ସୈଫ ଅଲି ଖାନ ପ୍ରଥମ ଡେଟରେ ଅମୃତା ସିଂଙ୍କ ଘରେ ୨ ଦିନ ରହିଥିଲେ

ବଲିଉଡ ଅଭିନେତା ସୈଫ ଅଲି ଖାନ ନିଜର ପ୍ରଖତ ଅଭିନୟ ପାଇଁ ଜଣାଶୁଣା । ସେ ତାଙ୍କର ପ୍ରତ୍ୟେକ ଚରିତ୍ର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରନ୍ତି । ବୃତ୍ତିଗତ ଜୀବନ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଥର ହେଡଲାଇନରେ ରହିଛନ୍ତି । ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ସହ ତାଙ୍କର ପ୍ରେମ କାହାଣୀ କାହାକୁ ଅଛପା ନୁହେଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସୈଫ ଅଲି ଖାନ ପ୍ରଥମ ଡେଟ୍ ପରେ ଦୁଇ ଦିନ ଅମୃତା ସିଂଙ୍କ ଘରେ ରହିଥିଲେ ।

ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୱେଲଙ୍କ ଦ୍ୱାରା ଆୟୋଜିତ ଫଟୋସୁଟ ସମୟରେ ସୈଫ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତାଙ୍କ ପ୍ରଥମେ ସାକ୍ଷାତ ହୋଇଥିଲା । ସୈଫ ଅଲି ଖାନ ରାହୁଲଙ୍କ ଆଗାମୀ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲେ । ଅମୃତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ନିର୍ଦ୍ଦେଶକ ରାହୁଲ ଅଭିନେତ୍ରୀଙ୍କୁ ଫିଲ୍ମର ଷ୍ଟାରକାଷ୍ଟ ସହିତ ଫଟୋସୁଟ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ସାକ୍ଷାତ ସମୟରେ ସୈଫ ଅଲି ଖାନ ଅମୃତାଙ୍କୁ ଭଲପାଇ ବସିଥିଲେ ।

କିଛି ବର୍ଷ ପରେ ସୈଫ ଅଲି ଖାନ ଏବଂ ଅମୃତା ସିଂ, ସିମି ଗ୍ରବାଲଙ୍କ ଚାଟ୍ ସୋ Rendezvous with Simi Garewalରେ ଭାଗ ନେଇଥିଲେ । ଏହି ସମୟରେ ସୈଫ, ଅମୃତା ସିଂଙ୍କୁ ତାଙ୍କ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ଚାଟ୍ ସୋ’ରେ ଅଭିନେତା କହିଛନ୍ତି ଯେ, ସେ ଅମୃତାଙ୍କୁ ଡିନର ଡେଟ ପାଇଁ ନିମନ୍ତ୍ରଣ କରିଥିଲେ । ଅଭିନେତ୍ରୀ କହିଥିଲେ, ‘ନା, ମୁଁ ବାହାରକୁ ଯିବାକୁ ପସନ୍ଦ କରେ ନାହିଁ, କିନ୍ତୁ ଆପଣ ଚାହିଁଲେ ମୋ ଘରକୁ ରାତ୍ରୀ ଭୋଜନ ପାଇଁ ଆସିପାରିବେ ।’

ଏହାପରେ ସୈଫ, ଅମୃତା ସିଂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଅଭିନେତା ଅମୃତାଙ୍କୁ ମେକଅପ୍ ବିନା ଦେଖିଥିଲେ ଏବଂ ତାଙ୍କ ସୌନ୍ଦର୍ଯ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସୈଫ ଅମୃତା ସିଂଙ୍କ ଘରେ ୨ ଦିନ ରହିଲେ । ଏହି ସମୟରେ ଉଭୟ ପରସ୍ପରକୁ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିଥିଲେ । ଅବଶ୍ୟ ଗୋଟିଏ ଛାତ ତଳେ ଦୁହେଁ ରହୁଥିଲେ ହେଲେ ଉଭୟ ଅଲଗା କୋଠରୀରେ ଶୋଇଥିଲେ ।

ଏହା ସମସ୍ତଙ୍କୁ ଜଣା ଯେ, ୧୯୯୧ ମସିହାରେ ସୈଫ ଅଲି ଖାନ ଅମୃତା ସିଂଙ୍କୁ ବିବାହ କରିଥିଲେ । ସେହି ସମୟରେ ଉଭୟଙ୍କ ବୟସରେ ୧୨ ବର୍ଷର ବ୍ୟବଧାନ ଥିଲା । ସୈଫଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିବା ବେଳେ ଅମୃତାଙ୍କୁ ୩୩ ବର୍ଷ ହୋଇଥିଲା । ଅବଶ୍ୟ ଏହି ବିବାହ ବେଶୀ ଦିନ ରହିଲା ନାହିଁ ଏବଂ ତା’ପରେ ୨୦୦୪ ମସିହାରେ ସୈଫ-ଅମୃତା ପରସ୍ପରକୁ ଛାଡପତ୍ର ଦେଇ ଦେଇଥିଲେ । ବିବାହ ପରେ ଉଭୟଙ୍କର ଦୁଇଟି ସନ୍ତାନ ଥିଲେ । ଜଣେ ସାରା ଅଲି ଖାନ ଏବଂ ଅନ୍ୟ ଜଣେ ଇବ୍ରାହିମ ଅଲି ଖାନ ।

Leave a Reply

Your email address will not be published. Required fields are marked *