ବରଯାତ୍ରୀ ଵୋଲରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନରେ ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ବାଦାମ ପାହାଡ ସସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ବ୍ଳକର କୁସୁମୀ ଗ୍ରାମସନ୍ନିକଟ ପୁରୁଣିଆ ଗ୍ରାମ ଶ୍ଶଶାନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୩ଟାରେ ଏକ ବୋଲେରୋ ବରଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଥିଲା। ଜନୈକ ବରଯାତ୍ରୀ  ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଉଛନ୍ତି ୨୮ ବର୍ଷୀୟ ସଂଜୟ ଚୌଧୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ  ଶବକୁ ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଛେଦ ପାଇଁ ପଠାଇଛି ।

 ସୂଚନା ଆନୁଯାୟୀ, କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମୀ ଗ୍ରାମକୁ ଯାଇ ବାହାଘର ଉତ୍ସବରେ ଯୋଗଦେଇଥିଲେ। ବିବାହ ଭୋଜି ଖାଇ ଫେରୁଥିବା ବେଳେ ପୁରୁଣିଆ ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଡ୍ରାଇଭର ଗାଡି ଉପରୁ  ଭାରସାମ୍ୟ ହରାଇ ବସିଥିଲେ ଓ ଗାଡି ଖାଲରେ ଖସିପଡିଥିଲା।  ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ ।

Leave a Reply

Your email address will not be published. Required fields are marked *