୨୦୩୦ରେ ଆଣ୍ଟାର୍କଟିକାରେ ଦେଖିବାକୁ ମିଳିବ ଭୟଙ୍କର ପରିବର୍ତ୍ତନ!

ଗ୍ଲୋବାଲ ୱାର୍ମିଂ କ୍ରମାଗତ ଭାବରେ ଆମ ପୃଥିବୀ ପାଇଁ ବିପଦ ପାଲଟିଛି। ଯଦିଓ ଏଥିପାଇଁ ଅନେକ ଠୋସ୍ ପଦକ୍ଷେପ ନିଆଯାଉଛି ଏବଂ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ଚାଲିଛି, କିନ୍ତୁ ଏସବୁ ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ଇକୋସିଷ୍ଟମ୍ ଉପରେ ଭୟଙ୍କର ପ୍ରଭାବ ପକାଇବା ଆରମ୍ଭ କରିଛି। ଆଗାମୀ ବର୍ଷମାନଙ୍କରେ ଏହାର ପ୍ରଭାବ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି। ଏକ ନୂତନ ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ, ଆଣ୍ଟାର୍କଟିକା ମହାସାଗରରେ ଗ୍ରୀଷ୍ମକାଳିନ ସାମୁଦ୍ରିକ ବରଫ ୨୦୩୦ ସୁଦ୍ଧା ରହିବ ନାହିଁ |

କ୍ଲାଇମେଟ କନେକ୍ସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ୟାରିସ୍ ଜଳବାୟୁ ଚୁକ୍ତି ଅନୁଯାୟୀ ଗ୍ଲୋବାଲ ୱାର୍ମିଂକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି। ତଥାପି ଉତ୍ତର ପୋଲର ଭାସମାନ ବରଫ ତରଳିବା ବନ୍ଦ ହେଉ ନାହିଁ।

ହେମ୍ବର୍ଗ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫିର ପ୍ରଫେସର ତଥା ସହ-ଲେଖକ ଡର୍କ ନାଟଜ୍ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଗ୍ରୀଷ୍ମକାଳୀନ ସାମୁଦ୍ରିକ ବରଫକୁ ସଂରକ୍ଷଣ କରିବା ପ୍ରକ୍ରିୟାରେ ବର୍ତ୍ତମାନ ବିଳମ୍ବ ହୋଇଛି। ଦି ନ୍ୟୁୟର୍କ ଟାଇମ୍ସକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ‘ଆମେ ଆଣ୍ଟାର୍କଟିକା ଗ୍ରୀଷ୍ମକାଳୀନ ସମୁଦ୍ର-ବରଫ କଭରକୁ ଅତି ଶୀଘ୍ର ହରାଇବାକୁ ଯାଉଛୁ। ଅବଶିଷ୍ଟ ବରଫର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ବିଷୟରେ କିଛି କରିବାକୁ ଆମେ ବହୁତ ବିଳମ୍ବ କରିଛୁ।

ଏଠାରେ କହି ରଖୁଛୁ କି, ବରଫ ତରଳିବାର ପ୍ରଭାବ କେବଳ ସେହି ଅଞ୍ଚଳରେ ନୁହେଁ ସମଗ୍ର ବିଶ୍ୱର ପାଣିପାଗ, ମଣିଷ ଏବଂ ଇକୋସିଷ୍ଟମ ପଡିବ। ଦକ୍ଷିଣ କୋରିଆର ପୋହଙ୍ଗ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକ ତଥା ମୁଖ୍ୟ ଲେଖକ ସେଙ୍ଗ-କି ମିନି କହିଛନ୍ତି ଯେ ଏହା ଗ୍ରୀନଲ୍ୟାଣ୍ଡ ଆଇସ୍ ସିଟ୍ ଓ ଗ୍ରୀନ୍ ହାଉସ୍ ଗ୍ୟାସ୍ ଧାରଣ କରିଥିବା ସ୍ଥାୟୀ ତୁଷାର ଭୂମି ବିଶ୍ୱ ତାପମାତ୍ରା ବୃଦ୍ଧି କରିଥାଏ। ଯଦି ଆଣ୍ଟାର୍କଟିକା ମହାସାଗରର ବରଫ ଆଚ୍ଛାଦିତ ଅଞ୍ଚଳ ଏକ ମିଲିୟନ୍ ବର୍ଗ କିଲୋମିଟରରୁ କମ୍ କିମ୍ବା ସମୁଦ୍ରର ସମୁଦାୟ କ୍ଷେତ୍ରର ପ୍ରାୟ ସାତ ପ୍ରତିଶତ ହୁଏ ତେବେ ବୈଜ୍ଞାନିକମାନେ ଏହାକୁ ବରଫମୁକ୍ତ ବୋଲି କହିପାରନ୍ତି।

