କୋଷ୍ଠ କାଠିନ୍ୟ ଦୂରକରିବ ରୋଷେଇ ଘର

କୋଷ୍ଠ କାଠିନ୍ୟ ଭୋଗୁଥିବା ଲୋକ ଜାଣନ୍ତି କେତେ କଷ୍ଟ ଦାୟକ ଏହି ସମସ୍ୟା। ଏଥିପାଇଁ ଟିଭିରେ ଆସୁଥିବା ବିଜ୍ଞାପନର ଔଷଧ ଠାରୁ ଆରମ୍ଭ କରି ନାନା ଉପାୟ ଆପଣାଇଥାନ୍ତି ଲୋକେ। ହେଲେ କେଉଁଥିରେ କିଛି ସୁଫଳ ମିଳି ନ ଥାଏ। ଖାଲି ଯାହା ପକେଟ ଖାଲି ହୋଇଯାଏ। ହେଲେ ଆମ ରୋଷେଇ ଘରେ ଏମିତି କିଛି ସାମଗ୍ରୀ ରହିଛି, ଯାହା କୋଷ୍ଠ କାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ।

ସମସ୍ତଙ୍କ ରୋଷେଇ ଘରେ ଜିରା ତ ଥିବ। ଏଥିରେ ପାଚନ ଏଞ୍ଜାଇମ ରହିଛି। ଏହି ଏଞ୍ଜାଇମ ଖାଇବା ଦ୍ୱାରା ପାଚନ ତନ୍ତ୍ର ସହଜ ହୋଇଥାଏ ଓ ମେଟାବଲିକ ରେଟ ମଧ୍ୟ ବୃଦ୍ଧି ହୋଇଥାଏ। ତେଣୁ ସକାଳୁ ସକାଳୁ ଜିରାକୁ ପାଣିରେ ଫୁଟାଇ ପିଇବା ଜରୁରୀ। ଏପରି କରିବା ଦ୍ୱାରା ପେଟ ପୂରା ସଫା ହୋଇଯାଇଥାଏ।

କଞ୍ଚା ପିଆଜ ମଧ୍ୟ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ପିଆଜରେ ଥିବା ଫାଇବର ପାଚନ ଶକ୍ତିକୁ ମଜବୁତ କରି ଝାଡା ସଫାକରିବ। ସକାଳୁ ପିଆଜ ଖାଇବା ଦ୍ୱାରା ପେଟ ସଫା ହେବା ସହ  ଟକ୍ସିକ ପଦାର୍ଥକୁ ପେଟରୁ ନିଷ୍କାସନ କରିବ।

ଲେମ୍ବୁ ମଧ୍ୟ କୋଷ୍ଠ କାଠିନ୍ୟ ଦୂର କରିଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇ ଦେଖନ୍ତୁ ଏହାର ପ୍ରଭାବ।

ସେହିପରି ଚିମୁଟାଏ ହେଙ୍ଗୁକୁ ଗରମ ପାଣିରେ ପିଇଲେ ମଧ୍ୟ ଝାଡା ସଫା ହୋଇଥାଏ। ହେଙ୍ଗୁରେ ଏଞ୍ଜାଇମ ରହିଛି, ଯାହା ପେଟକୁ ସଫା କରିଦେବ।  

Leave a Reply

Your email address will not be published. Required fields are marked *