ସେନା ଆମ୍ବୁଲାନ୍ସ ଘାଟିରୁ ଖସି ତିନି ଯବାନ ମୃତ

ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ତିନି ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର ରଜୌରୀ ଜିଲ୍ଲାର ଏଲଓସି ନିକଟବର୍ତ୍ତୀ  କେରି ସେକ୍ଟରେ ସେନା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଘାଟି ରାସ୍ତାର ସଂକୀର୍ଣ୍ଣ ବୁଲାଣିରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ 3 ଯବାନଙ୍କ ମୃତ୍ୟୁ ଘଟିଛି। 

ଏପ୍ରିଲ 20 ତାରିଖରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ୍‌କୁ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିବାରୁ 5 ଜଣ ଯବାନ  ସହିଦ ହୋଇଥିଲେ। ସେହିପରି ଗତ ବର୍ଷ ଡିସେମ୍ବର ମାସରେ ସିକ୍କିମରେ ଘାଟିରୁ ସେନାର ଏକ ଗାଡ଼ି ଖସି ପଡ଼ିବାରୁ 16 ଜଣ ଯବାନଙ୍କ ପ୍ରାଣହାନୀ ହୋଇଥିଲା।

Comments

Leave a Reply

Your email address will not be published. Required fields are marked *