ହଁ ଆଜ୍ଞା ଆମ୍ ଆଦମୀ ପାର୍ଟି ପାଇଁ ଏକ ବଡ଼ ଝଟକା । 10 ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ 7 ଜଣ ରାଜ୍ୟସଭା ସାଂସଦଙ୍କ ଏକାସାଙ୍ଗରେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କେଉଁଠିନା କେଉଁଠି ଆପ୍ ପାଇଁ ବଡ କ୍ଷତି ବୋଲି କହି ପାରିବା । ନିକଟ ଅତିତରେ ରାଘଚଢାଙ୍କର ଦଳକୁ ନେଇ ରହିଥିବା ଷ୍ଟାଣ୍ଡ ଆଗାମୀ ରାଜନୈତିକ ରଣନୀତିକୁ ଏକ ପ୍ରକାରର ସ୍ପଷ୍ଟ କରିଥିଲା । କି ରାଘବ ଖୁବ୍ ଶୀଘ୍ର ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି । କିନ୍ତୁ ସମୁହ 7 ସାଂସଦ ଯୋଗ ଦେବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିବାଲଙ୍କୁ ହକରଡ ଘଣାରେ ପକାଇଛି । ତେବେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଘଟଣା ହଠାତ୍ ଘଟିଥିବା ନୁହେଁ, ବରଂ ଦଳ ଭିତରେ ଦୀର୍ଘଦିନ ଧରି ଚାଲିଥିବା ଅସନ୍ତୋଷର ପରିଣାମ ବୋଲି ରାଜନୈତିକ ମହଳରେ ମତ ପ୍ରକାଶ ପାଉଛି ।

ସୂଚନା ଅନୁଯାୟୀ, ଏହି ରାଜନୈତିକ ପରିବର୍ତ୍ତନର ମୂଳଦୁଆ ୨୦୨୪ ମସିହାରୁ ପଡିସାରିଥିଲା। ସେତେବେଳେ ଦିଲ୍ଲୀ ନିର୍ବାଚନକୁ ନେଇ AAP ଦଳ ଭିତରେ ଜୋରଦାର ପ୍ରସ୍ତୁତି ଚାଲିଥିଲେ ମଧ୍ୟ, ପଞ୍ଜାବରେ ଦଳର କାର୍ଯ୍ୟଶୈଳୀକୁ ନେଇ ଅନେକ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା। ଏହି ଅସନ୍ତୋଷ ଏପ୍ରିଲ ୨ ତାରିଖରେ ଅଧିକ ସ୍ପଷ୍ଟ ହୋଇଥିଲା, ଯେତେବେଳେ ରାଜ୍ୟସଭାରେ ଦଳର ପକ୍ଷରୁ ମୁଖ୍ୟ ପ୍ରସଙ୍ଗ ଉଠାଇବାରେ ବିଫଳତା ଦର୍ଶାଇ ରାଘବଚଢାଙ୍କୁ ଉପନେତା ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ଅଶୋକ ମିତଲଙ୍କୁ ନିଯୁକ୍ତ କରାଯାଇଥିଲା ।
କିନ୍ତୁ ଏହି ପଦକ୍ଷେପ ଦଳ ପାଇଁ ଓଲଟା ପଡ଼ିଥିଲା। ଅଶୋକ ମିତ୍ତଲ ନିଜେ ରାଘବ ଚଢାଙ୍କ ସହ ଦଳ ଛାଡ଼ି ବିଜେପିରେ ରେ ଯୋଗଦାନ କରିଥିଲେ। ଏହା ସହିତ ସନ୍ଦୀପ ପାର୍ଥକ ମଧ୍ୟ ଏହି ଶିବିରକୁ ଯୋଗ ଦେଇଥିବା ସୂଚନା ମିଳିଛି । ଏହି ସମସ୍ତ ଘଟଣା ଆପ୍ ଦଳର ଭିତରେ ଭୂମୀକମ୍ପ ସୃଷ୍ଟିୀ କରିଛି । ଏପଟେ, ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ତାଙ୍କ ସଂଗଠନକୁ ଶକ୍ତିଶାଳୀ କରିବାରେ ଲାଗିଛି । ମାର୍ଚ୍ଚ ୧୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୋଗାରେ ‘ବଦଳାବ ରାଲି’ କରିଥିବା ବେଳେ ସେହି ସମୟରୁ ଆପର ଅସନ୍ତୁଷ୍ଟ ନେତାଙ୍କୁ ନିଜ ପକ୍ଷକୁ ଆଣିବା ଯୋଜନା ଆରମ୍ଭ ହୋଇଥିବା କୁହାଯାଉଛି ।

ଯଦିଓ, କଂଗ୍ରେସର ଜଣେ ସାଂସଦ ଏହି ଘଟଣାକୁ ବିଜେପି ପାଇଁ ଲାଭଦାୟକ ହେବନାହିଁ ବୋଲି କହିଛନ୍ତି। ତାଙ୍କ ମତରେ, ପଞ୍ଜାବର ଭୋଟରମାନେ ବିଶ୍ୱାସଘାତକତାକୁ ପସନ୍ଦ କରନ୍ତି ନାହିଁ, ତେଣୁ ଏହା ଆପ୍ ପାଇଁ ଅଧିକ ସହାନୁଭୂତି ସୃଷ୍ଟି କରିପାରେ । ସେହିପରି, ଏହି ୭ ଜଣ ସାଂସଦଙ୍କର ତୃଣମୂଳ ସ୍ତରରେ ବିଶେଷ ପ୍ରଭାବ ନଥିବାରୁ ବିଜେପିକୁ ଏଥିରୁ ବଡ଼ ଲାଭ ମିଳିବା ସମ୍ଭାବନା କମ୍ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ମଧ୍ୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦଳ ଛାଡ଼ିଥିବା ନେତାମାନେ ନିଜ ବଳରେ ସରପଞ୍ଚ ହେବାକୁ ମଧ୍ୟ ଯୋଗ୍ୟ ନୁହନ୍ତି ଏବଂ ଦଳ ବ୍ୟକ୍ତିଗତ ନେତାଠାରୁ ସଦା ଉର୍ଦ୍ଧ୍ବରେ ରହେ। ତେବେ ଯାହାବି ହେଉ ସମଗ୍ର ଘଟଣା ପଞ୍ଜାବର ଆସନ୍ତା ନିର୍ବାଚନ ଉପରେ କିପରି ପ୍ରଭାବ ପକାଇବ ନା ଆପ୍ ର କିଛି ବିଶେଷ ଫରକ ପଡିବନି ତାକୁ ଖାଲି ଅପେକ୍ଷା ।