ପୁରୀ: ଭୋଜି ଖାଇ ଫେରୁଥିଲେ,ବସ୍ ଧକ୍କାରେ ଗଲା ଜୀବନ

ପୁରୀରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ବସ୍ ଧକ୍କାରେ ୩ ଜଣଙ୍କ ଜୀବନ ଯାଇଛି । ପୁରୀ ଓଁକାରେଶ୍ୱର ମନ୍ଦିର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ପୁରୀ ଯାଇ ଜୀବନ ହାରିଲେ ୩ ଜଣ । ମୃତକ ୩ ଜଣ ଗଞ୍ଜାମ ଜିଲ୍ଲା ବାସିନ୍ଦା । ମୃତକମାନେ ଛତ୍ରପୁରର ସତ୍ୟରଞ୍ଜନ ଦାସ ଏବଂ ତାଙ୍କ ସ୍ତ୍ରୀ ଗାୟତ୍ରୀ ଏବଂ ହାଡ଼ଗୋଡ଼ିଆ ସାହିର ରାକେଶ ନନ୍ଦ । ନିର୍ବନ୍ଧ ଭୋଜି ଖାଇବା ପାଇଁ ସମସ୍ତେ ଓଁକାରେଶ୍ୱର ମନ୍ଦିର ଯାଇଥିଲେ । ଭୋଜି ଖାଇ ଖୁସି ମନରେ ଫେରୁଥିଲେ ।

ତେବେ ରାସ୍ତା ଉପରକୁ ଚଢ଼ୁଥିବା ବେଳେ ଆସିଲା ବିପଦ । ଓଁକାରେଶ୍ୱର ମନ୍ଦିର ନିକଟରେ ସମସ୍ତଙ୍କୁ ଧକ୍କା ଦେଇଥିଲା ବସ୍ । ଏହି ବସ୍ ଧକ୍କାରେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ପରିବାର ସମେତ ପୁରା ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *