
ଆଜି ଆମେ ଏପରି ଏକ ଗାଁ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ସହଜରେ ବିଶ୍ବା କରିପାରିବେ ନାହିଁ। ଏଠାରେ ଜନ୍ମ ହେଉଥିବା ପ୍ରତ୍ୟକ ପିଲା ଅନ୍ଧ ହୋଇଯାନ୍ତି । ଅବିଶ୍ବାସ ଲାଗିଲେ ବି କଥାଟି ସତ । କେବଳ ମଣିଷ ଜନ୍ମ ହେଲା ପରେ ଯେ ଦୃଷ୍ଟିହୀନ ହୋଇଯାଆନ୍ତି ତାହା ନୁହେଁ ସେଠାରେ ଜନ୍ମ ହେଉଥିବା ପ୍ରତ୍ୟକ ପଶୁ ମଧ୍ୟ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇଯାନ୍ତି । ଆଉ ଏମିତି ଏକ ଅବଜ ଗାଁ ରହିଛି ମେକ୍ସିକୋରେ ।
ମେକ୍ସିକୋରେ ଥିବା ଏହି ଗାଁଟିର ନାମ ହେଉଛି ଟିଲ୍ଟେପେକ । ଏହି ଗାଁରେ ରହୁଥିବା ଜନଜାତିର ପ୍ରତ୍ୟକ ବ୍ୟକ୍ତି ଅନ୍ଧ । ଏହି ଗାଁକୁ ବିଶ୍ବର ଏକ ରହସ୍ୟମୟ ଗାଁ ଲିଷ୍ଟରେ ରଖାଯାଇଛି । ଯେତେବେଳେ ସେଠାରେ କୌଣସି ପିଲା ଜନ୍ମ ହୁଏ ସେତେବେଳେ ତାର ଆଖି ଠିକ୍ ଥାଏ ହେଲେ ଧିରେ ଧିରେ ତାର ଦୃଷ୍ଟିଶକ୍ତି କମିବା ଆରମ୍ଭ ହୁଏ, ଶେଷରେ ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଏ । ସ୍ଥାନୀୟ ଲୋକଙ୍କ ବିଶ୍ବାସ ଅନୁଯାୟୀ, ସେଠାରେ ଲବଜୁଏଲା ନାମକ ଏକ ଗଛକୁ ଚାହଁଦେଲେ ସମସ୍ତେ ଦୃଷ୍ଟିଶକ୍ତି ହରାନ୍ତି। କିନ୍ତୁ ଏହା ଏକ ଅନ୍ଧବିଶ୍ବାସ । ବୈଜ୍ଞାନିକ ମାନେ ଏହାର କାରଣ ଅନ୍ୟ କିଛି ବୋଲି କୁହନ୍ତି ।
ବୈଜ୍ଞାନିକ ମାନେ କୁହନ୍ତି, ଏଠାରେ ଏକ ବିଶେଷ ପ୍ରଜାତିର ବିଷାକ୍ତ ମାଛି ଦେଖିବାକୁ ମିଳିଥାଏ, ଯିଏ କାମୁଡିବା ଦ୍ବାରା ପଶୁଙ୍କ ଠାରୁ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହେବା ଆରମ୍ଭ କରନ୍ତି । ମେକ୍ସିକାନ ସରକାର ଏଠାକାର ଲୋକଙ୍କ ମଙ୍ଗଳ ପାଇଁ ଅନେକ ପ୍ରୟାସ କରିଛନ୍ତି ହେଲେ ସବୁ ଚେଷ୍ଟା ଫେଲ୍ ମାରିଛି । ଟିଲ୍ଟପେକ ଗାଁରେ ରହୁଥିବା ଆଦିବାସୀ ଲୋକଙ୍କୁ ଅନ୍ୟ ଜାଗାରେ ବସତି କରାଯାଇଥିଲା, ହେଲେ ସେଠାକାର ବାତାବରଣ ପ୍ରତିକୂଳ ହେବାରୁ ସେହି ଲୋକମାନଙ୍କୁ ରହିବାରେ ଅସୁବିଧା ହେଲା । ତେଣୁ ବାଧ୍ୟ ହୋଇ ସେମାନଙ୍କୁ ତାଙ୍କ ପରିସ୍ଥିତିରେ ଛାଡି ଦିଆଯାଇଛି ।