Author: suchanatv24x7

  • ଯୌନ ଶୋଷଣ ଅଭିଯୋଗରେ 6 ଶିକ୍ଷୟିତ୍ରୀ ଗିରଫ

    ଯୌନ ଶୋଷଣ ଅଭିଯୋଗରେ 6 ଶିକ୍ଷୟିତ୍ରୀ ଗିରଫ

    ଆମେରିକାରେ ଦୁଇ ଦିନ ଭିତରେ 6 ମହିଳା ଶିକ୍ଷୟିତ୍ରୀ ଗିରଫ କରାଯାଇଛି। ଛାତ୍ରଙ୍କୁ ଜୋରଜବରଦସ୍ତି ଯୌନ ଶୋଷଣ ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ଏଲନ ଶେଲ (୩୮), ହିଦର ହାରେ (୩୨), ଏମିଲୀ ହ୍ୟାନକକ (୨୬), କ୍ରିଷ୍ଟେନ ଗାଣ୍ଟ (୩୬), ଆଲିଆଜ ଖେରାଡମାଣ୍ଡ (୩୩) ଓ ହେନା ମାର୍ଥ (୨୬)। ଏମାନେ ସମସ୍ତେ ଆମେରିକାର ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଥାନ୍ତି। ଛାତ୍ରଙ୍କୁ ସ୍କୁଲ ଭିତରେ ଓ ବାହାରେ ବାରମ୍ବାର ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।

    ସୂଚନା ମୁତାବକ, ଡେନୱେଲର 38 ବର୍ଷୀୟା ଏଲେନ ଶେଲଙ୍କ ବିରୋଧରେ ଥାର୍ଡ ଡିଗ୍ରୀ ରେପ ଅଭିଯୋଗ ହୋଇଛି। ସେ ଦୁଇ 16 ବର୍ଷର ବାଳକଙ୍କୁ ତିନି ଥର ଯୌନ ଶୋଷଣ ଦେଇଥିଲେ। ଏହି ଘଟଣା ପଦାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଗିରଫ ହୋଇଛନ୍ତି। ସେହିପରି ଆମେରିକାର ଦକ୍ଷିଣରେ ଥିବା ଏକ ସ୍କୁଲରେ ହିଦର ହାରେ ଶିକ୍ଷୟିତ୍ରୀ, ଓକଲାହୋମାର ଏକ ସ୍କୁଲରେ ଏମିଲୀ ହ୍ୟାନକକ ପଢାଉଥିଲେ, ଡେ ମୋଇନର ଏକ କ୍ୟାଥୋଲିକ ହାଇସ୍କୁଲରେ ଇଂରାଜୀ କ୍ରିଷ୍ଟେନ ଗାଣ୍ଟ, ଜେମ୍‌ସ ମେଡିସନ ହାଇସ୍କୁଲର ଆଲିଆଜ ଖେରାଡମାଣ୍ଡ, ପେନସିଲଭେନିଆର ଏକ ସ୍କୁଲର ଜାଭଲିନ କୋଚ୍ ଛାତ୍ରଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଛି।

    ଆମେରିକାରେ ନିକଟ ଅତିତରେ ମଧ୍ୟ 6 ଜଣ ବିରୋଧରେ ମଧ୍ୟ ଅଭିଯୋଗ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

  • ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା କ୍ଷମତା ହାତେଇବାକୁ ବିଜେପିର ରଣନୀତି

    ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ସୁପ୍ରଚାର ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ହୋଇଛି । ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି ରାଜ୍ୟ ସଭାପତି । ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ୮ ଜଣ ସଦସ୍ୟ ଅଛନ୍ତି । ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ୧୪ ଜଣ ସଦସ୍ୟ ଅଛନ୍ତି ।

    ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ଆସନ ହାତେଇବା ପାଇଁ ବିଜେପି ଲକ୍ଷ୍ୟ ରଖିଥିବା ବେଳେ ନିର୍ବାଚନ ସୁପରିଚାଳନା ପାଇଁ ୨ଟି କମିଟିର ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

    ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଜୟ ନାରୟଣ ମିଶ୍ର, କେ.ଭି.ସିଂଦେଓଙ୍କ ଭଳି ନେତା ଅଛନ୍ତି । ସେହିପରି ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୋହନ ମାଝି, ପ୍ରଦୀପ ପୁରୋହିତ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି ।

  • କୋଷ୍ଠ କାଠିନ୍ୟ ଦୂରକରିବ ରୋଷେଇ ଘର

    କୋଷ୍ଠ କାଠିନ୍ୟ ଦୂରକରିବ ରୋଷେଇ ଘର

    କୋଷ୍ଠ କାଠିନ୍ୟ ଭୋଗୁଥିବା ଲୋକ ଜାଣନ୍ତି କେତେ କଷ୍ଟ ଦାୟକ ଏହି ସମସ୍ୟା। ଏଥିପାଇଁ ଟିଭିରେ ଆସୁଥିବା ବିଜ୍ଞାପନର ଔଷଧ ଠାରୁ ଆରମ୍ଭ କରି ନାନା ଉପାୟ ଆପଣାଇଥାନ୍ତି ଲୋକେ। ହେଲେ କେଉଁଥିରେ କିଛି ସୁଫଳ ମିଳି ନ ଥାଏ। ଖାଲି ଯାହା ପକେଟ ଖାଲି ହୋଇଯାଏ। ହେଲେ ଆମ ରୋଷେଇ ଘରେ ଏମିତି କିଛି ସାମଗ୍ରୀ ରହିଛି, ଯାହା କୋଷ୍ଠ କାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ।

    ସମସ୍ତଙ୍କ ରୋଷେଇ ଘରେ ଜିରା ତ ଥିବ। ଏଥିରେ ପାଚନ ଏଞ୍ଜାଇମ ରହିଛି। ଏହି ଏଞ୍ଜାଇମ ଖାଇବା ଦ୍ୱାରା ପାଚନ ତନ୍ତ୍ର ସହଜ ହୋଇଥାଏ ଓ ମେଟାବଲିକ ରେଟ ମଧ୍ୟ ବୃଦ୍ଧି ହୋଇଥାଏ। ତେଣୁ ସକାଳୁ ସକାଳୁ ଜିରାକୁ ପାଣିରେ ଫୁଟାଇ ପିଇବା ଜରୁରୀ। ଏପରି କରିବା ଦ୍ୱାରା ପେଟ ପୂରା ସଫା ହୋଇଯାଇଥାଏ।

    କଞ୍ଚା ପିଆଜ ମଧ୍ୟ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ପିଆଜରେ ଥିବା ଫାଇବର ପାଚନ ଶକ୍ତିକୁ ମଜବୁତ କରି ଝାଡା ସଫାକରିବ। ସକାଳୁ ପିଆଜ ଖାଇବା ଦ୍ୱାରା ପେଟ ସଫା ହେବା ସହ  ଟକ୍ସିକ ପଦାର୍ଥକୁ ପେଟରୁ ନିଷ୍କାସନ କରିବ।

    ଲେମ୍ବୁ ମଧ୍ୟ କୋଷ୍ଠ କାଠିନ୍ୟ ଦୂର କରିଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇ ଦେଖନ୍ତୁ ଏହାର ପ୍ରଭାବ।

    ସେହିପରି ଚିମୁଟାଏ ହେଙ୍ଗୁକୁ ଗରମ ପାଣିରେ ପିଇଲେ ମଧ୍ୟ ଝାଡା ସଫା ହୋଇଥାଏ। ହେଙ୍ଗୁରେ ଏଞ୍ଜାଇମ ରହିଛି, ଯାହା ପେଟକୁ ସଫା କରିଦେବ।  

