ଶ୍ରମିକ ମୃତ୍ୟୁରେ ଉତ୍ତେଜନା, କ୍ଷତି ପୂରଣ ଦାବିରେ ପ୍ଲାଣ୍ଟ ରାସ୍ତା ଅବରୋଧ

ନାଲ୍‌କୋ ସ୍ମେଲଟର୍ ପ୍ଲାଣ୍ଟରେ ଦୀର୍ଘ ୧୫ ବର୍ଷ ଧରି ଠିକା ଶ୍ରମିକ ରୂପେ କାର୍ଯ୍ୟ କରୁଥିବା ନାଲକୋ ନିକଟସ୍ଥ ବାଦିବାହାଳ ଗ୍ରାମର ସୁଧୀର କୁମାର ସାହୁଙ୍କର ଆକସ୍ମିକ ମୃତ୍ୟୁ ପରେ ପ୍ଲାଣ୍ଟ ସମ୍ମୁଖରେ ଦେଖାଦେଇଥିଲା ଉତ୍ତେଜନା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ। କାନ୍ଦବୋବାଳିରେ ଫାଟିପଡିଥିଲା ସାରା ଅଞ୍ଚଳ। ସୂଚନା ମୁତାବକ, ଶୁକ୍ରବାର ଦିନ ସୁଧୀରଙ୍କର ଫାଷ୍ଟ ସିଫ୍ଟ୍ ଡ୍ୟୁଟି ଥିବାରୁ ଘରୁ ୫.୩୦ ମିନିଟ ସମୟରେ ବାହାରି ଆସିଥିଲେ , ଓ ୬ଟା ପୂର୍ବରୁ କାର୍ଯ୍ୟରେ ଯୋଗଦେଇଥିଲେ। କିନ୍ତୁ ସକାଳ ୭ .୩୦ ମିନିଟ ସମୟରେ ସେ ଅସୁସ୍ଥ ଅନୁଭବ କରିଥିଲେ।

ତେଣୁ ସହକର୍ମଚାରୀ ମାନେ ତାଙ୍କୁ ପ୍ରଥମେ ନାଲକୋ ଚିକିତ୍ସାଳୟକୁ ନେଇ ଥିଲେ। ସେଠାରୁ ଡାକ୍ତର ତାଙ୍କୁ ESCI ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡାକ୍ତର ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ସୁଧୀରଙ୍କ ଏପରି ମୃତ୍ୟୁ ପରେ ପରିବାର ସଦସ୍ୟ ଓ ଗ୍ରାମବାସୀ କମ୍ପାନୀରୁ କ୍ଷତିପୂରଣ ଦାବିକରି ପ୍ଲାଣ୍ଟ ସମ୍ମୁଖ ରାସ୍ତା ଅବରୋଧ କରିବସିଥିଲେ। ପରିବାର ବର୍ଗଙ୍କ କାନ୍ଦ କଟାରେ ସମଗ୍ର ଅଞ୍ଚଳ ଶୋକରେ ଛାୟୀ ଯାଇଥିଲା। ମାଆ ରାସ୍ତାରେ ବିକଳ ହୋଇ ବସି କାନ୍ଦୁଥିବା ବେଳେ ପତ୍ନୀ ପିଲାମାନଙ୍କ ଭବିଷ୍ୟତକୁ ନେଇ ବାଡେଇ ଛାଟି ହେଉଥିବା ଦେଖିବାକୁ ମିଳିଥିଲା।

ସେପଟେ ମୃତକଙ୍କ ପରିବାରର ଜଣଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦେବା ଏବଂ ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ଦାବି କରିଥିଲେ ଆନ୍ଦୋଳନକାରୀ ଲୋକେ| ତେବେ ନାଲକୋ ଠିକା ଶ୍ରମିକ ମାନଙ୍କ ଅଭିଯୋଗ କି ପୂର୍ବରୁ ଯେଉଁ ଠିକା ଶ୍ରମିକ ମାନେ ମୃତ୍ୟୁ ବରଣ କରିଛନ୍ତି ଓ ନାଲକୋ ତରଫରୁ କ୍ଷତି ପୂରଣ ବାବଦକୁ ଯେଉଁ ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ମିଳୁଛି ତାହା ପୁରଣ ହୋଇପାରୁନାହିଁ । ତେଣୁ ନାଲକୋ କ୍ଷତି ପୂରଣ ରାଶି ତୁରନ୍ତ ଚେକ୍ ଆକାରରେ ପ୍ରଦାନ କରୁ

Leave a Reply

Your email address will not be published. Required fields are marked *