Category: କୋରାପୁଟ

  • ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୋଟିଆରେ ବିରୋଧ

    କୋରାପୁଟ କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ବିଡ଼ିକା ରାଜନଙ୍କ ଅନଧିକାର ପ୍ରବେଶ ଯୋଜନାକୁ ଜୋରଦାର ବିରୋଧ ହୋଇଛି । ଫାଗୁଣସିନାରୀ ଗାଁକୁ ଆଜି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିବାର ଯୋଜନା ଥିଲା । ତେବେ ସେ ଆସିବା ପୂର୍ବରୁ ହିଁ ଏହାକୁ ଦୃଢ଼ ବିରୋଧ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

    ଅଧିକାଂଶ ସମୟରେ ଆନ୍ଧ୍ର ଅଧିକାରୀ, ନେତା କୋଟିଆରେ ପ୍ରବେଶ କରୁଛନ୍ତି । ସେମାନେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ପୂର୍ବରୁ ସେମାନଙ୍କ ଗସ୍ତକୁ ଅନେକଥର ବିରୋଧ କରାଯାଇଛି । ଏବେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ମାଡ଼କର ବ୍ରିଜ୍‌ ନିକଟ ରାସ୍ତାରେ ମାଟି ପକାଯାଇଛି । ପୂର୍ବରୁ ଆନ୍ଧ୍ରର କିଛି କର୍ମଚାରୀ ଘର ଘର ବୁଲି ନାମ ଫଳକ ଲଗାଇଥିଲେ । ଏହାକୁ ରାଜ୍ୟ ପୋଲିସ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ବିରୋଧ କରିଥିଲା । ଏବେ ସ୍ଥିତି ଉପରେ ନଜର ରଖିଛି କୋରାପୁଟ ଜିଲ୍ଲା ପ୍ରଶାସନ ।…

  • ବଞ୍ଚିବା ପାଇଁ ୮୦ ବର୍ଷ ବୟସରେ ବୃଦ୍ଧାଙ୍କ ସଂଘର୍ଷ

    ବଞ୍ଚିବା ପାଇଁ ୮୦ ବର୍ଷ ବୟସରେ ବୃଦ୍ଧାଙ୍କ ସଂଘର୍ଷ

    କୁହାଯାଏ ପେଟ ପାଇଁ ନାଟ । ବଞ୍ଚିବା ପାଇଁ ମଣିଷ ସଂଘର୍ଷ କରେ । ପିଲାଠାରୁ ବୁଢ଼ା ଯାଏ ସମସ୍ତେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣ ଚାଲିବାକୁ ଅକ୍ଷମ, ଦେହରେ ବଳ ନଥାଏ ତଥାପି ପରିସ୍ଥିତି ବାଧ୍ୟ କରେ ତାହେଲେ ଆପଣ କ’ଣ କରିବେ, କାହାର ଭରସାରେ ବଞ୍ଚିବେ …ଏଭଳି ଏକ ଚିତ୍ର ନିହାତି ଅନେକ ପ୍ରଶ୍ନ ସୃଷ୍ଟି କରେ ..।

    କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପାଞ୍ଜିଆଗୁଡ଼ା ଗାଁ । ଦୁଃଖକଷ୍ଟର ଜୀବନ ବିତାନ୍ତି ଗୌରୀ ପରିଜା । ବୟସ ୮୦ ଡେଇଁଲାଣି । ହାଡ଼କଙ୍କାଳ ଦେଖାଯାଉଛି କିନ୍ତୁ ବଞ୍ଚିବେ କିପରି । ସେଥିପାଇଁ ତାଙ୍କୁ ଅହରହ ସଂଘର୍ଷ କରିବାକୁ ପଡୁଛି । ପେଟରେ ଦାନା ଟିକେ ପଡ଼ିଲେ ତ ବଞ୍ଚି ରହିବେ ।

    ଚିତ୍ରରେ ରହିଛି କରୁଣ ଦୃଶ୍ୟ । ଥରେ ଚିନ୍ତା କରିବେ ତ ଆଖିରୁ ଲୁହ ଝରିବ । ପରିଣତି ବୟସରେ, ପ୍ରବଳ ଗ୍ରୀଷ୍ମରେ, ରାସ୍ତାରେ ବୋହୁଛନ୍ତି କାଠ ଗୋଛା । ବଳ ନାହିଁ ସେଥିପାଇଁ ପୁରୁଣାକାଳିଆ ଟେକନିକରେ ପକ୍କା ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି । କାଠ ଚୁଲାରେ ରୋଷେଇ ହେବ ତ ଆଉ କିଛି ବିକ୍ରି ହେବ । ସେଥିପାଇଁ ସେ ବଣପାହାଡ଼ରୁ ଏଭଳି କାଠ ସଂଗ୍ରହ କରିଥାନ୍ତି । କାଠ ସଂଗ୍ରହ କରିବା ଏହି ଅଞ୍ଚଳର ଏକ ପରମ୍ପରା । ବୃଦ୍ଧା କାଠ ଘୋଷାଡ଼ି ଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ନେଇ ବେଶ୍ କିଛି ପ୍ରତିକ୍ରିୟା ମିଳିଛି । କିଛି ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏକ ଚେୟାରକୁ ସାହାରା କରି ରାସ୍ତାରେ ଚାଲିଚାଲି ଯାଉଥିଲେ ଯାହାର ଭିଜୁଆଲ୍ ଭାଇରାଲ୍ ହୋଇଥିଲା ।

  • କୋଲାବରେ ଡଙ୍ଗା ବୁଡି 4 ନିଖୋଜ

    କୋଲାବରେ ଡଙ୍ଗା ବୁଡି 4 ନିଖୋଜ

    କୋଲାବ ଜଳ ଭଣ୍ଡାରରେ ଗୁରୁବାର ଘଟିଛି ଅଘଟଣ।  ଦେଶୀ ଡଙ୍ଗା ବୁଡିବାରୁ 8 ଜଣ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ  4 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। 4 ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ 3 ମହିଳା ଓ ଜଣେ ଶିଶୁ ଅଛନ୍ତି। ଡଙ୍ଗଟି ସେମୁଳିଗୁଡା ବ୍ଲକ ପୋଡଗଡରେ ଭାରସାମ୍ୟ ହରାଇବାରୁ ବୁଡି ଯାଇଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

    ସେମୁଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିପଡାରୁ 8 ଜଣ ଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ବେଳେ କୋଲାବ ଜଳ ଭଣ୍ଡାରରୁ ଏକ ଦେଶୀ ଡଙ୍ଗାରେ ଗାଁକୁ ଫେରୁଥିଲେ। ଅପରାହ୍ନ 4ଟା ବେଳେ ଡଙ୍ଗା ପୋଡଗଡ ଘାଟ ନିକଟରେ ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାଣିରେ ବୁଡି ଯାଇଥିଲେ।

    ଡଙ୍ଗା ବୁଡିବାର ଦେଖି ଅଞ୍ଚଳବାସୀ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟରେ ଆରମ୍ଭ କରିବା ସହ 4 ଜଣଙ୍କୁ ଉଦ୍ଧାର କରିଥିବା 4 ଜଣ ନିଖୋଜ ଥିବା ସୂଚନା ରହିଛି।