Category: ଧର୍ମ

  • ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    ଘଷିପୁରାରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା

    କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ସୋମବାର ଦିନ ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ଏଥିରେ ପ୍ରଥମେ କୁଶେଇ ନଦୀ ଘାଟରୁ କଳସ ପୂଜାପରେ ଶହ ଶହ ସଂଖ୍ୟାରେ ଭକ୍ତ କଳସ ଶୋଭାଯାତ୍ରା ରେ ବାହିରୀ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ।ପୂଜକ ବୁନ୍ଦାବନ ଶଡ଼ଙ୍ଗି,ଦାସରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିଧାଣୀ ତାଙ୍କ ଧର୍ମ ପତ୍ନୀ ଜମ୍ବୁବତୀ ବିଧାଣୀ, ନୀଳମଣି ଓଝା ଓ ତାଙ୍କ ଧର୍ମପତ୍ନୀ ଜୋତ୍ସାରାଣୀ ଓଝା ପୂଜାରେ ବସିଛନ୍ତି।

    ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପୂବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସରପଞ୍ଚ ଓ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ମାଙ୍କ ଆସିଶ ଲାଭ କରିଛନ୍ତି। ଏଥିରେ ଗ୍ରାମର ବହୁ ମହିଳା ଓ ଯୁବକ ମାନେ ଯୋଗ ଦେଇଥିଲେ ।

  • ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

    ବିଭିନ୍ନ ଚର୍ଚ୍ଚରେ ପାଳିତ ହୋଇଯାଇଛି ଇଷ୍ଟର ସନଡେ

    ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କମ୍ପର ଗ୍ରାମରେ ପ୍ରଭୁ ଯୀଶୁଙ୍କର (ଇଷ୍ଟର)ବା ପୁନରୁଥାନ ଦିବସ ଧୁମ ଧାମ ରେ ପାଳନ ହୋଇଯାଇଛି । ସମସ୍ତେ ମିଶି ଯେଇଏଲସି ଚର୍ଚ୍ଚ ରେ ପ୍ରଭୁ ଯୀଶୁଙ୍କର ପୁନରୁତଥାନର ଦିବସ କୁ ସ୍ମରଣ କରିବା ପାଇଁ ସମାଧି ସ୍ଥଳରେ କ୍ଯାଣ୍ଡେଲ ପ୍ରଜ୍ୱଳନ କରି ପ୍ରାର୍ଥନା କରିଥିଲେ ପରେ ଚର୍ଚ୍ଚ ରେ ଶତାଧିକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଉପାସନା କରି, ବାଇବେଲ ପାଠ କରି ଏବଂ ନାଚ ଗୀତରେ ପ୍ରଭୁଙ୍କ ପ୍ରଶଂସା କରିଥିଲେ | ଏହି ପର୍ବ ବିଷୟରେ ଚର୍ଚ୍ଚ ରେ ପେରିସ ପାଷ୍ଟର ରେଭ୍ନେଣ୍ଟ ପ୍ରମିୟ ଖୋସଲା ପ୍ରଭୁ ଯୀଶୁ କିପରି ଭାବରେ ଜଗତର ପାପ ନିମନ୍ତେ ନିଜକୁ କୃଶ ରେ ବଳି ଦେଲେ ଏବଂ ମୃତ୍ୟୁକୁ ପରାଜୟ କରି ପୁନର୍ବାର ଉଥିତ ହେଲେ ସେ ବିଷୟରେ ଆଲୋଚନା କରିଥିଲେ ।

  • ଦରଡିପାଳ ଗ୍ରାମରେ ବାବା ଧବଳେଶ୍ଵରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

