Category: କେନ୍ଦୁଝର

  • କେନ୍ଦୁଝରଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସଧାରଣତନ୍ତ୍ର ଦିବସ ପାଳିତ

    ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୟଗାନ କରିବା ସହିତ ଶ୍ରୀଅରବିନ୍ଦ ତଥା ଶ୍ରୀମାଙ୍କର ପାଦପଦ୍ମ ତଳେ ପ୍ରାର୍ଥନା ଓ ନୀରବ ଧ୍ୟାନ ସହ ଶିକ୍ଷାନୁଷ୍ଠାନର ଅପାଭାଇ ମାନେ ସାଧାରଣତନ୍ତ୍ର ଦିବସକୁ ଆଗେଇ ନେଇଥିଲେ।

    ବିଦ୍ୟାଳୟର ସମ୍ପାଦକ ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ରାଜ୍ୟ ସମାନ ଦିଆଯାଇଥିଲା, ପରେ ପରେ ବିଦ୍ୟାଳୟର ସମ୍ପାଦକ ସାଧାରଣତନ୍ତ୍ର ଦେଶଭକ୍ତି, ତ୍ୟାଗ ଓ ବଳିଦାନ ଛାତ୍ରଛାତ୍ରୀଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ଅଭିଭାଷଣ କରିଥିଲେ।

  • କେନ୍ଦୁଝର ଜିଲ୍ଲା ଘଷିପୁରାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର

    ଘସିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ‘ମିଳିତ ସାଧାରଣ ଅଭିଯୋଗ ଶୁଣାଣି’ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ, ଏସପି, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଚିହ୍ନିତ ହୋଇଥିବା ଦଶ ଜଣ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF Keonjhar) ସହାୟତାରେ ଇଲେକ୍ଟ୍ରିକ ହ୍ୱିଲଚେୟାର ପ୍ରଦାନ କରାଯାଇଥିଲା।

  • ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ମରଣାତ୍ମକ ଫାଶରେ କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷ ଗୁରୁତର, ବେଧଡକ ନିଦରେ ଶୋଇଛି ବନ ବିଭାଗ

    ବନ୍ୟ ଜନ୍ତୁ ଶିକାର ପାଇଁ ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ ବୋମା ଖଞ୍ଜା ଯାଇଥିଲା । ବୋମା ଉପରେ ଛେଳି ଚରାଳି ଉଦୟ କୁମାର ନାୟକଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ଘଟି ସେ ଗୁରୁତର ଆହତ ହୋଇଛନ୍ତି । ବିସ୍ପୋରଣରେ ତାଙ୍କ ବାମ ପାଦ କ୍ଷତାକ୍ତ ହୋଇଛି ।

    ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା । ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାୟକ । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

  • ମା ଗ୍ରହଣ ନକରିବାରୁ ବନବିଭାଗ ନେଇଥିଲା ଦାୟିତ୍ୱ

    ମା ଗ୍ରହଣ ନକରିବାରୁ ବନବିଭାଗ ନେଇଥିଲା ଦାୟିତ୍ୱ

    ସ୍ଥାନାନ୍ତର ହେଲା ୩ମାସର ହାତୀଛୁଆ ଜଗୁ | କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ମାସର ହାତୀଛୁଆ | ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା । ସେହିଦିନଠୁଁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ । ଆଜି ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।

  • ଓଲଟିଲା ବିଲାତି ଟ୍ରକ,ମାଲାମାଲ ଲୋକେ ଟ୍ରେ ଟ୍ରେ ବିଲାତି…

    ଓଲଟିଲା ବିଲାତି ଟ୍ରକ,ମାଲାମାଲ ଲୋକେ ଟ୍ରେ ଟ୍ରେ ବିଲାତି…

    କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚେମଣା ନିକଟରେ ଏକ ବିଲାତି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଦୁର୍ଘଟଣା ପରେ ଲୋକେ ଟ୍ରକରୁ ଟ୍ରେ ଟ୍ରେ ବିଲାତି ବୋହି ନେଇଛନ୍ତି। ଆଉ କିଛି ଟମାଟୋ ଟ୍ରେ ମଧ୍ଯ ଏଣେତେଣେ ବିଛେଇ ହୋଇ ପଡିଛି । ବେପାରୀ ମାନେ ମଧ୍ୟ ଏହାକୁ ନେଇ ବିକ୍ରି କରିଛନ୍ତି ।ବର୍ତ୍ତମାନ ବିଲାତି ଦାମ ଅଧିକ ଥିବା ବେଳେ ଏଭଳି ଘଟଣା ପରେ ବିଲାତି ଦାମ କିଛି ସମୟ ପାଇଁ କମିଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଟ୍ରକ ଟି କେନ୍ଦୁଝର ପଟରୁ କଲିକତା ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ରେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

  • ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    ଭଡା ଘରୁ ମିଳିଲା ବିଭତ୍ସ ମୃତଦେହ, କାରଣ ଅସ୍ପଷ୍ଟ

    କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ୍ ଗଳିରେ ଥିବା ଗୋଟିଏ ଘରୁ ଜଣେ ଝିଅର ଅତି ବିଭତ୍ସ ମୃତଦେହ ମିଳିଛି । ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ ଆସି ଭଡାରେ ରହୁଥିବା ରବୀନ୍ଦ୍ର ବେହେରା ନିଜ ସ୍ତ୍ରୀଙ୍କ ସହ ଲାବଣ୍ୟ ଛକ ନିକଟରେ ଛତୁ ବେପାର କରି ପରିବାର ଚଳାନ୍ତି । ଗତକାଲି ମଧ୍ୟ ଦୁହେଁ ଛତୁ ବିକିବାକୁ ଯାଇଥିଲେ । ବଡ଼ ଝିଅ ମନୋରମା ଘରେ ଏକା ଥିଲେ ।

    ଦିନ ୧୧ଟା ସମୟରେ ମନୋରମା ବଜାରରୁ ଚାଉଳ ଆଉ ଚିକେନ ନେଇ ଘରକୁ ଫେରିଥିଲେ । ଏହାପରେ ବାପା ଓ ମାକୁ ଫେରିବା ନେଇ ଫୋନ ଯୋଗେ ଜଣାଇଥିଲେ । ହେଲେ ଦ୍ୱି-ପହର ସମୟରେ ସାନ ଝିଅ କଲେଜରୁ ଆସି ଦେଖିଲା ବେଳକୁ ସାମ୍ନା ପଟ ଗେଟରେ ତାଲା ପଡିଛି ।

    ପରେ କବାଟ ଖୋଲିଲା ବେଳକୁ ଘର ଭିତରେ ବଡ ଝିଅ ମନୋରମାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି । ଏହାପରେ ସେ ପାଟି କରି ଡାକିବାରୁ ସ୍ଥାନୀୟ ଲୋକେ ଆସି ଗେଟର ତାଲା କାଟିଥିଲେ । ଏହାପରେ ଘରେ ଆସି ପହଞ୍ଚିଥିଲେ ରବୀନ୍ଦ୍ର ବେହେରା ତାଙ୍କ ସ୍ତ୍ରୀ ।

  • ଯୋଡ଼ା-ବଡ଼ବିଲରେ ଶ୍ରୀଜୀଉଙ୍କ ଘୋଷଯାତ୍ରା

    ଯୋଡ଼ା-ବଡ଼ବିଲରେ ଶ୍ରୀଜୀଉଙ୍କ ଘୋଷଯାତ୍ରା

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା କେବଳ ପୁରୀରେ ନୂହେଁ, ବିଶ୍ବର କୋଣ ଅନୁକୋଣରେ ପାଳିତ ହେଉଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା-ବଡ଼ବିଲ ଓ ଆଖ ପାଖ ଅଂଚଳରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ସକାଳୁ ଚତୁର୍ଦ୍ଧାମୂର୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବାପରେ ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତି ରଥାରୁଢ଼ କରାଯାଇଥିଲା । ବଡ଼ବିଲରେ ଶ୍ରୀଜୀଉମାନେ ରଥାରୁଢ଼ ହେବାପରେ ତହସିଲଦାର ଡି. ଏସ. ଯୋଶୀ ଛେରାପହଁରା କରିଥିଲେ । ଏହାପରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ହରିବୋଲ ପକାଇ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ବର୍ଷା ଲାଗି ରହିଥିଲେ ବି ଭକ୍ତଙ୍କ ମଧ୍ୟରେ ଉତ୍ସାହ କମ୍ ହୋଇ ନଥିଲା।