  • ଆତିକର ହତ୍ୟାକାରୀଙ୍କ ନିକଟରୁ ତୁର୍କୀ ବନ୍ଧୁକ ଜବତ

    ଆତିକର ହତ୍ୟାକାରୀଙ୍କ ନିକଟରୁ ତୁର୍କୀ ବନ୍ଧୁକ ଜବତ

    ମାଫିଆ ଡନ ଆତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ପରେ ଦେଶରେ ପ୍ରତିବନ୍ଧିତ ହତିଆରର ଉପସ୍ଥିତି ସାମ୍ନାକୁ ଆସିଛି। ପୋଲିସ 3 ହତ୍ୟାକାରୀଙ୍କ ନିକଟରୁ ଯେଉଁ ବନ୍ଧୁକ ଜବତ କରିଛି ତାହା ତୁର୍କୀରେ ତିଆରି ହୋଇଛି। ଦେଶରେ ଏହି ବନ୍ଧୁକ ଉପରେ ବ୍ୟାନ ଲଗାଯାଇଛି। କିନ୍ତୁ ପ୍ରତିବନ୍ଧିତ ବନ୍ଧୁକରେ ଆତିକ ବ୍ରଦର୍ସଙ୍କୁ ହତ୍ୟା କରାଯାଇଛି। ଖାଲି ଏହି ଦୁଇ ଜଣ ନୁହଁନ୍ତି, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ଏହି ବନ୍ଧୁକରେ ମରାଯାଇଥିବା କୁହାଯାଉଛି।

    ଆତିକ ଓ ଅସରଫଙ୍କ ଉପରକୁ ମାତ୍ର 40 ସେକେଣ୍ଡରେ 18 ରାଉଣ୍ଡ ଗୁଳି ବର୍ଷା କରିଥିଲେ 3 ଯୁବକ। ଏହାପରେ ଉଭୟଙ୍କ ମୃତଦେହ ପଡିଥିଲା ଚଟାଣ ଉପରେ। ପୋଲିସ 3 ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଯେଉଁ ପିସ୍ତଲକୁ ଜବତ କରିଥିଲା, ତାହା ତୁର୍କୀରେ ତିଆରି ହୋଇଛି ଓ ତାର ନାଁ ଜିଗାନା ପିସ୍ତଲ। ମିଡିଆ ରିପୋର୍ଟ ମୁତାବକ, ଏହି ବନ୍ଧୁକକୁ ତୁର୍କୀ ଓ ମାଲେସିଆ ମିଳିତ ଭାବେ ତିଆରି କରିଥାନ୍ତି। ଜିଗାନାର ଦାମ ପ୍ରାୟ 5-7 ଲକ୍ଷ ଟଙ୍କା ହେବ। ହେଲେ ଏହା ଭାରତରେ ବ୍ୟାନହୋଇଛି। ତେଣୁ ଏହାକୁ ବେଆଇନ ଉପାୟରେ, ଦେଶକୁ ଅଣାଯାଉଛି।  ବନ୍ଧୁକର ବିଶେଷତ୍ୱ କି, ଗୋଟିଏ ଥରରେ ଏଥିରେ 15 ଗୁଳି ଲୋଡ ହୋଇଥାଏ। ଆଧିକାରିକ ଭାବେ ଜିଗାନାକୁ ମାଲେସିଆ ସେନା, ଫିଲିଫାଇନ୍ସ ପୋଲିସ, ୟୁଏସ କୋଷ୍ଟ ଗାର୍ଡ ଏହାର ବ୍ୟବହାର କରିଥାନ୍ତି।

    ଏଠି ପ୍ରଶ୍ନ ଉଠୁଛି, ଆତିକଙ୍କ ହତ୍ୟାକାରୀଙ୍କ ପାଖକୁ ଏହି ଅତ୍ୟାଧୁନିକ, ଦାମୀ ବନ୍ଧୁକ ଆସିଲା କେମିତି। କେଉଁଠୁ ଆଣିଲେ ଏତେ ଟଙ୍କା। ତେବେ କଣ ଏହି ହତ୍ୟା ପଛରେ କୌଣସି ବଡବଡିଆଙ୍କ ହାତ ରହିଛି। ଏମିତି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।