    ଦରଡିପାଳ ଗ୍ରାମରେ ବାବା ଧବଳେଶ୍ଵରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଦରଡିପାଳ ଗ୍ରାମରେ ବାବା ଧବଳେଶ୍ଵରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି। ଦରଡିପାଳ ଓ ଆଖପାଖ ଗ୍ରାମର ୩୦୦ ରୁ ଉର୍ଦ୍ଧ ମହିଳା ଶ୍ରଦ୍ଧାଳୁ କୁଶେଇ ନଦୀରୁ କଳସରେ ଜଳ ସଂଗ୍ରହ ପୂର୍ବକ ଗ୍ରାମ ପରିକ୍ରମା କରି ମନ୍ଦିରରେ କଳସ ସ୍ଥାପନ କରିଥିଲେ। ଏହା ପରେ ସୁସଜ୍ଜିତ ଯଜ୍ଞ ମଣ୍ଡପରେ ଦୀକ୍ଷା ଗ୍ରହଣ, ଅଙ୍କୁରାରୋପଣ ଏବଂ ଦିଅଁଙ୍କୁ ଧ୍ୟାନାଭିଷେକ କରାଯାଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିବା ବେଳେ ଆନ୍ତର୍ଜାତିକ କର୍ମକାଣ୍ଡ ବିଶାରଦ ପୂଜକ ବୃନ୍ଦାବନ ଷଡ଼ଙ୍ଗୀ, ବାବା ଭୈରବାନନ୍ଦ ସରସ୍ବତୀ, ରବି ନାରାୟଣ ଷଡ଼ଙ୍ଗୀ, ରାଜେଶ କୁମାର ମିଶ୍ର ପ୍ରମୁଖ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।

    ଏଥିରେ ଏକାଧିକ ଦମ୍ପତି ସଂକଳ୍ପ ରେ ବସିଥିଲେ। ଏହି କ୍ରମରେ ବିଗ୍ରହ ପ୍ରତିଷ୍ଠା ପୂର୍ବରୁ ଦିଅଁ ଙ୍କୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ନାମ ସଂକୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇ ଯଜ୍ଞ ବେଦୀରେ ଅବସ୍ଥାପିତ କରାଯାଇଥିଲା ଓ ଶିବରାତ୍ରୀ ଅବସରରେ ନବଯୌବନ ବେଶ ଦର୍ଶନ ସହ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହେବ ‌। ଗ୍ରାମରେ ହଜାର ହଜାର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ପାଞ୍ଚ ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରି ଥିଲେ।

    ମନ୍ଦିର ର ସଭାପତି କମଳ ଲୋଚନ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ୫ ଦିନ ଧରୁ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଠି ହୋଇଛି। ଏଥିସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ମନ୍ଦିର ପାର୍ଶ୍ବରେ ମିନା ବଜାରର ଆୟୋଜନ ମଧ୍ୟ କରାଯାଇଛି

  • ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ

    ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ

    ୧୧ ଦିନ ଧରି ଚାଲିଥିବା ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ହୋଇ ପାପର କ୍ଷୟ ହୋଇଛି ମଥୁରାନଗରୀକୁ କୃଷ୍ଣ, ବଳରାମ ପାଦ ଦେଲା ପରେ ସମଗ୍ର ମଥୁରାବାସୀ ଆନନ୍ଦିତ ହୋଇଛନ୍ତି । କୃଷ୍ଣ, ବଳରାମ ନଗର ପରିଭ୍ରମଣ ସମୟରେ ମଥୁରାବାସୀ ଘରେ ଘରେ ସୁନ୍ଦର ଝୋଟି ଆଙ୍କି କଳସ ସ୍ଥାପନ କରି ଧୂପ, ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଘଣ୍ଟ, ଶଙ୍ଖ, ସଂକିର୍ତ୍ତନ ତାଳେ ତାଳେ ସମଗ୍ର ମଥୁରାନଗରୀ ଉତ୍ସବମୁଖର ଉଠିଛି । କୃଷ୍ଣ, ବଳରାମ ରଥାରୁଢ଼ ହୋଇ ମଥୁରାନଗରୀ ପରିଭ୍ରମଣ କରିବା ପରେ ଶିବଧନୁ ଭାଙ୍ଗିଥିଲେ ଲୀଳାମୟ ପ୍ରଭୁ ଶ୍ରୀକୃଷ୍ଣ । ହରିବୋଲ, ହୁଲହୁଲି, ଶଙ୍ଖ, ଘଣ୍ଟବାଦ୍ୟରେ ମୁଖରିତ ହୋଇଥିଲା ସମଗ୍ର ପରିବେଶ । ଶ୍ରୀକୃଷ୍ଣ ଓ ବଳରାମଙ୍କ ସହ ଗୋପ ବାଳକଙ୍କ ନାଚଗୀତରେ ବିଭୋର ହୋଇଥିଲେ ମଥୁରାବାସୀ ।

