ଆଳିରେ ତୃତୀୟ ବନ୍ୟା ୧୭ ପଞ୍ଚାୟତର ୭୫ ହଜାର ଲୋକ ଜଳବନ୍ଦୀ, ଯାତାୟାତ ଠପ୍

ଲଗାଣ ବର୍ଷା ହେତୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକରେ ତୃତୀୟ ଥର ପାଇଁ ବନ୍ୟା ଆସିବା ଫଳରେ ଲୋକମାନେ ଭୀଷଣ ଅସୁବିଧାର ସମୁଖୀନ ହେଉଛନ୍ତି | ଲଗାତର ତୃତୀୟ ଥର ଆସିଥିବା ବନ୍ୟା ଧନଜୀବନ ନଷ୍ଟ କରିବା ସହ ଚାଷ ବାସ ଉଜାଡି ଦେଇଛି |ଅନେକ ଗୁଡିଏ ଝାଟି ମାଟି ଘରକୁ ଧରାସାଇ କରିଛି | ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନ ଜଳମଗ୍ନ |ରାସ୍ତା ଘାଟ ଧୋଇଯାଇଛି |ଯାତାୟାତ ସମ୍ପୂର୍ଣ ଠପ | ପାଣି ଘେରରେ ଲୋକେ ବନ୍ଦୀ ହୋଇ ରହିଛନ୍ତି l

ଆଳି ବ୍ଲକ ରେ ତୃତୀୟ ଥର ବନ୍ୟାରେ ବ୍ରାହ୍ମଣୀ, ଖରସ୍ରୋତା ଓ ଏହାର ଶାଖା ନଦୀ କାଣୀ ରେ ବନ୍ୟାଜଳ ଆସିବା ଆଳି ବ୍ଲକ ର ୧୭ ପଞ୍ଚାୟତ ର ୭୫ ହଜାର ଲୋକେ ଜଳବନ୍ଦୀ ହେବା ଶହ ୧୦ହଜାର ରୁ ଉର୍ଦ୍ଧ ଚାଷ ଜମି ବୁଡି ରହିଛି lବିଶେଷ କରି ଧୋୟା ଅଞ୍ଚଳ ର ୧୦ ପଞ୍ଚାୟତ ର ଲୋକେ ଆଳି ବ୍ଲକ କୁ ଆସିବା ପାଇଁ ମୁଖ୍ୟରାସ୍ତା ମାନପୁର -ଗୋବିନ୍ଦପୁର ରାସ୍ତା ଉପରେ ୭ଫୁଟ ଉଚର ପାଣି ପ୍ରବାହିତ ହେଉଛି l

ସେମାନଙ୍କର ଯାତାୟତର ମାଧ୍ୟମ ହେଉଛି ଡ଼ଙ୍ଗା l ତୃତୀୟ ବନ୍ୟା ଆସିବାରୁ ଆଜିକୁ ୨୦ ଦିନ ହେବ ଆଳି ଧୋୟା ଅଞ୍ଚଳର ଗୋବିନ୍ଦପୁର, ଜୁଆଣିଆ, ଏରଡ଼ଙ୍ଗ, ପାଳିମି, କେତୁଆପାଳ, ସଂସିଧା, ଡ଼ିମିରିପାଳ, ଦେସାହି, ଅର୍ଗଳ, ପେତପଡ଼ା ଆଦି ୧୦ ପଞ୍ଚାୟତ ସମେତ ପଦିନୀପାଳ, କୋଲଢିଅ, ଏକମାଣିଆ, ନରେନ୍ଦ୍ରପୁର, ମାଣିକପାଟଣା, ବଡାମ୍ବିଳା, ନୂଆପଡ଼ା ପଞ୍ଚାୟତର ବହୁ ଗ୍ରାମ ପାଣି ଘେରରେ ରହିଛି l ଗୃହପାଳିତ ପଶୁ ଜଳବନ୍ଦୀ ରେ ଜୀବନ ବିତାଉଛନ୍ତି lପାଣି ଭିତରେ ବୁଡିରହିଛି ଗାଁ ଗଣ୍ଡା ଠୁ ଆରମ୍ଭ କରି ଘରେ ଘରେ ଦୁଆର ମୁହଁ ପର୍ଯ୍ୟନ୍ତ ଆଣ୍ଠୁଏ ଉଞ୍ଚ ର ପାଣି ଜମି ରହିଛି l ଘରେ ପାଣି ପଶିବା ଫଳରେ ଛାତ ଉପରେ ପାଲ ଟାଣି ରହୁଥିବା ଦେଖିବାକୁ ମିଳୁଛି l

