙ୍କଠାରୁ ଉଦ୍ଧାର କରାଯାଇଥିଲା |

  • ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ଟେଲାପାଲି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତିର ପକ୍ଷୀ

    ()କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ଗ୍ରାମ ପଂଚାୟତ ଅଧିନସ୍ଥ ଟେଲାପାଲି ଗ୍ରାମର ନଦୀରୁ ଏକ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ହୋଇଛି । ଟେଲାପାଲି ଗ୍ରାମର ୪ଜଣ ଯୁବକ ସୁନୀଲ ରଣା, ବିକାଶ ରଣା, ସିକୁ ରଣା ଏବଂ ନୀଳକଣ୍ଠ ରଣା ଆଜି ସକାଳୁ ଶୌଚ ହେବାପାଇଁ ନଦୀକୁ ଯାଇଥିଲେ । ସେଠାରେ ଥିବା ଏକ ନାଳରେ ଏକ ବିରଳ ପ୍ରଜାତିର ପକ୍ଷୀଟିଏ ବସିଥିବା ଦେଖି ପ୍ରଥମେ ଭୟଭୀତ ହୋଇ ଯାଇଥିଲେ । ପରେ ତାକୁ ଉଦ୍ଧାର କରି ଫିରିଙ୍ଗିଆ ଫରେଷ୍ଟର ପ୍ରବୀଣ ଦାସଙ୍କୁ ଘଟଣା ସମ୍ୱନ୍ଧରେ ଜଣେଇଥିଲେ । ଖବର ପାଇ ଫିରିଙ୍ଗିଆ ଫରେଷ୍ଟର ଟେଲାପାଲି ଗ୍ରାମରେ ପହଂଚିଥିଲେ । ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ମଧ୍ୟ ଟେଲାପାଲି ଗ୍ରାମରେ ପହଂଚି ସୁରକ୍ଷିତ ଭାବେ ଫୁଲବାଣୀକୁ ନେଇଯାଇଥିଲେ । ଉଭୟ ବନାଞ୍ଚଳ ଅଧିକାରୀ ଓ ଫରେଷ୍ଟରଙ୍କ କହିବା ପ୍ରକାରେ ଉଦ୍ଧାର ହୋଇଥିବା ପକ୍ଷୀର ମୁଣ୍ଡରେ ଆଘାତ ରହିଛି ତେଣୁ ତାକୁ ମେଡିକାଲକୁ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା କହିଛନ୍ତି।

  • ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ବଲାଙ୍ଗିର ଲୋକଙ୍କ ଦୁଖ ବୁଝିଲେ ରାଜ୍ଯପାଳ , ଦେଲେ ଉତ୍ତମ ପରାମର୍ଶ

    ଦିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ରହିଥିଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ।ଗତକାଲି ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । କୁପୋଷଣଠାରୁ ଶିଶୁ ମାନଙ୍କଠାରୁ ଦୁରେଇ ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ମଧ୍ୟ କହିଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ପରେ ମିଶନ ଶକ୍ତି ମହିଳାମାନଙ୍କୁ ଭେଟି ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ପରାମର୍ଶ ଦେଇଥିଲେ ।

    ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।

  • ପଲଟିଗଲେ ପଲ୍ଟୁରାମ! ପୁଣି ପଦ୍ମମୁହାଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

    ପଲଟିଗଲେ ପଲ୍ଟୁରାମ! ପୁଣି ପଦ୍ମମୁହାଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

    ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ବିହାରର ପ୍ରାୟ ଦେଢ ବର୍ଷର ଗଠବନ୍ଧନ ସରକାରରେ ପଡିଛି ପୂର୍ଣ୍ଣଚ୍ଛେଦ । ହେଲେ ଏବେ ଖାଲି ବିହାର ନୁହେଁ ସମଗ୍ର ଦେଶରେ ନୀତିଶ କୁମାର ଏବଂ ବିଜେପିକୁ ନେଇ ଉଠିଛି ଅନେକ ପ୍ରଶ୍ନ । ତେବେ କାହିଁକି ଏମିତି ବାରବାର ନୀତିଶ ଦଳ ବଦଳାଉଛନ୍ତି । ଯଦି ନୀତିଶ ପୁନଶ୍ଚ ବିଜେପିରେ ସାମିଲ ହୋଇ ସରକାର ଗଢନ୍ତି ତେବେ ଏହା ତାଙ୍କର ୪ର୍ଥ ଥର ପାଇଁ ମେଣ୍ଟ ପରିବର୍ତ୍ତନ ହୋଇଯିବ । ବାସ୍ତବ କଥା ହେଉଛି କ୍ଷମତାରେ ସ୍ବାଦ ଠାରୁ କେବେ ବି ନୀତିଶ କୁମାର ଦୂରେଇବାକୁ ଚାହାନ୍ତି ନାହିଁ, ଏକଥା ତାଙ୍କ କାର୍ଯ୍ୟକାଳରୁ ଜଣାପଡୁଛି । ରାଜନୀତିରେ ଗୋଟିଏ ଶବ୍ଦ ଅଛି, ବର୍ଷା ଯେଉଁଆଡେ ଛତା ସେଇଆଡେ । ଯାହା ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୂରା ସୁଟ୍ କରେ ।