    ଶିବଧନୁ ଭାଙ୍ଗିବା ପରେ କୃଷ୍ଣ, ବଳରାମ ଛୁଟି ଯାଇଥିଲେ କଂସ ମହାରାଜାଙ୍କ ରାଜଦରବାରକୁ । ରାଜଦରବାର ପହଞ୍ଚିବା ପୂର୍ବରୁ ଦ୍ବାରଦେଶରେ କୁବଳୟା ହାତୀ ଓ ପରେ ଅଷ୍ଟମଲ୍ଲଙ୍କ ସହ ଲଢ଼େଇ ହୋଇଥିଲା । କୃଷ୍ଣ, ବଳରାମ କୁବଳୟା ହସ୍ତୀ ଓ ଅଷ୍ଟମଲ୍ଲଙ୍କୁ ବଧ କରି କଂସ ମହାରାଜାଙ୍କ ଦରବାରକୁ ପହଞ୍ଚିଥିଲେ । ସେଠାରେ ମାମୁ କଂସ ଓ ଭଣଜା ଶ୍ରୀକୃଷ୍ଣଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ପରାସ୍ତ ହୋଇ ଶେଷରେ ମହାରାଜା କଂସ ମଞ୍ଚରୁ ଖସି ମୃତ୍ୟୁବରଣ କରିଥିଲେ । ସେପଟେ କାରାଗାରେ ବନ୍ଦୀ ଥିବା ମାତା ଦେବକୀ ଓ ପିତା ବସୁଦେବଙ୍କୁ ଉଦ୍ଧାର କରିଥିଲେ ବେନି ଭାଇ ଶ୍ରୀକୃଷ୍ଣ, ବଳରାମ । କଂସଙ୍କ ମୃତ୍ୟୁ ପରେ ସମଗ୍ର ମଥୁରାନଗରବାସୀ କଂସ ରାଜାର ବଂଶ ବୁଡ଼ୁ, କଂସ ମଲେଁ ଖାଏମା ଲଡ଼ୁ ବୋଲି କହି ଆନନ୍ଦରେ ନାଚି ଉଠିଥିଲେ ।

    ଏଫଭିଓ-ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ଓ ପାପର କ୍ଷୟ ବାର୍ତ୍ତା ନେଇ 76ତମ ଧନୁଯାତ୍ରା ମହୋତ୍ସବ ସମ୍ପନ୍ନ ହୋଇଥିବା ବେଳେ ଆରବର୍ଷକୁ ଅପେକ୍ଷା କରିଛନ୍ତି ସମଗ୍ର ମଥୁରାନଗରୀ ଓ ଗୋପପୁରବାସୀ ।

  • ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ହନୁମାନ ଚାଳିଶା ପଠନ

    ସୁବର୍ଣ୍ଣପୁର ଜ଼ିଲ୍ଲା ଶୁଖା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମେଘନାଦ ପ୍ରଧାନ ଲୁଲୁ ଙ୍କ ତତ୍ୱାବଧାନ ରେ ଶୁଖା ଗ୍ରାମବାସୀ ଙ୍କ ସହଯୋଗ ରେ ମହାସମାରୋହ ରେ ନାମ କୀର୍ତନ ଅନୁଷ୍ଠିତ ହୋଇଥିଲା ଓ ସନ୍ଧ୍ୟା ସମୟ ରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା ଦୀପଦାନ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ମେଘନାଦ ପ୍ରଧାନ ସପତ୍ନୀକ କର୍ତା ଭାବରେ ଥିଲେ ମହା ଆଡମ୍ବର କାର୍ଯ୍ୟକ୍ରମ ଗୁଡିକ ହୋଇଥିଲା ରାତିରେ ବୈଠକି କୀର୍ତନ ହୋଇଥିଲା ଏଥିରେ ନରେନ୍ଦ୍ର ବାହକ ଓ ତାରା ବାହକ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଓ ବହୁ ଜନସମାଗମ ହୋଇଥିଲା ସମସ୍ତଙ୍କୁ ଅର୍ଣପ୍ରସାଦ ଦିଆହେଇଥିଲା