    ସେହିପରି ଯୋଡ଼ାରେ ମଧ୍ୟ ଭକ୍ତିମୟ ପରିବେଶରେ ରଥଟଣା ଅନୁଷ୍ଠିତ ହୋଇଛି । ରଥାରୁଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଘୋଷଯାତ୍ରାରେ ସାମିଲ ହୋଇଥିଲେ । ରଥ ଦଉଡି଼ ଧରି ହରି ବୋଲ, ହୁଳହୁଳି ପକାଇ ରଥକୁ ଟାଣି ନେଇଥିଲେ ଭକ୍ତ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

  • ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

    ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ବାଲିପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ବହୁ ଆଡମ୍ବର ସହକାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ପାଛୋଟି ଆଣିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ବିଶ୍ଵାଳଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସମସ୍ତ ଅତିଥିମାନେ ମା’ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ସ୍ୱାଗତ ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ଜିଲ୍ଲା ସଭାପତି ଅତୁଲ ବଳ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ କୁମାର ଚକ୍ର ଓ ସମ୍ମାନିତ ଅତିଥି ଭାବେ ଗ୍ରାମର ବରିଷ୍ଠ ବ୍ୟକ୍ତି ଗୋବିନ୍ଦ ଓଝା,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଞ୍ଜିତ ପାତ୍ର, ମଦନପୁର ସିଆରସିସି ରବିନ୍ଦ୍ର ଆଚାର୍ଯ୍ୟ, କେଶଦୁରାପାଳ ସିଆରସିସି ସୁକାନ୍ତ ଜେନା, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ଦୀପକ ରଞ୍ଜନ ଓଝା ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷକ ଗୋବର୍ଦ୍ଧନ ଜେନା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସବିତାରାଣୀ ଦାଶ,ସସ୍ମିତା ପୃଷ୍ଟି,ସୁଷମା ପୃଷ୍ଟି , ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀ ଗ୍ରାମର ଅଭିଭାବକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

  • ଗୋହିରା ଓ ଗଁପୁର ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସେବା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ

    ଗୋହିରା ଓ ଗଁପୁର ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସେବା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ

    ଦ୍ୱିତୀୟ ପ୍ରଜାୟରେ ଘଷିପୁରା ବ୍ଳକର ଗୋହିରା ଓ ଗଁପୁର ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । ଗଁପୁର ପଞ୍ଚାୟତରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ,ସମ୍ମାନିତ ଅତିଥି ଭାବେ ଘଷିପୁରା ବିଡ଼ିଓ ମାନସ ରଞ୍ଜନ ସାମଲ , ସହାୟକ ଯନ୍ତ୍ରୀ ଲଷ୍ମୀ ପ୍ରିୟା ଜେନା , କନିଷ୍ଠ ଯନ୍ତ୍ରୀ ସସ୍ମିତା ପାତ୍ରଙ୍କ ସହ ଅନେକ କାର୍ଯ୍ଯକାରୀ ସଦସ୍ଯ ଯୋଗଦେଇଥିଲେ । ତେବେ ଏହି ବ୍ୟାଙ୍କ ସେବା ଦ୍ୱାରା ଦ୍ୱାରା ଅଞ୍ଚଳର ଲୋକ ମାନେ ଉପକୃତ ହୋଇପାରିବେ ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ଗୋହିରା ଓ ଗଁପୁର ପଞ୍ଚାୟତ ଓ ଆଖ ପାଖ ଅଞ୍ଚଳବାସୀ ବହୁ ସଂଖ୍ୟକ ଯୋଗ ଦେଇଥିଲେ ।

  • ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

    ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

    କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଧାନ ବିଲରେ ଏକ ମୃତ ପୁରୁଷ ଭାଲୁ ପଡିଥିବାର ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଜବତ କରିଥିଲେ । ଘଟଣାଟି ଆଜି ସକାଳର ହୋଇଥିବା ବେଳେ ଭାଲୁର ବୟସ ପାଖାପାଖି ପନ୍ଦର ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ । ମୃତ ଭାଲୁଟିକୁ ଦେଖିବା ପାଇ ଛୋଟ ପିଲା ଓ ଆଖ ପାଖ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।