ଗୁଇନ୍ଦା ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ନୟାଗଡ ପୋଲିସ ସହାୟତାରେ ଦୁଇ ଜଣଙ୍କୁ କାବୁ କରିନେଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ସେମାନଙ୍କ ଠାରୁ ଏକ ଇନୋଭା କାର ଓ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତ ଦୁହିଁଙ୍କ ଘର କନ୍ଧମାଳ ଜିଲ୍ଳାରେ। ଏନେଇ ଏସଟିଏଫ ଇଟାମିଟି ଥାନାରେ ଏନଡିପିଏସର ଧାରା ୧୯୮୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାକ ମୁତାବକ, ଏସଟିଏଫକୁ ଗୁଇନ୍ଦା ସୂଚନା ମିଳିଥିଲା କି, ନୟାଗଡରେ ବେଆଇନ ଗଞ୍ଜେଇ କାରବାର ହେଉଛି। ଏହାପରେ ଏସଟିଏଫ ନ଼ୟାଗଡ ଇଟାମାଟି ଥାନା ସହ ଯୋଗାଯୋଗ କରିବ। ସହ ରେଡ କରି କନ୍ଧମାଳ ଜିଲ୍ଲାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଫିରିଙ୍ଗିଆର ୨୯ ବର୍ଷୀୟ ଯୁଗଳ ନାୟକ ହୋଇଥିବା ବେଳେ ଅନ୍ୟଜଣେ ୨୪ ବର୍ଷୀୟ ରଞ୍ଜିତ ଭୋଇ। ଉଭୟ ଏକ ଇନୋଭା କରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ କାର ଯାଞ୍ଚ କରି ୧୦୬ କେଜିର ଗଞ୍ଜେଇ ଠାବ କରିଥିଲା।
୨୦୨୦ରୁ ଏସଟିଏଫ ଆରମ୍ଭ କରିଥିବା ସ୍ପେସାଲ ଡ୍ରାଇଭରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୯କେଜି ବ୍ରାଉନ ସୁଗାର/ହେରୋଇନ, ୨୦୨ କେଜି କୋକିନ, ୧୧୪ରୁ ଅଧିକ କିଲୋର ଗଞ୍ଜେଇ, ୭୫୦ ଗ୍ରାମର ଅଫିମ ଜବତ କରିବା ସହ ୧୭୧ ଡ୍ରଗ ବେପାରୀଙ୍କୁ ଗିରଫ କରିଛି।