  • ମଞ୍ଚସ୍ଥ ହେଲା କାସାଣ୍ଡ୍ରା ଦ୍ୱାରା କୈବର୍ତ୍ତ ରଘୁନାଥ

    ମଞ୍ଚସ୍ଥ ହେଲା କାସାଣ୍ଡ୍ରା ଦ୍ୱାରା କୈବର୍ତ୍ତ ରଘୁନାଥ

    ()ବୁଧବାର ଶ୍ରୀକ୍ଷେତ୍ରରେ ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି। ଜଗନ୍ନାଥ ସଂସ୍କୃତିକୁ ମନେ ପକେଇବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟାଳୟରେ ମଞ୍ଚ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନାଟକ ପରିବେଷଣ କରାଯାଇଛି । ଗତ କାଲି ସନ୍ଧ୍ୟାରେ ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମରେ କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର କଳାକାର ମାନେ ନାଟକ କୈବର୍ତ୍ତ ରଘୁନାଥ ପରିବେଷଣ କରିଥିଲେ । ପ୍ରଥମେ ଅନୁଷ୍ଠାନର ସଭାପତି ହରିହର ସାହୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ନାଟକ ଓ ଅନୁଷ୍ଠାନ ବିଷୟରେ ସମ୍ପାଦକ ମଳୟ ମହାପାତ୍ର ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ନିର୍ଦ୍ଦେଶକ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ, ଉପ ନିର୍ଦ୍ଦେଶକ ଜିଲ୍ଲା ସଂସ୍କୃତି ବିଭାଗ ରମେଶ ନାଏକ, ଆକାଶବାଣୀ କେନ୍ଦ୍ର କେନ୍ଦୁଝରର ଅଧିକାରୀ ସିପାଇ ମୁର୍ମୁ, ମହାରାଣୀ ସୁନନ୍ଦିନି ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇଥିଲେ।

    ଏହି ନାଟକକୁ ତୁଷାର ସାମନ୍ତ ନିର୍ଦେଶନା ଦେଇଥିବା ବେଳେ ଶ୍ୟାମ ପଣ୍ଡା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ବିଭିନ୍ନ ଅଭିନୟରେ ରବୀନ୍ଦ୍ର କୁମାର ସେଠୀ, ଭାସ୍କର ମିଶ୍ର, ଅଶୋକ ମହାରଣା, ଲିପି ମିଶ୍ର, ଲୁଲୁ ବେଜ୍, ଗଜେନ୍ଦ୍ର ମିଶ୍ର, ମନୋଜ ବେହେରା, ସୁଶାନ୍ତ ଜେନା, ଦେବ ଦର୍ଶନ ଦାସ, ପବିଷ୍ଣା ମିଶ୍ର, ଆରାଧ୍ୟା ଅମୂଲ୍ୟ ସାହୁ, ସାଲେଗ୍ରମ୍ ପାତ୍ର ଆଦି କଳାକାର ଭାବେ ଅଭିନୟ କରିଥିବା ବେଳେ ଲୁଲୁ ମଙ୍ଗରାଜ, ଭୁଭେନ୍ଦୁ ପଟ୍ଟନାୟକ, ଚକ୍ରଧର ହୋତା, ରଞ୍ଜନ ଗୋଛୟତ, ଦିଲ୍ଲୀପ ମହାନ୍ତି ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।ରଘୁନାଥ ଭୂମିକାରେ ଅଭିନୟ କରୁଥିବା ଅଶୋକ ମହାରଣାଙ୍କ ଅଭିନୟରେ ଦର୍ଶକ ମାନେ ମୁଗ୍ଧ ହୋଇଥିଲେ ଆଜିର ଏହି ନାଟକ ଦେଖିବାକୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠାନ ପକ୍ଷରୁ ସାମାଜିକ ନାଟକ ମଞ୍ଚସ୍ଥ ହେବ ବୋଲି ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ସେଠୀ ପ୍ରକାଶ କରିଛନ୍ତି।

  • ମେଳା ବୁଲିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

    ମେଳା ବୁଲିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

    ଚମ୍ପୁଆ ବ୍ଲକ ସରେଇ ବୈତରଣୀ ନଦୀ ପଠାରେ ଥିବା କେଶରୀ କୁଣ୍ଡରେ ଲାଗିଛି ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ । ବୈତରଣୀ ନଦୀ ପଠାରେ ଥିବା ବିଶାଳ ପଥର ଚଟାଣ ମଧ୍ୟରେ ଥିବା କୁଣ୍ଡ ଭିତରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଉ ଥିବା ଦେଖିବାକୁ ମିଳିଛି। ତେବେ କୁଣ୍ଡ ଭିତରେ ଥିବା ପାଣିରେ ବୁଡ଼ ପକାଇଲେ ପାପ କ୍ଷୟ ହେବା ସହ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକ ମତ ରହିଛି। ବିଶେଷ କରି ମକର ସଂକ୍ରାନ୍ତି ରେ ଏଠାରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ କରିବାର ଲୋକ ମତ ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

    ତେବେ ଚମ୍ପୁଆ ସଦର ମହକୁମା ଠାରୁ ମାତ୍ର ୧0 କି. ମି. ଦୂର ଏହି କେଶରୀକୁଣ୍ଡ । ମକର ମେଳାରେ ବୈତରଣୀ ନଦୀର ଉଭୟ ପାର୍ଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। ଲୋକେ ବୈତରଣୀ ନଦୀ ସହ ଏହି ପବିତ୍ର କୁଣ୍ଡରେ ବୁଡ଼ ପକାଇ ନିକଟସ୍ଥ ଶୈବ ପୀଠରେ ପୂଜା ଅର୍ଚନା କରିବା ପରେ ସାଙ୍ଗରେ ନେଇଥିବା ପିଠା ପଣା ଖାଇ ମକର ମେଳାର ମଜା ଉଠାଇଥାନ୍ତି

  • ‘ମହାନଦୀ ଆଳତୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

    ‘ମହାନଦୀ ଆଳତୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ

    ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପକ୍ଷୀ ଗ୍ରାମ ରୁପେ ପରିଚିତ ଗୋବିନ୍ଦପୁର ଗାଁ ର ମହାନଦୀ କୂଳରେ ” ମହାନଦୀ ଆଳତୀ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗୋବିନ୍ଦପୁର ଗ୍ରାମବାସୀଙ୍କ ଉଦ୍ୟମରେ ତଥା ହଜାର ହଜାର ଅଂଚଳବାସୀଙ୍କ ଉପସ୍ଥିତିରେ ଏହି ପୁଣ୍ୟ ମହାନଦୀ ଆଲତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏଥିରେ ଆଖପାଖ ୬-୭ ଟି ଗ୍ରାମପଞ୍ଚାୟତ ର ହଜାର ହଜାର ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ମହାନଦୀ ଆଲତୀ କାର୍ଯ୍ୟକ୍ରମରେ କର୍ତ୍ତା ଦାୟିତ୍ବ ସଂପାଦନ କରିଥିଲେ ଗୋବିନ୍ଦପୁର ଗ୍ରାମର ବୁଦ୍ଧଦେବ ପାତ୍ର ତଥା ତାଙ୍କ ପତ୍ନୀ ବେଲମତି ପାତ୍ର । ପୂଜାକାର୍ଯ୍ୟ ସଂପାଦନ କରିଥିଲେ ପଣ୍ଡିତ ସରୋଜ କୁମାର ଦାସ । ଜଙ୍ଗଲ କମିଟୀ ସଭାପତି ଯୋଗେଶ୍ବର ନାୟକ ତଥା ଅନ୍ଯାନ୍ଯ ସଦସ୍ଯ ମଧ୍ଯ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ମହାନଦୀ ଆଳତୀ ସମୟରେ ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ।

    ଆଖପାଖ ଗ୍ରାମପଞ୍ଚାୟତ ତଥା ଦୂରଦୁରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି ଅବସରରେ ବିଶିଷ୍ଟ ମହିଲା କିର୍ତ୍ତନ ଗାୟିକା ଭାନୁମତି ସେଠ କିର୍ତ୍ତନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

  • ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

    ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏଥିରେ ବରଗଡ ଜ଼ିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ଓ କଂସ ମହାରାଜ ହୃଷିକେଶ ଭୋଇଙ୍କ ସମେତ ଅସଂଖ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆସନ୍ତା ଜାନୁୟାରୀ 15 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଶୁଭ ଦିଆଯାଇଛି । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦେବୀ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ବରଗଡର ହାଟପଦା ସଞ୍ଚାର ପଡିଆ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା।

    ସ୍ଥାନୀୟ ତଳିପଡା ସ୍ଥିତ ବରଗଡ଼ର ଇଷ୍ଟଦେବୀ ମାଁ ସମଲେଶ୍ବରୀ ଦେବୀଙ୍କ ମନ୍ଦିରରେ ପ୍ରଥମେ ବିଧି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ସଞ୍ଚାର ପଡିଆକୁ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଉପଜିଲ୍ଲାପାଳ ଏବଂ ଏଡିଏମ ପହଞ୍ଚିଥିଲେ।

