
କେନ୍ଦ୍ରାପଡ଼ାରେ ବଢ଼ିଲା ବିଜେଡିର ବଳ।କଂଗ୍ରେସ ଦଳ ଛାଡିବାର ମାତ୍ର ଦୁଇ ଦିନ ପରେ, ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଦୁଇଦିନ ତଳେ କଂଗ୍ରେସ ଛାଡ଼ିଥିଲେ । ସାଂସଦ ମାନସ ମଂଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ତାଙ୍କ ସହ ପ୍ରାୟ ହଜାରେରୁ ଅଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି ।ବିଜେଡିରେ ସାମିଲ ହେବା ନେଇ ଅଂଶୁମାନ କହିଛନ୍ତି ମୋ ପାଇଁ ଏକ ସୌଭାଗ୍ୟର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲି । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।
ତେବୋ ଗତ କିଛି ଦିନ ହେଲା ଅଂଶୁମାନ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା।। ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ରାଜନୈତିକ ମଇଦାନରେ ପରସ୍ପରର ପ୍ରତିଦ୍ୱନ୍ଦି ସାଜିଥିବା ଧ୍ରୁବ ସାହୁ ଓ ଅଂଶୁମାନ ଗୋଟିଏ ଦଳରେ ରହିବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।ହେଲେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେହିପରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା ।
ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଂଶୁମାନ। ଏବେ ହାତ ଛାଡି ଶଙ୍ଖ ଫୁଙ୍କିବେ ,ହେଲେଦୀଘ ବର୍ଷ ଧରି ରାଜନୈତିକ ମଇଦାନରେ ପରସ୍ପରରକୁ ରାଜନୀତି ମଇଦାନରେ କଡା ଟକର ଦେଇ ଆସୁଥିବା ଧ୍ରୁବ ସାହୁ ଓ ଅଂଶୁମାନ ଗୋଟିଏ ଦଳରେ ରହିବା ଦଳକୁ କେତେ ଲାଭବାନ କରୁଛି ତାହା ସମୟ କହିବ ।
Your article helped me a lot, is there any more related content? Thanks! https://www.binance.info/hu/register?ref=IQY5TET4
I don’t think the title of your article matches the content lol. Just kidding, mainly because I had some doubts after reading the article.