କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ଫୋନ୍ କଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ଏ ସମ୍ପର୍କରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି । ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି ।

ଏହା ପୂର୍ବରୁ ନୀତିନ ଗଡକରୀଙ୍କୁ ଦୁଇଥର ମାରିବା ପାଇଁ ଧମକ ଦିଆଯାଇଛି । ଜାନୁଆରୀ ୧୪ ତାରିଖରେ ନାଗପୁର କାର୍ଯ୍ୟାଳୟକୁ ପ୍ରଥମ ଧମକ କଲ୍ କରାଯାଇଥିଲା । ଜୟଶ ପୂଜାରୀ ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ଫୋନ କରିଥିଲା ଆଉ ସେ ୧୦୦ କୋଟି ଟଙ୍କା ଦାଦାବଟି ମାଗିଥିଲା । ମାର୍ଚ୍ଚ ୨୧ରେ ଦ୍ୱିତୀୟ ଥର ପାଇଁ ତାଙ୍କ କାର୍ଯ୍ୟାଳୟକୁ ଫୋନ କରି ଧମକ ଦିଆଯାଇଥିଲା । ଯେତେବେଳେ ସେ ଦ୍ୱିତୀୟ ଥର ଫୋନ କରିଥିଲେ, ସେତେବେଳେ ସେ ୧୦ କୋଟି ଟଙ୍କା ମାଗିଥିଲା ।

ଧମକ ଦେଉଥିବା ଜୟଶ ପୂଜାରୀଙ୍କ ଉପରେ ନାଗପୁର ପୋଲିସ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ମାର୍ଚ୍ଚ ମାସରେ ଲାଗୁ କରିଛି । ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଜୟେଶ ପୂଜାରୀଙ୍କ ପିଏଫଆଇ, ଲଶ୍କର-ଏ-ତାଇବା ଏବଂ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଭଳି ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଛି ।

Leave a Reply

Your email address will not be published. Required fields are marked *