୬୮ ବର୍ଷ ବୟସରେ ଜଣେ ବ୍ୟକ୍ତିର ୧୨ ସ୍ତ୍ରୀ, ୧୦୨ ପିଲା ଆଉ ୫୭୮ ନାତି-ନାତୁଣୀ

ଜଣେ ବ୍ୟକ୍ତିର ବୟସ ଆସି ଛୂଇଁଲାଣି ୬୮ । ହେଲେ ସବୁଠୁ ବିଚିତ୍ର କଥା ହେଉଛି ତାଙ୍କର ୧୨ ଜଣ ସ୍ତ୍ରୀ ରହିଛନ୍ତି । ଖାଲି କଣ ସେତିକ ତାଙ୍କର ତାଙ୍କର ୧୦୨ଟି ପିଲା ମଧ୍ୟ ରହିଛନ୍ତି । ଆଉ ନାତୀନାତୁଣୀ ଯେତିକି ଅଛନ୍ତି ସେଥିରେ ଗୋଟିଏ ଗାଁ ତିଆରି ହୋଇଯିବ । ତାଙ୍କର ଏପର୍ଯ୍ୟନ୍ତ ୫୭୮ ଜଣ ନାତି-ନାତୁଣୀ ରହିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସମସ୍ତେ ଗୋଟିଏ ଘରେ ମିଳିମିଶି ରହୁଛନ୍ତି । ୟୁଗାଣ୍ଡାର ଏହି ବ୍ୟକ୍ତିଙ୍କ ନାମ ହେଉଛି ମୁସା ହସାହ୍ୟା କସେରା । ସେ ଏହା ମଧ୍ୟ ସ୍ବିକାର କରିଛନ୍ତି ଯେ ସେ କେବେ ବି ଗର୍ଭ ନିରୋଧକର ସାହାରାା ନେଇ ନାହାନ୍ତି । କିନ୍ତୁ ସେ ତାଙ୍କ ପତ୍ନୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ବଟିକା ଦେଉଥିଲେ ।

ଏକ ମିଡିଆ ରିପୋର୍ଟ ମୁତାବକ ମୁସା ନିଜ କହିଛନ୍ତି, ମୋର ପ୍ରଥମ ଏବଂ ଶେଷରେ ଜନ୍ମ ହୋଇଥିବା ପିଲାର ନାମ ମନେ ରଖିବା ମୋ ପାଇଁ ଏକ ବଡ ଚ୍ୟାଲେଞ୍ଜ, ଆଉ କିଛିପିଲାଙ୍କୁ ତ ମୁଁ ଭୁଲିଯାଇଛି ତାଙ୍କ ନାମ ମଧ୍ୟ ମନେ ନାହିଁ । ଏକ ରିପୋର୍ଟ ମୁତାବକ, ମୁସା ମାତ୍ର ୧୭ ବର୍ଷର ହୋଇଥିବା ବେଳେ ୧୯୭୨ ମସିହାରେ ପ୍ରଥମ ବିବାହ କରିଥିଲେ । ହେଲେ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଅଧିକ ବିବାହ କରି ବଂଶ ବିସ୍ତାର ପାଇଁ ପରାମର୍ଶ ଦେଉଥିଲେ ।

ସମ୍ପର୍କୀୟଙ୍କ କଥାରେ ସେ ବବାହ କରିଥିଲେ ସତ ହେଲେ ଏବେ ସେ ଅନୁତାପ କରୁଛନ୍ତି । କାରଣ ଏତେ ପିଲାଙ୍କ ଭରଣ ପୋଷଣ, ଶିକ୍ଷା, ପୋଷାକ ଆଦିର ଖର୍ଚ୍ଚ ଉଠାଇବା ତାଙ୍କ ପାଇଁ ସମ୍ଭବ ହେଉନାହିଁ । ତାଙ୍କର ଦୁଇଟି ସ୍ତ୍ରୀ ତାଙ୍କୁ ମଧ୍ୟ ଛାଡି ଦେଇଛନ୍ତି । ମୁସା କହିଛନ୍ତି ମତେ ଆଉ ପିଲା ଜନ୍ମ କରିବାର ନାହିଁ, କାହିଁକି ନା ଏତେ ପିଲା ଜନ୍ମ କରି ମୋ ଦାୟିତ୍ବହୀନ କାର୍ଯ୍ୟରୁ ମୁଁ ଶିକ୍ଷା ନେଇଛି, ଯେ ସେମାନଙ୍କ ଯତ୍ନ ନେବାକୁ ଅକ୍ଷମ । ମୁସା ଆହୁରି କହିଛନ୍ତି, ଦିନକୁ ଦିନ ମୋ ଦେହ ଖରାପ ହେଉଛି, ଏତେବଡ ପରିବାର ପାଇଁ ମାତ୍ର ଦୁଇ ଏକର ଜମି ରହିଛି, ମୋର ବର୍ତ୍ତମାନ ରୋଜଗାର ନାହିଁ । ବର୍ତ୍ତମାନ ମୁସା ସେହି ଗାଇଁ ପାଇଁ ଏକ ପର୍ଯ୍ୟଟନ ପାଲଟିଯାଇଛନ୍ତି । ୟୁଗାଣ୍ଡାରେ ଜଣେ ପୁରୁଷକୁ ଅନେକ ମହିଳାଙ୍କ ସହିତ ବିବାହ କରିବାର ଆଇନ ରହିଛି ଆଉ ଏହା ଏକ ପାରମ୍ପରିକ ପ୍ରଥା ମଧ୍ୟ ।

Leave a Reply

Your email address will not be published. Required fields are marked *