ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ନବୀନଙ୍କ ସହାୟତା ରାଶି ଘୋଷଣା

ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ପରେ ସହାୟତା ରାଶି ଘୋଷଣା ହୋଇଛି । ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି,ଗୁରୁତର ଆହତ ହୋଇଥିଲେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ଏଥିସହ ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କେବଳ ଓଡ଼ିଶାବାସୀଙ୍କ ପାଇଁ ଉପଲବ୍ଧ ହେବ । ଯଦି ଓଡ଼ିଆ ହୋଇଥିବେ, ଓଡ଼ିଶାର ବାସିନ୍ଦା ହୋଇଥିବେ ତେବେ ଘୋଷଣା ଅନୁସାରେ ସହାୟତା ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ।

ବାହାନଗା ରେଳ ଦୁର୍ଘଟଣାକୁ ନେଇ ସମସ୍ତେ ଚିନ୍ତିତ । ସବୁଠି ଶୋକର ଛାୟା, ସମସ୍ତେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶୁକ୍ରବାର ରାତିରେ ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନେକ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ୧୧୭୫ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଯାଏ ପାଖାପାଖି ୮୦୦ ଜଣଙ୍କୁ ଡିସଚାର୍ଜ କରାଯାଇଛି । ସମସ୍ତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ସେପଟେ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *