Category: ଝାରସୁଗୁଡ଼ା

  • ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ବିଜେଡିକୁ ଡେଇଁଲେ ମଙ୍ଗଳ, ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କଲା କିଏ ?

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ୧୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜିଲ୍ଲା ସାଂଗଠନିକ ସ୍ତରରେ ବଡ଼ ଝଟକା ମିଳିଛି । ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।

    ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି ମଙ୍ଗଳ ସାହୁ । ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବାବେଳେ ମଧ୍ୟ ସେ ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇଥିଲେ । ଦୀର୍ଘ ୨୫ ବର୍ଷ ହେଲା ସେ ବିଜେପି ସହ ଥିଲେ । ବିଜେପି ସଂଗଠନ ମଜଭୁତ୍ କରିବାକୁ ଦିନରାତି ପରିଶ୍ରମ କରିଥିଲୁ । ହେଲେ ପୁରୁଣା ନୀତି, ଆଦର୍ଶ କିଛି ନାହିଁ । ଅଣଦେଖା ହୋଇ କ୍ଷୋଭ ସହ ଅଛୁ । ନବଦାସ ହତ୍ୟାର ତଦନ୍ତ ଦାବି କରୁଛୁ ବୋଲି କହିଲେ ମଙ୍ଗଳ ସାହୁ ।

    ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳକୁ ମଜଭୁତ କରିବାକୁ ଏକାଠି କାମ କରିବେ ବୋଲି କହିଛନ୍ତି ମଙ୍ଗଳ ସାହୁ0 । ଆସନ୍ତା ଦିନରେ ବିଜେଡିରେ ଆହୁରି କିଛି କର୍ମୀ ଓ ନେତା ଯୋଗଦେବେ । ଏଥିରୁ ଦଳକୁ ବହୁତ ଫାଇଦା ମିଳିବ ବୋଲି କହିଛନ୍ତି ମଙ୍ଗଳ । ସେପଟେ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ । ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ହେବାକୁ ଥିବାବେଳେ ଏବେଠୁ ଦଳଡିଆଁ ରୋଗ ଆରମ୍ଭ ହେଲାଣି । ଅସନ୍ତୁଷ୍ଟ ନେତା,କର୍ମୀ ନିଜ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି ।

    ସେପଟେ,ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଝାରସୁଗୁଡ଼ା ଥାନା ଘେରାଉ କରିଥିଲେ ବିଜେପି କର୍ମୀ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି ।

    ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । କଂଗ୍ରେସର ତରୁଣ ପାଣ୍ଡେ ଏବଂ ବିଜେଡିର ଦୀପାଳି ଦାସଙ୍କ ସମେତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରୁ କିଏ ଏହି ଆସନ ହାତେଇବ ତାକୁ ନେଇ ଜୋରଦାର ଅଙ୍କକଷା ଆରମ୍ଭ ହୋଇଛି ।

  • ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ମଙ୍ଗଳବାର ଝାରସୁଗୁଡା ଉପନିର୍ବାଚନ ପାଇଁ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଦୀପାଳି ପ୍ରଥମେ ଝାରସୁଗୁଡ଼ା ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିମି ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୀପାଳିଙ୍କ ସହ ଶୋଭାଯାତ୍ରାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସାରଦା ନାୟକ ପ୍ରମୁଖଙ୍କ ସହ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେହି ଆସନ ଖାଲି ଥିଲା।

    ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ ୩ଦିନ ଥିବାବେଳେ ଅଦ୍ୟାବଧି ୫ଜଣ  ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି।

  • ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ହୋଇଛି । ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି ରାଜ୍ୟ ସଭାପତି । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ଅଛନ୍ତି । ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି ।

    ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ଆସନ ହାତେଇବା ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ନିର୍ବାଚନ ସୁପରିଚାଳନା ପାଇଁ ୨ଟି କମିଟିର ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜୟ ନାରୟଣ ମିଶ୍ର, କେ.ଭି.ସିଂଦେଓଙ୍କ ଭଳି ନେତା ଅଛନ୍ତି । ସେହିପରି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୋହନ ମାଝି, ପ୍ରଦୀପ ପୁରୋହିତ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି ।

  • ଝାରସୁଗୁଡ଼ା ପାଇଁ ବିଜ୍ଞପ୍ତି

    ଝାରସୁଗୁଡ଼ା ପାଇଁ ବିଜ୍ଞପ୍ତି

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏ ନାମାଙ୍କନ ଦାଖଲ ହେବାକୁ ଦିନ ଧାର୍ଯ୍ୟ ହୋଇଛି । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି । ମେ’୧୦ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ । ମେ’୧୩ ତାରିଖରେ ଭୋଟ୍ ଗଣତି କରାଯିବ ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ଦୀପାଳି ଦାସ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀଙ୍କ ପ୍ରାର୍ଥୀ କରାଯାଇଛି । ସେହିପରି ତରୁଣ ପାଣ୍ଡେଙ୍କ ଉପରେ ଭରସା କରି ତାଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ଆସନ ହାତେଇବା ପାଇଁ ସବୁ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କଲେଣି ।

