
ଆମେରିକାକୁ ନେଇ ରୁଷ ତାର କଡା ଆଭିମୁଖ୍ୟ ଦେଖାଇଛି । ରୁଷ ଆଉ ଆମେରିକା ମଧ୍ୟରେ ଥିବା ତିକ୍ତତା କାହାକୁ ଅଛପା ନାହିଁ । ଦୁଇ ଦେଶ ମଧ୍ୟରେ ବାରମ୍ବାର ଚୀନ ଏବଂ ଅନ୍ୟାନ୍ୟ ଦେଶକୁ ପରିସ୍ଥିତି ବିଗିଡିଛି । ଆଉ ଏବେ ରୁଷ ଏକ ବଡ ପଦକ୍ଷେପ ନେଇଛି । ରୁଷ କହିଛି ଏଣିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷ ମନା । ରୁଷ ଯିବା ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଉପରେ ପ୍ରତିବନ୍ଧକ ଲାଗିଛି । ଖାଲି ଓବାମା ନୁହନ୍ତି ତାଙ୍କ ସହ ୫୦୦ ଜଣ ଅନ୍ୟ ଆମେରିକା ନାଗରିକଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି ।
ଆମେରିକା ତରଫରୁ ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧକର ଜବାବ ଦେଇ ରୁଷ ସରକାର ଏପରି ନିଷ୍ପତି ନେଇଛନ୍ତି । ଆପଣ ଜାଣିଛନ୍ତି ଦୀର୍ଘ ଦିନ ଧରି ଆମେରିକା ଓ ରୁଷିଆ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି । ପରିସ୍ଥିତି ସେତେବେଳେ ଆହୁରି ଜଟିଳ ହୋଇଥିଲା ଯେତେବେଳେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ କରିଥିଲା । ଯୁଦ୍ଧ ପରଠାରୁ ଆମେରିକା ରୁଷ ଉପରେ ଉଭୟ କୂଟନୈତିକ ଓ ଅର୍ଥନୈତିକ ଚାପ ମଧ୍ୟ ଅନେକ ଥର ପକାଇଛି ।
ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ୟୁକ୍ରେନକୁ ଯୁଦ୍ଧରେ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଉଥିବା ନେଇ ଅନେକ ଥର ଅଭିଯୋଗ ଆଣିଛି ରୁଷ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ରୁଷ ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ଓ ତାଙ୍କ ସହ ଯାଉଥିବା ଗଣମାଧ୍ୟମକୁ ଆମେରିକା ଯାତ୍ରା ପାଇଁ ଭିସା ଦେବାକୁ ଗତ ମାସରେ ଆମେରିକା ମନା କରିଦେଇଥିଲା । କେବଳ ସେତିକି ନୁହେଁ ଶୁକ୍ରବାର ଦିନ ଆମେରିକା ଅନେକ ରୁଷ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କୁ ବ୍ୟାନ୍ କରିଥିଲା । ଏହାପରେ ପ୍ରତିଶୋଧ ନେବା ପାଇଁ ମସ୍କୋ ଅନାଇ ବସିଥିଲା । ସେହିପରି ବାଇଡେନ୍ ପ୍ରଶାସନ ନିୟମିତ ଭାବେ ରୁଷ ବିରୋଧରେ କଟକଣା ଜାରି ରଖିଛି । ଯାହାର ଜବାବ ଦେବାକୁ ଯାଇ ଏବେ କାଯ୍ୟାନୁଷ୍ଠାନ ନେଇଥିବା କହିଛି ରୁଷ ମନ୍ତ୍ରାଳୟ । ତେଣୁ ଏ ବିବାଦ କେତେବାଟ ଆଗେଇ ପାରେ ତାହା ଉପରେ ସମସ୍ତଙ୍କ ନଜର । କାରଣ ଆଜି ବି ଲକମାନେ ଆମେରିକା-ରୁଷିଆ ଭିତରେ ହୋଇଥିବା ଶୀତଳ ଯୁଦ୍ଧକୁ ଭୁଲିପାରି ନାହାନ୍ତି ।