Category: ମୁଖ୍ୟ ଖବର

  • ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି ଶିବିର। ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବଡ଼ଚଣା ନିର୍ବାଚନମଣ୍ଡଳୀର ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆରେ ଏନେଇ ପ୍ରସ୍ତୁତି ଆରମ୍ଭ ହେଇଛି। ଯାଜପୁର ଚଣ୍ଡିଖୋଲରେ କରିବେ ବିରାଟ ଜନସମାବେଶକୁ ସମ୍ବୋଧନ।

    ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ରହିଛି କଡା ନଜର। ସଭାସ୍ଥଳ ପାଇଁ ଟେଣ୍ଟ ବନ୍ଧା ଚାଲିଛି। ସେପଟେ ଜିଲ୍ଲା ସଭାପତି ଗୌତମ ରାୟ ସଭା ସ୍ଥଳକୁ ଯାଇ ସେଠାରେ ଚାଲିଥିବା ଆୟୋଜନର କରିଛନ୍ତି ସମୀକ୍ଷା। ସେଠାରେ କାର୍ଯ୍ୟରତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

  • ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

    ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

    ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅଛି ଅନେକ ଆଇନ, କିନ୍ତୁ ଆମ ଲୋକମାନଙ୍କ ମାନସିକତା ପାଇଁ ଅନେକ ନିରୀହ ଶିଶୁ ଯୌନ ଉତ୍ପୀଡନର ଶିକାର ହେଲେ ମଧ୍ୟ ପାଉ ନାହାନ୍ତି ନ୍ୟାୟ। ନ୍ୟାୟ ଦେବେ କଣ କଙ୍ଗାରୁ କୋର୍ଟ ବସାଇ ଝିଅର ଇଜ୍ଜତର ମୂଲ୍ଯ କିଛି ଟଙ୍କାରେ ଗଣତି କରିବା ସହ ଥାନାକୁ ନ ଯିବାକୁ ଦେଉଛନ୍ତି ପରାମର୍ଶ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାରେ।

    ରସୁଲପୁର ବ୍ଲକରେ ଜଣେ ୧୨ ବର୍ଷର ନାବାଳିକାକୁ ରାତିରେ ଏକାକୀ ପାଇ ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧ ତାର ଘରକୁ ନେଇ ଦୁଷ୍କର୍ମ କରିବା ସହ ଘରେ କାହାରିକୁ ଏହି କଥା କହିଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି । ତେବେ, ପୀଡିତାର ଭଉଣୀ ଏହା ଦେଖି ଘରେ କହିଥିଲା। ଘଟଣାଟି ଜଣା ପଡିବା ପରେ ସାହି ପଡିଶା ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେବେ କଣ, ପୀଡିତାର ପରିବାରକୁ ୫ ହଜାର ଟଙ୍କା ଦେବା ସହ ଥାନାକୁ ନ ଯିବାକୁ କହିଥିଲେ। ଏଥିସହ ପୀଡିତାର ବାପାକୁ ଭୁଲ ମାଗିଥିଲା ଅଭିଯୁକ୍ତ।

    ଏହି କଙ୍ଗାରୁ କୋର୍ଟର ଫୈସଲାକୁ ପୀଡିତା ଓ ତାର ମା’, ବାପା ଗ୍ରହଣ ନ କରି ବ୍ରହ୍ମବରଦା ଥାନାରେ ଏତଲା ଦେଇଥିଲେ। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ସେପଟେ ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଗାଁର ଏକାଧିକ ମହିଳା ପୀଡିତାକୁ ନ୍ୟାୟ ଦେବାକୁ ଥାନାକୁ ଆସିଥିବା ଦେଖିବାକୁ ମିଳିଛି।

    ତେବେ ଏପରି ଘଟଣା ଦେଖିବା ପରେ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି। ଆମ ଦେଶରେ ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମଧ୍ୟରୁ ଅଧିକାଂଶ ସମ୍ପର୍କୀୟ, ପରିବାର ବର୍ଗଙ୍କ ଦ୍ବାରା ହୋଇଥାଏ। ତଥାପି ଲୋକଙ୍କ ଭିତରେ ଆସୁନି ପରିବର୍ତ୍ତନ।

  • ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ଲୋକସଭା ନିର୍ବାଚନ ୨୦୨୪: ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ହୋଇସାରିଛି । ବିଜେପିକୁ ରୋକିବା ପାଇଁ ଉଭୟ ଦଳ ଦିଲ୍ଲୀର ୭ ଟି ଲୋକସଭା ଆସନରେ ଏକାଠି ନିର୍ବାଚନ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। (ଆପ) ଦିଲ୍ଲୀରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ସେପଟେ ବିଜେପି ମଧ୍ୟ ୫ ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

    ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଟିକେଟ ଦେଇଛି । ଯେଉଁଠି ବିଜେପି ଏହି ଆସନ ପାଇଁ ବାଁସୁରୀ ସ୍ୱରାଜଙ୍କ ନାମ ଘୋଷଣା କରିଛି। ଅର୍ଥାତ୍ ନୂଆଦିଲ୍ଲୀ ଆସନରେ ସୋମନାଥ ଭାରତୀ ଏବଂ ବିଜେପି ପ୍ରାର୍ଥୀ ବାଁସୁରୀ ସ୍ୱରାଜଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦୀତା ହେବ।

    ନୂଆଦିଲ୍ଲୀ ଆସନରୁ ବର୍ତମାନର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଟିକେଟ୍ ବାତିଲ କରି ବାଁସୁରୀ ସ୍ୱରାଜଙ୍କୁ ଟିକେଟ୍ ଦେଇଛି। ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ ଆଡଭାନୀ ସାଂସଦ ରହି ଆସିଥିଲେ। ବାଁସୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ, ଯିଏକି ୨୦୧୯ ରେ ମୃତ୍ୟୁବରଣ କରିଥିଲେ | ୪୨ ବର୍ଷ ବୟସ୍କା ବାଁସୁରୀ ବୃତ୍ତି ଅନୁଯାୟୀ ଜଣେ ଓକିଲ ଏବଂ ୧୬ ବର୍ଷ ଧରି ଓକିଲାତି କରୁଛନ୍ତି |

    ଖୁବ୍ କମ୍ ଲୋକ ଜାଣନ୍ତି ଯେ ସୁଷମା ସ୍ୱରାଜ ତତ୍କାଳୀନ ସଲିସିଟର ଜେନେରାଲ୍ ହରିଶ ସାଲଭେଙ୍କୁ ଏକ ପ୍ରତିଶୃତି ଦେଇଥିଲେ। ହେଲେ , ସେ ତାଙ୍କ ପ୍ରତିଶୃତି ପୂରଣ କରିପାରିନଥିଲେ, କିନ୍ତୁ ସୁଷମା ସ୍ୱରାଜଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବାଁସୁରୀ ମା’ ଦେଇଥିବା ପ୍ରତିଶୃତିକୁ ପୂରଣ କରିଥିଲେ।

    ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ ରେ କୁଲଭୂଷଣ ଯାଦବଙ୍କ କେସ ଲଢ଼ିବା ପାଇଁ ସାଲଭେ ମାତ୍ର ୧ ଟଙ୍କା ଫିସ ନେଇଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଷମା ସ୍ୱରାଜ ହରିଶ ସାଲଭେଙ୍କୁ ଫୋନ କରି ଘରକୁ ଆସ ଏବଂ ଆପଣଙ୍କ ୧ ଟଙ୍କା ଫିସ ନେଇଯିବାକୁ କହିଥିଲେ। ସାଲଭେ ତାଙ୍କ ଫି ନେବା ପୂର୍ବରୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇ ଯାଇଥିଲା। ସୁଷମା ସ୍ୱରାଜଙ୍କ ମୃତ୍ୟୁର କିଛି ଦିନ ପରେ ଝିଅ ବାଁସୁରୀ ହରିଶ ସାଲଭେଙ୍କୁ ଭେଟି ତାଙ୍କୁ ୧ ଟଙ୍କା ଦେଇଥିଲେ ଯାହା ତାଙ୍କ ମା ସାଲଭେଙ୍କୁ ପ୍ରତିଶୃତି ଦେଇଥିଲେ।

  • ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ସାରା ଗାଁ ସ୍ତବ୍ଧ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କେଡେ ନିଷ୍ଟୁର ଏ ବିଧାତା। ଗୋଟିଏ ଦିନରେ, ଗୋଟିଏ ସମୟରେ ଭାଇ ଭଉଣୀଙ୍କର ଜୁଇ ଜଳିବ। ସକାଳେ ବଡ଼ ଭାଇର ହୋଇଥିବା ମୃତ୍ୟୁକୁ ସହି ନ ପରି ମୃତ୍ୟୁବରଣ କରିଛି ଭଉଣୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ କୋଠାର ପାଟଣା ସାହିରେ । ଅନେକ ଦିନ ଧରି ପାଟଣା ସାହିରେ ରହୁଥିବା ଦୁଇ ଭାଇ କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ସବୁବେଳେ ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ଶନିବାର ଦିନ ଘର ଛପରକୁ କେନ୍ଦ୍ର କରି ଉଗ୍ର ରୂପ ନେଇଥିଲା ସେମାନଙ୍କ ଗଣ୍ଡୋଗଳ । ଏହି ଝଗଡାରେ ମ୍ରିୟମାଣ ହୋଇପଡିଥିଲେ ବିଦ୍ୟାଧରଙ୍କ ୨୨ ବର୍ଷର ପୁଅ ସନାତନ ବେହେରା । ଏହାପରେ ସେ ମୃତ୍ୟୁବରଣ କରିବାକୁ ନିଷ୍ପତ୍ତି ନେଲେ ।

    ତାଙ୍କ ମୃତ୍ୟୁରେ ସାରା ପରିବାର ହତବାକ ହୋଇଯାଇଥିଲା । ପୁଅର ଅପ୍ରାକୃତିକ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚାଲିଥିବା ବେଳେ ମଧ୍ୟାହ୍ନରେ କାଳନ୍ଦୀ ବେହେରାଙ୍କ ୨୯ ବର୍ଷର ଝିଅ ନିରୁପମା ବେହେରା ମଧ୍ୟ ଦାଦା ପୁଅ ଭାଇର ପଥର ପଥିକ ସାଜିଥିଲା । ସମ୍ପତି ପାଇଁ ଦୁଇ ଭାଇ ଝଗଡା କରୁଥିବା ବେଳେ ବେଳେ ସେମାନଙ୍କ ପିଲାଙ୍କ ଭିତରେ ଥିବା ଅନାବିଳ ସମ୍ପର୍କରେ ସ୍ତମ୍ବିଭୁତ ହୋଇଯାଇଥିଲା ସାରା ଗାଁ । ଅନ୍ତରର ବେଦନା ଆଖିର ଲୁହ ହୋଇ ଝରି ଯାଉଥିଲା । ଯେଉଁ ପିଲାଙ୍କ ଭବିଷ୍ୟତ ପାଇଁ ଜମିବାଡି ହାତେଇବାକୁ ଦୁଇ ଭାଇ ମଧ୍ୟରେ ଲାଗିରହିଥିଲା ବିବାଦ, ସେହି ଜମିତ ଅଛି ହେଲେ ନାହାନ୍ତି ପିଲାମାନେ । ଏହି ଘଟଣାରେ ପୋଲିସ ଦୁଇଟି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ କହିରଖୁଛୁ କି, ସନାତନ ବାହାରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଗାଁକୁ ଆସିଥିଲେ ।

    ଭଦ୍ରକରୁ ଶୁଭ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ

  • ଏନ ଏ ସି ଦାବିରେ ବନ୍ଦ ପାଳନ, ତାତିଲେ ଜନତା

    ଏନ ଏ ସି ଦାବିରେ ବନ୍ଦ ପାଳନ, ତାତିଲେ ଜନତା

    ଏନଏସି ଦାବିରେ ବିଭିନ୍ନ ଯାଗାରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ସେହିକ୍ରମରେ ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ, ଏବଂ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ 6 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ସୂଚନା ଅନୁସାରେ ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି l ହେଲେ ଉଲୁଣ୍ଡାକୁ ବାଦ ଦେଇଛନ୍ତି l

    ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ସୈନିକ ସ୍କୁଲ ପାଇଁ ପ୍ରସାସିନକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ସେହିଭଳି କାକଟପୁରକୁ ମଧ୍ଯ ଏନ୍.ଏ.ସି ମାନ୍ୟତା ମିଳିବା ନେଇ ଦୀର୍ଘ ଦିନରୁ ଦାବୀ ହୋଇ ଆସିଛି । କାକଟପୁର ମା’ ମଙ୍ଗଳାଙ୍କ ପାଇଁ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ର ସହ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ।

    ପ୍ରତିଦିନ ଓଡ଼ିଶା ବାହାରୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି କାକଟପୁର ଗ୍ରାମପଞ୍ଚାୟତା ଲୋକସଂଖ୍ୟା ୧୦ ହଜାରରୁ ଅଧିକ ତା ସହିତ ଉକ୍ତ ପଞ୍ଚାୟତ ତଥା କାକଟପୁର ବଜାରକୁ ଲାଗି କଣ୍ଟାପଡ଼ା ପଞ୍ଚାୟତର ଜନସଂଖ୍ୟା ମଧ୍ୟ ଅନେକ। କାକଟପୁର ବିଧାନସଭା କ୍ଷେତ୍ରର କାକଟପୁର ଏକ ପ୍ରମୁଖ ସ୍ଥାନ ।

    ତେଣୁ କାକଟପୁରକୁ ଏନ୍.ଏ.ସି ମାନ୍ୟତା ମିଳିବା ଆବଶ୍ୟକ । ୨୦୧୪ ଏବଂ ୨୦୧୭ ମସିହାରେ କାକଟପୁର ଏନ୍.ଏ.ସି ପାଇଁ ସରକାରଙ୍କ ଦ୍ବାରା କରାଯାଇବା ସର୍ଭେରେ କାକଟପୁରକୁ ଏନ୍.ଏ.ସି ମାନ୍ୟତା ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ଯ ସରକାର ଇତିମଧ୍ୟରେ ରାଜ୍ୟରେ ୩୫ଟି ଅଞ୍ଚଳକୁ ରାଜ୍ୟସରକାର ଏନ୍.ଏ.ସି ମାନ୍ୟତା ଦେଇଥିବାବେଳେ କାକଟପୁର ତାଲିକାରୁ ବାଦପଡିଛି ଫଳରେ କାକଟପୁର ଜନମାନସରେ ଏକ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

  • ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ କାୟାକଳ୍ପ ଟିମ, ଦୃଷ୍ଟି ପଡିଲାନାହିଁ ସମସ୍ୟା ଉପରେ

    ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ ବୁଲିବା ସହିତ ଓଟି ରୁମ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଉପଖଣ୍ଡ ଚିକିତ୍ସାଳୟ ଚଳଚଞ୍ଚଳ ହୋଇଉଠିଥିଲା । ରୋଗୀମାନେ ମେଡିକାଲ ଆସି ଚିକିତ୍ସା ପାଇଁ ହନ୍ତସନ୍ତ ହୁଅନ୍ତି ତାହାର ଝଲକ ଦେଖିବାକୁ ମିଳିଥିଲା । ଅବ୍ୟବସ୍ଥିତ ଅବସ୍ଥାରେ ରୋଗୀଙ୍କୁ ମେଡିକାଲ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ।

    ତେବେ ଏତେସବୁ ଅବ୍ୟସ୍ଥା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନରେ ଆସିଥିବା ବେଳେ ମେଡିକାଲ କତୃପକ୍ଷଙ୍କ ସମେତ ସମସ୍ତ କର୍ମଚାରୀ ତତ୍ପର ହୋଇଉଠିଥିଲେ । ହେଲେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପ୍ରତିଦିନ ପାଖ ଜିଲ୍ଲାରୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି । ହେଲେ ଚିକିତ୍ସାଳୟରେ ସେହିଭଳି କୌଣସି ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳୁନାହିଁ । ଲୋକେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇପାରୁ ନଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ଉପରେ ଦୃଷ୍ଟି ନଦେଇ ଏହି ପରିଦର୍ଶନ ସାରି କମିଟି ସରକାରଙ୍କୁ ରିପୋର୍ଟ ଦେଇଥିଲେ ମଧ୍ୟ ଏଥିରେ କୌଣସି ସୁଧାର ଆସିନାହିଁ ।

    ଯାହାହକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମେଡିକାଲ ପରିସରରେ ସରକାରଙ୍କ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସରକାରୀ ନିୟମ ଅନୁଯାଇ, କୌଣସି ନିଜସ୍ୱ ମେଡ଼ିସିନ ଷ୍ଟୋର ପାଇଁ ଅନୁମତି ନଥିଲେ ମଧ୍ୟ ମେଡ଼ିସିନ ଷ୍ଟୋର କାହା ସ୍ୱାର୍ଥରେ ଅଛି ବୋଲି ପ୍ରଶ୍ନ ଉଠିଛି । ସେହିଭଳି ମେଡିକାଲର ବିଭିନ୍ନ ୱାର୍ଡ ଓ ରୋଗୀଙ୍କ ନିମନ୍ତେ ଆସୁଥିବା ମେଡ଼ିସିନ ରୋଗୀ ମାନେ ପାଇପାରୁ ନଥିବା ବେଳେ ନିକଟରେ ଥିବା ମେଡ଼ିସିନ ଷ୍ଟୋରରୁ ମେଡ଼ିସିନ କିଣୁଛନ୍ତି । ଏ ବିଷୟରେ ବାର ବାର ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଏକପ୍ରକାର ଆଖି ବୁଜି ଦେଇଛନ୍ତି ।

  • ୧୧୫ ବସ୍ତା ଗୁଟଖା ବୋଝେଇ ଟ୍ରକ ଜବତ

    ୧୧୫ ବସ୍ତା ଗୁଟଖା ବୋଝେଇ ଟ୍ରକ ଜବତ

    ଟିଟିଲାଗଡ ପୋଲିସ ହାତରେ ଗୁଟଖା ବୋଝେଇ ଟ୍ରକ। ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୋଟିଏ ଟ୍ରକରେ ଗୁଟଖା ଯାଉଥିବା ବେଳେ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଦେଶରେ ପୋଲିସ ଗାଡିକୁ ପିଛା କରିଥିଲା। ଟିଟିଲାଗଡ ରେଳବାଇ ଷ୍ଟେସନ ସାମ୍ନାରେ ଟ୍ରକ ଛିଡ଼ା ହୋଇଥିଲା। ପୋଲିସ ତୁରନ୍ତ ଆରପିଏଫକୁ ଖବର ଦେଇଥିଲା ଏହି ଟ୍ରକ୍ ସମ୍ପର୍କରେ। ଆରପିଏଫ ଗାଡି ଯାଞ୍ଚ କରିବାରୁ ଟ୍ରକ ଭିତରୁ ୧୧୫ ବସ୍ତା ଗୁଟଖା ବାହାରିଥିବା ଦେଖିବାକୁ ମିଳିଥିଲା।ଟିଟିଲାଗଡ଼ ପୋଲିସ ରେଲୱେ ଷ୍ଟେସନରୁ ଟ୍ରକ ଜବତ କରି ଥାନାକୁ ନେଇଯାଇଥିଲା। ଜି ଏସ ଟି, ଫୁଡ୍ ଇନିସପେକ୍ଟର ସାମ୍ପଲ ଟେଷ୍ଟ ପାଇଁ ନେଇଛି।

    ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି।
    ଜବତ ଗୁଟଖା ଟ୍ରେନ ଯୋଗେ ଟିଟିଲାଗଡରୁ ଛତିଶ ଗଡ଼ ରାୟପୁର ଯିବାର ଥିଲା । ଗୁଟକା ଆନୁମାନିକ ମୂଲ୍ୟ ତିରିଶ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

  • ଅଡୁଆରେ ଫସିଲେ ଅଖିଳେଶ ଯାଦବ, ରଣନୀତିରେ ଦେଖାଗଲା ଓଲଟା ପ୍ରଭାବ, ଦଳୀୟକର୍ମୀ ନିଷ୍ପତ୍ତି ଉପରେ ଉଠାଇଛି ପ୍ରଶ୍ନ