  • ସରଯୁ ଘାଟରେ ଭକ୍ତିମୟ ପରିବେଶ

    ସରଯୁ ଘାଟରେ ଭକ୍ତିମୟ ପରିବେଶ

    ପୌରାଣିକ ଅଯୋଧ୍ୟା ନଗରୀ ନିକଟରେ କାହିଁ କେଉଁ କାଳରୁ ପ୍ରବାହିତ ହେଉଛି ପବିତ୍ର ସରଜୁ ନଦୀ… ଅଯୋଧ୍ୟାର ଗରିମା ଯେମିତି ମହାନ, ସେମିତି ମହାନ ସରଜୁର ଗାଥା… ହିମାଳୟର ମାନସରୋବରରୁ ବାହାରି ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ମଧ୍ୟ ଦେଇ ପ୍ରବାହିତ ସରଜୁ ବିହାରର ସାରଂ ଜିଲ୍ଲାରେ ଗଙ୍ଗା ନଦୀ ସହିତ ମିଳିତ ହୋଇଛି…ପୌରାଣିକ ମତ ଅନୁସାରେ, ଭଗବାନ ଶ୍ରୀ ରାମଙ୍କର ବନ ଗମନ ଠାରୁ ଅଯୋଧ୍ୟା ପ୍ରତ୍ୟାବର୍ତନ ପର୍ଯ୍ୟନ୍ତ ସମସ୍ତ ଘଟଣାର ମୁକ ସାକ୍ଷୀ ଏହି ସରଜୁ… କଳ କଳ ନାଦରେ ପ୍ରବାହିତ ହେଉଛି ପାପନାଶିନୀ ସରଜୁ… କେହି ଅଟକାଇ ପାରିନି ତାକୁ ତୃଷାର୍ତ୍ତକୁ ଜଳ ଦାନ କରିବାରେ..ସଭ୍ୟତା ଗଢିବାରେ… ଏବଂ ସନାତନ ଧର୍ମକୁ ମହିମାମୟ କରିବାରେ… ଯେମିତି କି ମହାପ୍ରଭୁ ଶ୍ରୀ ରାମଙ୍କ ସେବା କରିବାକୁ ପ୍ରାଣ ପାଇଛି ସରଜୁ… ଭୌଗୋଳିକ ଦୃଷ୍ଟିରୁ ଏହା ସାରଦା ନଦୀର ମୁଖ୍ୟ ସହାୟକ ନଦୀ । ସଂସ୍କୃତ ଭାଷାରୁ ସରଜୁ ଶବ୍ଦର ଉତ୍ପତି ହୋଇଥିବା ବେଳେ ଋଗ୍ ବେଡ଼ରେ ମଧ୍ୟ ଏହାର ନାମୋଲ୍ଲେଖ ରହିଛି …

    ସନ୍ଧ୍ୟା ସମୟରେ ମନମୋହକ ରୂପ ଧାରଣ କରିଥାଏ ସରଜୁ… ଶହ ଶହ ଭକ୍ତଙ୍କ ଉପସ୍ଥିତି, ନଦୀର ଘଟକୁ ଏକ ଭକ୍ତିମୟ ପରିବେଶ ପ୍ରଦାନ କରିଥାଏ … ପ୍ରବାହ ମାନ ସରଜୁ, ଘଣ୍ଟ ଧ୍ୱନି ଓ ଓଁକାର ନାଦରେ ପ୍ରକମ୍ପିତ ହୋଇଉଠେ ସରଜୁ ଘାଟ… ସନ୍ଧ୍ୟା ହେଲେ ପର୍ଯ୍ୟଟକ, ସାଧୁ, ଓ ଭକ୍ତ ମାନଙ୍କ ମଧ୍ୟରେ ଅପୂର୍ବ ସଙ୍ଗମ ସୃଷ୍ଟି କରେ ଏହି ଆଧ୍ୟାତ୍ମିକ ପରିବେଶ । ଖାଲି ସେତିକ ନୁହେଁ, ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରି ସେମାଙ୍କର ମୋକ୍ଷପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ଶ୍ରଧାଳୁ । ସେଥିପାଇଁ ସେ ସରଜୁ ପାନାଶିନୀ ଭାବେ ପରିଚିତ .. . ଏଠି ମୋକ୍ଷ ପାଇଁ ସାଧାରଣ ଜନତା ଠାରୁ ମୁନି ରୁଷି ପର୍ଯ୍ୟନ୍ତ ସମସ୍ତେ ପ୍ରାଥନାରତ ।