ସୂଚନାଯୋଗ୍ୟ, ଫେବୃଆରୀରେ ଆଣ୍ଟାର୍କଟିକାରେ ସମୁଦ୍ର ବରଫ ୧.୯୨ ନିୟୁତ ବର୍ଗ କିଲୋମିଟର ହ୍ରାସ ପାଇଛି, ଯାହା ରେକର୍ଡର ସର୍ବନିମ୍ନ ସ୍ତର ଏବଂ ୧୯୯୧-୨୦୨୦ ମଧ୍ୟରେ ହାରାହାରି ଠାରୁ ପ୍ରାୟ ଏକ ମିଲିୟନ୍ ବର୍ଗ କିଲୋମିଟର ହ୍ରାସ ପାଇଛି। ମାନବକୃତ କାରଣରୁ ଜଳବାୟୁ ପରିବର୍ତ୍ତନ ପାଇଁ ଏପ୍ରିଲରେ ବାଂଲାଦେଶ, ଭାରତ, ଲାଓସ୍ ଏବଂ ଥାଇଲ୍ୟାଣ୍ଡରେ ତାପମାତ୍ରା ୩୦ ଗୁଣ ବୃଦ୍ଧି କରିଛି। ବିଶ୍ୱ ପାଣିପାଗ ଆଟ୍ରିବ୍ୟୁସନ୍ ଗୃପ୍ ଅଧୀନରେ ଅଗ୍ରଣୀ ଜଳବାୟୁ ବୈଜ୍ଞାନିକମାନଙ୍କର ଏକ ଆନ୍ତର୍ଜାତିକ ଦଳ ଦ୍ୱାରା କରାଯାଇଥିବା ଦ୍ରୁତ ଗୁଣବତ୍ତା ବିଶ୍ଳେଷଣ ଅନୁଯାୟୀ, ଏହି ଅଞ୍ଚଳର ଉଚ୍ଚ ଦୁର୍ବଳତା, ଯାହାକି ବିଶ୍ୱର ଉତ୍ତାପ ହଟସ୍ପଟ୍ ମଧ୍ୟରୁ ଅନ୍ୟତମ। ପାଣିପାଗର ପ୍ରଭାବ ବୃଦ୍ଧି ପିଇଛି ।

ସେହିପରି ଏକ ଅଧ୍ୟୟନରୁ ଜଣାପଡିଛି କି,ଶତାବ୍ଦୀର ଶେଷ ସୁଦ୍ଧା ଭାରତରେ ୬୦୦ ମିଲିୟନରୁ ଅଧିକ ଲୋକ ଅତ୍ୟଧିକ ଉତ୍ତାପରେ ରହିବେ। ଅନ୍ୟ ଏକ ଅଧ୍ୟୟନ ରିପୋର୍ଟକୁ କୁହାଯାଉଛି କି, ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର କିଛି ଅଂଶ ଏପ୍ରିଲରେ ପ୍ରବଳ ଉତ୍ତାପ ଅନୁଭବ କରିଥିଲା। ରେକର୍ଡ ଭାଙ୍ଗୁଥିବା ତାପମାତ୍ରା – ଲାଓସରେ ୪୨° ସେଲସିୟସ ଓ ଥାଇଲ୍ୟାଣ୍ଡରେ ୪୫° ସେଲସିୟସ ଛୁଇଁଛି। ଉତ୍ତାପ ହେତୁ ବହୁ ସଂଖ୍ୟକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ରାସ୍ତା ଘାଟ ଫାଟି ଯାଉଛି। ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଛି। ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ପଡୁଛି ଓ ବହୁ ମୃତ୍ୟୁର କାରଣ ଗ୍ରୀଷ୍ମ ପ୍ରବାହ ହୋଇଛି।

Leave a Reply

Your email address will not be published. Required fields are marked *