  • ଝାରସୁଗୁଡ଼ା ପାଇଁ ବିଜେଡିର ୧୨ ନେତାଙ୍କୁ ଦାୟିତ୍ୱ

    ଝାରସୁଗୁଡ଼ା ପାଇଁ ବିଜେଡିର ୧୨ ନେତାଙ୍କୁ ଦାୟିତ୍ୱ

    ମେ’୧୦ ତାରଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ଆସନ ହାତେଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ପ୍ରଥମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଏବେ ସାରଦା ପ୍ରସାଦ ନାୟକଙ୍କ ସମେତ ୩ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଆଜି ଝାରସୁଗୁଡ଼ାରେ ବରିଷ୍ଠ ନେତା ଏବଂ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ହୋଇଥିଲା । ଦଳ କିପରି ବିଜୟୀ ହେବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

    ୧୨ ନେତାଙ୍କୁ ୪ଟି ବ୍ଲକ୍ ଏବଂ ଗୋଟିଏ ମ୍ୟୁନିସିପାଲଟି ଦାୟିତ୍ୱ ପ୍ରଦାନ କରାଯାଇଛି ।
    କିରମିରା ବ୍ଲକ୍-ଅତନୁ ସବ୍ୟସାଚୀ ନାୟକ,ଟୁକୁନି ସାହୁ
    କୋଲାବିରା ବ୍ଲକ୍-ନିରଞ୍ଜନ ପୂଜାରୀ,ସରୋଜ ମେହେର
    ଝାରସୁଗୁଡ଼ା ବ୍ଲକ-ପଦ୍ମନାଭ ବେହେରା,ଅରୁଣା ସାହୁ
    ଲାଇକେରା ବ୍ଲକ୍-ପ୍ରତାପ କେଶରୀ ଦେବ,ଦିବ୍ୟଶଙ୍କର ମିଶ୍ର
    ଝାରସୁଗୁଡ଼ା ମ୍ୟୁନିସିପାଲଟି-ପ୍ରତାପ ଜେନା,ପୁଷ୍ପେନ୍ଦ୍ର ସିଂଦେଓ ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ

    ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ଏମାନେ ଅଞ୍ଚଳ ଅଞ୍ଚଳ ବୁଲିବେ । ଶାସକ ବିଜେଡିର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ଲୋକଙ୍କର ଭାବମୂର୍ତ୍ତି ତଥା ଲୋକପ୍ରିୟତା ସମ୍ପର୍କରେ ବାର୍ତ୍ତା ଦେବେ । ‘ଶଙ୍ଖ’ ଚିହ୍ନରେ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିବେ । ବିରୋଧୀଙ୍କ ବିଫଳତା, ସରକାରଙ୍କ ସଫଳତା ନେଇ ଆଗକୁ ବଢ଼ିବେ ନେତା ।

  • ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ନେଇ ବୈଠକ

    ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ନେଇ ବୈଠକ

    ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ଏବେଠାରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସେଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ନୋଡାଲ ଅଧିକାରୀମାନଙ୍କୁ ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

    ଉପନିର୍ବାଚନ ପାଇଁ ନିର୍ବାଚନମଣ୍ଡଳରେ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି । ଏହାକୁ ଠିକଭାବେ ପାଳନ କରିବା, ଅଯଥା କୌଣସି ସ୍ଥାନରେ ଭିଡ଼ ନଜମାଇବା, ଟ୍ରାଫିକ୍ ସୁପରିଚାଳନା, ଅବକାରୀ ଓ ପୋଲିସ ମିଳିତ ଭାବେ ରେଡ୍ କରିବା, ନିର୍ବାଚନ ପାଇଁ ଅର୍ଥ କାରବାରରେ ରୋକ୍ ଲଗାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି CEO । ଏଥିସହ ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

    ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ନୋଡାଲ ଅଧିକାରୀଙ୍କ ସମେତ ପୋଲିସ ମୁଖ୍ୟାଳୟ IG ଯତୀନ୍ଦ୍ରନାଥ କୋଏଲ, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ କୁମାର, ଆୟକର ବିବିଭାଗ ଅତିରିକ୍ତ ନିର୍ଦ୍ଦେଶକ, ଅବକାରୀ ବିଭାଗ ଅତିରିକ୍ତ ଅବକାରୀ କମିଶନର ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • ଝାରସୁଗୁଡ଼ା ଦାୟିତ୍ୱରେ ବିଜେଡିର ୩ ନେତା…କାହାକୁ ମିଳିବ କଂଗ୍ରେସ,ବିଜେପି ଟିକେଟ ?

    ଝାରସୁଗୁଡ଼ା ଦାୟିତ୍ୱରେ ବିଜେଡିର ୩ ନେତା…କାହାକୁ ମିଳିବ କଂଗ୍ରେସ,ବିଜେପି ଟିକେଟ ?

    BJD

    ଝାରସୁଗୁଡ଼ା ଉପନିର୍ବାଚନ(bypoll) ପାଇଁ ବିଜେଡି ପକ୍ଷରୁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ(BJD) । ପୂର୍ବରୁ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରିଛି । ଆସନ ହାତେଇବା ଲକ୍ଷ୍ୟରେ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୦ରେ ଉପନିର୍ବାଚନ ପାଇଁ ଭୋଟିଂ ହେବ । ଏପ୍ରିଲ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

    ଗତ ଜାନୁଆରୀ ୨୯ ତାରିଖରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା । ଉପନିର୍ବାଚନ କରିବା ପାଇଁ ଗତ ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ତେବେ ପ୍ରଥମେ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ଏଯାଏ କଂଗ୍ରେସ ଓ ବିଜେପି ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି ।