ଇଣ୍ଟରକଣ୍ଟିନେଣ୍ଟାଲ କପ୍: ପ୍ରଥମ ଦିନରେ ଭାରତର ଦମଦାର ବିଜୟ, ମଙ୍ଗୋଲିଆ ପରାସ୍ତ

ଭୁବନେଶ୍ୱରରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପରେ ଭାରତର ଚମତ୍କାର ପ୍ରଦର୍ଶନ । ପ୍ରଥମ ଦିନରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ମଙ୍ଗୋଲିଆକୁ ମାତ୍ ଦେଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି ଦଳ ।

ପ୍ରଥମ ଦିନରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି । ମଙ୍ଗୋଲିଆ ବିପକ୍ଷରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି । ମ୍ୟାଚ ଆରମ୍ଭର ୧ ମିନିଟ ୧୫ ସେକେଣ୍ଡରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ । ୧୩ ମିନିଟ ୫୪ ସେକେଣ୍ଡରେ ଦ୍ଵିତୀୟ ଗୋଲ୍ ସ୍କୋର କରିବା ସହ ବିଜୟ ରାସ୍ତା ସଫା କରିଥିଲା । ପଡ଼ିଆରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ମ୍ୟାଚ ଆରମ୍ଭରୁ ହିଁ ଭାରତୀୟ ଦଳ, ମଙ୍ଗୋଲିଆ ବିପକ୍ଷରେ ଆକ୍ରାମଣାତ୍ମକ ଖେଳିଥିଲା । ମଙ୍ଗୋଲିଆ ଗୋଲ ପୋଷ୍ଟକୁ ଆକ୍ରମଣ କରିଥିଲେ ଭାରତୀୟ ଖେଳାଳି । ଶେଷରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଭାରତ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ମଙ୍ଗୋଲିଆ । ଗୋଟିଏ ବି ଗୋଲ୍ ଦେବାରେ ସକ୍ଷମ ହୋଇନି ଦଳ । କଳିଙ୍ଗ ଷ୍ଟାଡିଅମରେ ଇଣ୍ଟରକଣ୍ଟିନେଟାଲ କପ୍ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5T ସଚିବ ଭି.କେ.ପାଣ୍ଡ୍ୟାଆନ୍ ଉପସ୍ଥିତ ରହି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥିଲେ । ଉଦଘାଟନୀ ତଥା ପ୍ରଥମ ମ୍ୟାଚରେ ଭାନୁଆଟୁ ବିପକ୍ଷରେ ଲେବାନନ ୩-୧ ରେ ବିଜୟୀ ହାସଲ କରିଛି । ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ଲେବାନାନ,ମଙ୍ଗୋଲିଆ, ଭାନୁଆଟୁ ଅଂଶଗ୍ରହଣ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ଜୁନ୍ ୧୮ ତରିଖ ଯାଏ ଜାରି ରହିବ ।

Leave a Reply

Your email address will not be published. Required fields are marked *