ବଞ୍ଚିବା ପାଇଁ ୮୦ ବର୍ଷ ବୟସରେ ବୃଦ୍ଧାଙ୍କ ସଂଘର୍ଷ

କୁହାଯାଏ ପେଟ ପାଇଁ ନାଟ । ବଞ୍ଚିବା ପାଇଁ ମଣିଷ ସଂଘର୍ଷ କରେ । ପିଲାଠାରୁ ବୁଢ଼ା ଯାଏ ସମସ୍ତେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣ ଚାଲିବାକୁ ଅକ୍ଷମ, ଦେହରେ ବଳ ନଥାଏ ତଥାପି ପରିସ୍ଥିତି ବାଧ୍ୟ କରେ ତାହେଲେ ଆପଣ କ’ଣ କରିବେ, କାହାର ଭରସାରେ ବଞ୍ଚିବେ …ଏଭଳି ଏକ ଚିତ୍ର ନିହାତି ଅନେକ ପ୍ରଶ୍ନ ସୃଷ୍ଟି କରେ ..।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ପାଞ୍ଜିଆଗୁଡ଼ା ଗାଁ । ଦୁଃଖକଷ୍ଟର ଜୀବନ ବିତାନ୍ତି ଗୌରୀ ପରିଜା । ବୟସ ୮୦ ଡେଇଁଲାଣି । ହାଡ଼କଙ୍କାଳ ଦେଖାଯାଉଛି କିନ୍ତୁ ବଞ୍ଚିବେ କିପରି । ସେଥିପାଇଁ ତାଙ୍କୁ ଅହରହ ସଂଘର୍ଷ କରିବାକୁ ପଡୁଛି । ପେଟରେ ଦାନା ଟିକେ ପଡ଼ିଲେ ତ ବଞ୍ଚି ରହିବେ ।

ଚିତ୍ରରେ ରହିଛି କରୁଣ ଦୃଶ୍ୟ । ଥରେ ଚିନ୍ତା କରିବେ ତ ଆଖିରୁ ଲୁହ ଝରିବ । ପରିଣତି ବୟସରେ, ପ୍ରବଳ ଗ୍ରୀଷ୍ମରେ, ରାସ୍ତାରେ ବୋହୁଛନ୍ତି କାଠ ଗୋଛା । ବଳ ନାହିଁ ସେଥିପାଇଁ ପୁରୁଣାକାଳିଆ ଟେକନିକରେ ପକ୍କା ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି । କାଠ ଚୁଲାରେ ରୋଷେଇ ହେବ ତ ଆଉ କିଛି ବିକ୍ରି ହେବ । ସେଥିପାଇଁ ସେ ବଣପାହାଡ଼ରୁ ଏଭଳି କାଠ ସଂଗ୍ରହ କରିଥାନ୍ତି । କାଠ ସଂଗ୍ରହ କରିବା ଏହି ଅଞ୍ଚଳର ଏକ ପରମ୍ପରା । ବୃଦ୍ଧା କାଠ ଘୋଷାଡ଼ି ଭଳି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ନେଇ ବେଶ୍ କିଛି ପ୍ରତିକ୍ରିୟା ମିଳିଛି । କିଛି ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲାର ଜଣେ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏକ ଚେୟାରକୁ ସାହାରା କରି ରାସ୍ତାରେ ଚାଲିଚାଲି ଯାଉଥିଲେ ଯାହାର ଭିଜୁଆଲ୍ ଭାଇରାଲ୍ ହୋଇଥିଲା ।

Comments

Leave a Reply

Your email address will not be published. Required fields are marked *