
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ର ଦେପୁର ପଞ୍ଚାୟତ ଅଧୀନ ସୋହାଗ ପୂର ଗ୍ରାମସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟ ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ରବିବାର ଭଗବାନ ବିର୍ଷାମୁଣ୍ଡା ଙ୍କ 151 ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଦିବାକର ମାଝୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କେଶବ ମେହେର, ସ୍କୁଲ ସଭାପତି ଗରୁଡ଼ ମାଝୀ, ତେଜରାଜ ପ୍ରଧାନ, ଅରୁଣ ପ୍ରଧାନ, ଜଗଦିଶ ନାଗ, ଏବଂ ଯଶୋବନ୍ତ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ | ଏଥିରେ ଉପସ୍ଥିତ ଥିବା ଅତିଥି ଭଗବାନ ବିର୍ଷାମୁଣ୍ଡା ଙ୍କ ଅତୁଲ୍ୟ ଅବଦାନ କୁନେଇ ବେଶ ସ୍ପଷ୍ଟ ଭାବରେ ଉପସ୍ଥିତ ଥିବା ଅଭିଭାବକ ଏବଂ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଆଲୋକପାତ କରିଥିଲେ |ମଞ୍ଚ ପରିଚାଳନା କରିଥିଲେ ସ୍କୁଲ ଶିକ୍ଷକ ଲଳିତ ମୋହନ ମାଝୀ |