    ତେବେ ବିହାରରେ ବର୍ତ୍ତମାନର ସ୍ଥିତି କଣ ହେବ ତାହା କେତୋଟି ତଥ୍ୟରୁ ଅନୁମାନ କରିହେବ । ଗତ ନିର୍ବାଚନରେ ବିହାରରେ ଆରଜେଡିକୁ ସବୁଠୁ ଅଧିକ ସିଟ୍ ଅର୍ଥାତ ୭୯ଟି ମିଳିଥିଲା । ସେହିପରି ବିଜେପିକୁ ୭୮, ଜେଡିୟୁକୁ ୪୫, କଂଗ୍ରେସକୁ ୧୯, ବାମଦଳକୁ ୧୬, ହାମକୁ ୪, ଏଗଏସଆଇଏମ ୧ ଏବଂ ଗୋଟିଏ ସ୍ଭାଧୀନ ପ୍ରାର୍ଥି ବିଜୟୀ ହୋଇଥିଲେ । ତେବେ ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଏବେ ଆରମ୍ଭ ହୋଇଛି କସରତ । ଯେହେତୁ ଜେଡିୟୁ ବିହାର ସରକାରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି ତେଣୁ, ସେ ଯେଉଁଆଡେ ଡିଆଁ ମାରିବେ ସେ ହିଁ ସରକାର ଗଢିବ । ପୂର୍ବରୁ ଆରଜେଡିର ୭୯, ଜେଡିୟୁର ୪୫, କଂଗ୍ରେସର ୧୯ ଏବଂ ବାମଦଳର ୧୬ ସିଟ୍ ମିଶାଇ ସମୁଦାୟ ୧୫୯ ସିଟରେ ସରକାର ଗଢିଥିଲା ମହାଗଠବନ୍ଧନ । ଏବେ ଯଦି ପୁଣି ବିଜେପିର ହାୟ ଧରନ୍ତି ନୀତିଶ ତେବେ ବିଜେପି ୭୮, ଜେଡିୟୁ ୪୫, ହାମ୍ ୪ ଏବଂ ସ୍ବାଧୀନର ଜଣଙ୍କୁ ମିଶାଇ ମୋଟ ୧୨୮ ସିଟ ହେଉଛି । ହେଲେ ସରକାର ଗଢିବାକୁ ଦରକାର ୧୨୨ ବଧାୟକ ।

    ଆଶ୍ଚର୍ଯ୍ୟ କଥା ମେଣ୍ଟ ପରିବର୍ତ୍ତନ ବେଳେ ନେତାମାନେ ଶବ୍ଦର ସୀମା ଲଙ୍ଘିଯାନ୍ତି । ପରସ୍ପରକୁ ଗାଳିଦେବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଠିକ କିଛିଦିନ ପରେ ସେମାନେ ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଚାଲିଆସନ୍ତି । ଏଥିରୁ ଜଣାପଡୁଛି ନେତାଙ୍କ ପାଖେ ନା ଅଛି ନୀତି ନା ଅଛି ନୈତିକତା । ନେତାଙ୍କ ଦଳ ଡିଆଁ ହେଉ କି ମେଣ୍ଟ ଡିଆଁ ଏଥିରେ ରାଜନେତା ମାନେ ନିଜର ଇଗୋ ଏବଂ କ୍ଷମତାର ଭୋକକୁ ସନ୍ତୁଷ୍ଟ କରନ୍ତି ସତ ହେଲେ, ସବୁଠୁ ଅଧିକ କ୍ଷତିରେ ପଡନ୍ତି ସାଧାରଣ ଜନତା । କାରଣ କ୍ଷମତା ଲୋଭୀ ନେତାଙ୍କ ଖେଳ ଭିତରେ ରାଜକାର୍ଯ୍ୟ ପାଇଁ କୌଣସି ନେତାଙ୍କ ପାଖେ ସମୟ ନଥାଏ । ଶାସନ ସ୍ଥାଣୁ ଭାବେ କେବଳ ନାମକୁ ମାତ୍ର ଚାଲେ । ତେଣୁ ନେତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ସର୍ବଦା ଜନତାଙ୍କ ସ୍ବାର୍ଥରେ ଅନ୍ତରାୟ ସୃଷ୍ଟି କରେ । ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ କେବେ ବି ଶୁଭଙ୍କର ନୁହେଁ ।