    ଅଡୁଆରେ ଫସିଲେ ଅଖିଳେଶ ଯାଦବ, ରଣନୀତିରେ ଦେଖାଗଲା ଓଲଟା ପ୍ରଭାବ, ଦଳୀୟକର୍ମୀ ନିଷ୍ପତ୍ତି ଉପରେ ଉଠାଇଛି ପ୍ରଶ୍ନ

    ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଅଡୁଆରେ ଫସିଲେ। ତାଙ୍କର ରଣନୀତି ଓବିସି, ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଓଲଟା ପ୍ରଭାବ ପଡିଛି ଏବଂ ଉଚ୍ଚ ଜାତି ଏବଂ ପିଡିଏ ବର୍ଗ ତାଙ୍କ ଉପରେ ତୀକ୍ଷ୍ଣ ଆକ୍ରମଣ କରିଛନ୍ତି।

    ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟ୍ ଦେଇଥିବା ସାତ ଜଣ ସପା ବିଧାୟକଙ୍କ ମଧ୍ୟରୁ ପାଞ୍ଚଜଣ ଉଚ୍ଚ ଜାତିର ଥିଲେ। ସେଥିମଧ୍ୟରୁ ତିନି ଜଣ ବ୍ରାହ୍ମଣ ଏବଂ ଦୁଇଜଣ ଠାକୁର ସମ୍ପ୍ରଦାୟର ଥିଲେ। ତାଙ୍କର ଅଭିଯୋଗ ଥିଲା ଯେ ସମାଜବାଦୀ ପାର୍ଟି ଅନ୍ତର୍ଭୂକ୍ତିର ନୀତି ପରିତ୍ୟାଗ କରିଛି ।

    ଜଣେ ବ୍ରାହ୍ମଣ ବିଧାୟକ କହିଛନ୍ତି, “ପିଡିଏ ଆମ ପାଇଁ କୌଣସି ସ୍ଥାନ ଛାଡୁ ନାହିଁ। ସ୍ବାମୀ ପ୍ରସାଦ ମୋୖର୍ଯ୍ୟ ଯେପରି ସନାତନ ଧର୍ମକୁ ସମାଲୋଚନା କରିଥିଲେ ଏବଂ ଅଖିଳେଶ ଯାଦବ ଏହି ପ୍ରସଙ୍ଗରେ ନୀରବ ରହିଥିଲେ, ଏହା ଦର୍ଶାଏ ଯେ ସେ ମୋୖର୍ଯ୍ୟଙ୍କ ସମାଲୋଚନାରେ ସହମତି ଦେଇଥିଲେ।

    ପାର୍ଟି ଲାଇନ ବିରୁଦ୍ଧରେ ଯାଇ ଗୁରୁବାର ଦିନ ଅଯୋଧ୍ୟାରେ ରାମ ମନ୍ଦିର ପରିଦର୍ଶନ କରିଥିବା ଅନ୍ୟତମ ବିଧାୟକ ମନୋଜ ପାଣ୍ଡେ କହିଛନ୍ତି, ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିନିଧିତ୍ୱ ସହିତ ଅଯୋଧ୍ୟା ଯିବାକୁ ଚାହୁଁଥିଲେ। ଆମେ ଅନୁଭବ କଲୁ ଯେ ମନ୍ଦିର ପରିଦର୍ଶନ ପାର୍ଟି ଲାଇନ ଉପରେ ରହିବା ଉଚିତ୍, କିନ୍ତୁ ଆମର ନେତାମାନେ ନ ଯିବାକୁ ସ୍ଥିର କଲେ ଏବଂ ଆମକୁ ଏହା ଅନୁସରଣ କରିବାକୁ ପଡିଲା ।

    ଉଚ୍ଚ ଜାତିର ବିଧାୟକଙ୍କ ସହ ଓବିସି ନେତାମାନେ ମଧ୍ୟ ପିଡିଏ ସୂତ୍ର ଉପରେ ପ୍ରଶ୍ନ ଉଠାଉଛନ୍ତି। ପାର୍ଟି ବିଧାୟକ ପଲ୍ଲବୀ ପଟେଲ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନକୁ ସମାଲୋଚନା କରି କହିଛନ୍ତି ଯେ ଜୟା ବଚ୍ଚନ ଏବଂ ଆଲୋକ ରଂଜନଙ୍କ ଭଳି ପ୍ରାର୍ଥୀ ଚୟନରେ ପିଡିଏ କେଉଁଠାରେ ଅଛି। ପରେ ସେ ରାଜି ହୋଇଥିଲେ ମଧ୍ୟ ଦଲିତ ରାମଜୀ ଲାଲ ସୁମନଙ୍କୁ ଭୋଟ୍ ଦେଇଥିଲେ।

  • ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ବୋମାମାଡ଼, ପୁଣି ମୁଣ୍ଡ ଟେକିଲେ କଳା ପଲସର ଗ୍ୟାଙ୍ଗ

    ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ବୋମାମାଡ଼, ପୁଣି ମୁଣ୍ଡ ଟେକିଲେ କଳା ପଲସର ଗ୍ୟାଙ୍ଗ

    ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ କରାଯାଇଛି ।

    ସୂଚନା ଅନୁସାରେ, ଏକ କଳା ପଲସର ମଟରସାଇକଲରେ ଆସିସଥିବା ଅଜ୍ଞାତ ଦୁର୍ବୃତ୍ତ ବୋମା ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

    ଏକ କାର ଉପରକୁ ବୋମା ଫିଙ୍ଗା ଯାଇ ଥିବାରୁ, ଗାଡ଼ିଟିର କାଚ ଭାଙ୍ଗି ଚୁରମାର ହୋଇଯାଇଛି ।

    ବୋମାମାଡ଼ର କାରଣ ଓ କାର ଚାଳକଙ୍କ ଅବସ୍ଥା ବିଷୟରେ ସୂଚନା ମିଳିନାହିଁ ।

    ତେବେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ କରାଯାଇଥିବା ଜନସାଧାରଣ ସନ୍ଦେହ କରୁଛନ୍ତି

    ନିର୍ବାଚନ ପାଖେଇ ଆସୁଥିବା ବେଳେ, ଭୁବନେଶ୍ୱରରେ ଅପରାଧୀଙ୍କ ଉପଦ୍ରଵ ଏକ ନିତିଦିନିଆ କଥା ହେଲାଣି ।

    ବୋମାମାଡ଼ର କାରଣ ଜଣା ପଡି ନାହିଁ, ଘଟଣା ସ୍ଥଳରେ ପୋଲିସ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।

  • ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    ଖଣି ଦୁର୍ନୀତି ମାମଲାରେ ପୁଣି ସକ୍ରୀୟ ଇଡି

    କେନ୍ଦୁଝର ଜିଲ୍ଲା ବଡବିଲରେ EDର ଚଢ଼ାଉ । ଦୀପକ ଗୁପ୍ତାଙ୍କର ବଡ଼ବିଲ ସ୍ଥିତ ଘର ଏବଂ କାର୍ଯ୍ୟାଳୟରେ ED ପକ୍ଷରୁ ରେଡ୍ ଜାରି ରହିଛି । ଖଣି ଦୁର୍ନୀତି ସମ୍ପର୍କିତ ମାମଲାରେ ଏହି ଚଢ଼ାଉ ହେଉଥିବା ସୂଚନା ମିଳିଛି । ଚଢ଼ାଉ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

    ସୂଚନା ଅନୁଯାୟୀ, ଦୀପକ ଗୁପ୍ତାଙ୍କ ବିରୋଧରେ ଖଣି ଦୁର୍ନୀତିକୁ ନେଇ ମାମଲା ରୁଜୁ ହୋଇଥିଲା । ତେଣୁ, ବଡ଼ବିଲରେ ଥିବା ମହାନ୍ତ ବସ୍ତି ରୋଡ଼୍ ସ୍ଥିତ ଦୀପକ ଗୁପ୍ତାଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଏହି ଚଢାଉ ଆରମ୍ଭ ହୋଇଥିଲା । ଉଲିବୁରୁ ଖଣିରେ ୧୮ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ତେଣୁ, ୨୦୧୩ ମସିହା ସେପ୍ଟେମ୍ବରରେ ଦୀପକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହା ପୂର୍ବରୁ ମଧ୍ୟ ଇଡି ଦୀପକ ଗୁପ୍ତାଙ୍କ ଯାଞ୍ଚ କରିଛି ।