ମାଲକାନଗିରି ଜଙ୍ଗଲ ବୁଲୁଛନ୍ତି ଅଲୁ ଅର୍ଜୁନଙ୍କ ଟିମ

ଦକ୍ଷିଣ ଭାରତର ନାମକରା ଅଭିନେତା ଅଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମର ସଫଳତା ପରେ ନିର୍ମାତା ଫିଲ୍ମର ସିକୁଏନ୍ସ ସୁଟ କରିବାକୁ ଯାଉଛନ୍ତି। ପୁଷ୍ପା ୨ କୁ ନେଇ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫ୍ୟାନ୍ସଙ୍କ ଉତ୍କଣ୍ଠାକୁ ଦେଖି ଫିଲ୍ମ ନିର୍ମାଣ ଖୁବ ଶୀଘ୍ର କରିବାକୁ ନିଷ୍ପତ୍ତି ହୋଇଛି। ସବୁଠାରୁ ବଡ କଥା ପୁଷ୍ପା ୨ର ନିର୍ମାଣ ଆମ ରାଜ୍ୟର ମାଲକାନଗିରିରେ ହେବାକୁ ଯାଉଛି ଓ ଏଥିପାଇଁ ଫିଲ୍ମର ଏକ ଟିମ ଲାଲଗଡ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।  

ମାଲକାନଗିରି ଜିଲ୍ଲାର କୋଲିମେଳା ଥାନା ଅଧୀନ ପୋଲୁର ଗାଁ ପରିଦର୍ଶନ କରିଛନ୍ତି।  ସେଠାରେ ଫିଲ୍ମର ଟିମ ସ୍ଥାନ ନିରୁପଣ କରିଥିବା ଜଣାପଡିଛି। ସୁକୁମାରଙ୍କ ସହ ଫିଲ୍ମର ସହ ନିର୍ଦ୍ଦେଶକ ଏମ ପ୍ରସାଦ ମଧ୍ୟ ଲାଲଗଡ ଆସୁଛନ୍ତି। ସେଠାରେ ସେମାନେ  ସୁଟିଂ ସ୍ଥାନ ବୁଲି ଦେଖିଦେଖିଛନ୍ତି। ଫିଲ୍ମ ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କଠାରୁ ଅନୁମତି ନେବେ। ପୋଲିସ ଅନୁମତି ମିଳିବା ପରେ ଚଳିତ ମାସ ୭ ତାରିଖରୁ ଫିଲ୍ମ ସୁଟିଂ ଆରମ୍ଭ ହୋଇଯିବ ବୋଲି କୁହାଯାଉଛି। ସୁଟିଂ ସମୟରେ ବିଏସଏଫକୁ ମଧ୍ୟ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯିବ।

ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଫିଲ୍ମ ପୁଷ୍ପା୨  ର କିଛି ଗୁରୁତ୍ୱପୂର୍ଣ୍ଣ ସିନକୁ ପୋଲୁର ଓ ଆଖପାଖ ଗାଁରେ ସୁରକ୍ଷା କର୍ମୀଙ୍କ ସୁରକ୍ଷା ବଳୟ ଭିତରେ ସୁଟ କରାଯିବ। ପୁଷ୍ପା ଫିଲ୍ମରେ ଜଙ୍ଗଲର ଦୃଶ୍ୟ ଦେଖିଥିବେ ଦର୍ଶକ। ହେଲେ ଯେତେବେଳେ ଜେଲରୁ ପୁଷ୍ପା ପୋଲିସକୁ ଚକମା ଦେଇ ପୁଷ୍ପା ଖସି ଯିବାରେ ସକ୍ଷମ ହୋଇଥାନ୍ତି, ଯାହାଙ୍କୁ ଧରିବା ପୋଲିସ ପାଇଁ ଅସମ୍ଭ ହୋଇଯାଏ। କାରଣ ଘଞ୍ଚ ଜଙ୍ଗଲ ଭିତରେ ଆତ୍ମଗୋପନ କରିଥାନ୍ତି ଅଲୁ। ଯାହାର ସିକୁଏନ୍ସ ସେହି ଘଞ୍ଚ ଜଙ୍ଗଲରୁ ଆରମ୍ଭ ହୁଉଥିବା କୁହାଯାଉଛି। ତେଣୁ ଜଙ୍ଗଲ ପରିବେଶକୁ ଅଧିକ ଜୀବନ୍ତ କରି ଗଢିତୋଳିବାକୁ ନିର୍ମାତା ଓଡିଶାକୁ ବାଛି ନେଇଛନ୍ତି।

ଫିଲ୍ମ ପୁଷ୍ପା ପାଇଁ ଆବଶ୍ୟକ ହେଉଥିବା ସିନ ସବୁ ପାଇଁ ମାଲକାନଗିରିର ପର୍ବତ ଶୃଙ୍ଗ ସହ ପୃଥକ ଆଦିବାସୀ ଗାଁ ଠାରୁ ଭଲ ସ୍ଥାନ ମିଳିବ ନାହିଁ।  ମାଲକାନଗିରିର ଫିଲ୍ମର ସୁଟିଂ ନେଇ ନିଷ୍ପତ୍ତି ପରେ ଅଲୁ ଅର୍ଜୁନଙ୍କ ଉତ୍କଣ୍ଠା ଉଚ୍ଚସ୍ତରକୁ ଚାଲି ଯାଇଛି। କାରଣ ଓଡିଶାର ଅଲୁଙ୍କର ବହୁ ଫ୍ୟାନ୍ସ ରହିଛନ୍ତି, ତା ଉପରେ ଏଠାରେ ଫିଲ୍ମ ସୁଟିଂ ହେବା ଦ୍ୱାରା ପ୍ରଶଂସକଙ୍କ ମଧ୍ୟରେ ଅଲୁଙ୍କ ପାଇଁ କ୍ରେଜ ବୃଦ୍ଧି ପାଇବାରେ ଲାଗିଛି।

ତେବେ ସେହି ସବୁ ସିନରେ ଅଲୁ ଅର୍ଜୁନ ରହିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କାରଣ କିଛି ଦିନ ପୂର୍ବରୁ ଫିଲ୍ମର କିଛି ଗୁରୁତ୍ବପୂର୍ଣ୍ଣ ଅଂଶ ମାଲକାନଗିରିର ସୀମାନ୍ତ ଅଞ୍ଚଳରେ ସୁଟ କରାଯାଉଥିବା ଦେଖିବାକୁ ମିଳିଥିଲା। ଆଉ ଗୋଟିଏ କଥା, ଅଲୁ ଅର୍ଜୁନଙ୍କର ପୁଷ୍ପା ୨ ପ୍ରଥମ ଫିଲ୍ମ ନୁହେଁ ଯାହା ଓଡିଶାରେ ସୁଟ ହେବାକୁ ଯାଉଛି। ଏହା ପୂର୍ବରୁ ଅଲୁଙ୍କ ଆର୍ଯ୍ୟ ମଧ୍ୟ ଓଡିଶାର ରାୟଗଡାରେ ସୁଟ ହୋଇ ସାରିଛି।

Leave a Reply

Your email address will not be published. Required fields are marked *