ସେହିପରି ଆଳି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ର ୧୪ନଂ ଓ ୧୫ନଂ ୱାର୍ଡ ର ୭୦ ଘର ର ପାଖାପାଖି ୩୦୦ ଶହ ରୁ ଉର୍ଦ୍ଧ ଲୋକ ବ୍ରାହ୍ମଣୀ ନଦୀ ରେ ବନ୍ୟା ଆସିବା ପରେ ଜଳବନ୍ଦୀ ଭାବେ ଜୀବନଯାପନ କରୁଛନ୍ତି l ସେହିପରି ଆଳି ବ୍ଲକ ର ପଦିନିପାଳ ପଞ୍ଚାୟତ ର ଦୁଇଟି ରାଜସ୍ବ ଗ୍ରାମ ପଦିନିପାଳ ଓ ଦୈତାରୀପୁର ଗ୍ରାମ ର ପାଖାପାଖି ୧୪ଟି ୱାର୍ଡ ରେ ୭ ଶହରୁ ଉର୍ଧ୍ଵ ପରିବାର ର ପାଖାପାଖି ୮ହଜାର ରୁ ଉର୍ଧ୍ଵ ଲୋକ ବସବାସ କରନ୍ତି l ସେହିପରି ଭୂଇଁପୁର ପଞ୍ଚାୟତ ର କଳମଡା ଶାଶନ ଗ୍ରାମ ରେ ୧ଟି ୱାର୍ଡ ର ୨ଶହ ରୁ ଉର୍ଧ୍ଵ ପରିବାର ର ପାଖାପାଖି ୫ ଶହ ରୁ ଉର୍ଧ୍ଵ ଲୋକ ବସବାସ କରନ୍ତି l

ଆଜିକୁ ୨୦ ଦିନ ହେବ ଏହି ତିନିଟି ଗ୍ରାମ କୁ ଚତୁପାର୍ଶ୍ଵ ରୁ ଘେରି ରଖିଥିବା ଖରସ୍ରୋତା ଓ ଏହାର ଶାଖା ନଦୀ କାଣୀ ନଦୀ ରେ ବନ୍ୟା ଆସିବା ଯୋଗୁଁ ଏହି ତିନିଟି ଗ୍ରାମକୁ ଏକ ମାତ୍ର ରାସ୍ତାଟି ବନ୍ୟାଜଳ ରେ ବୁଡ଼ିଯାଇଛି l ଏପଟେ କୁମ୍ଭୀର ଭୟ କୁ ଭୃକ୍ଷେପ ନ କରି ସେହି ବନ୍ୟପାଣି ମଧ୍ୟ ଦେଇ ଅତ୍ୟାବଶ୍ୟକ ଜିନିଷ ପାଇଁ ଯାତାୟତ କରୁଛନ୍ତି l ଘର ଦୁଆର ମୁହଁ ରେ ଆଣ୍ଠୁଏ ଉଚ୍ଚ ର ପାଣି ଥିବାରୁ ରାତିହେଲେ କୁମ୍ଭୀର,ବାରହା ଓ ବିଷାକ୍ତ ସାପ ଭୟ ରେ ଘରୁ ବାହାରୁ ନାହାନ୍ତି l ଗାଈ ଗୋରୁ, ଛେଳି, ମେଣ୍ଢା ଭୋକ ଉପାସ ରେ ବନ୍ଧା ହୋଇ ରହିଛନ୍ତି l

ପ୍ରଶାସନ ତୁରନ୍ତ ସେମାନଙ୍କ ଯାତାୟତ ପାଇଁ ଡ଼ଙ୍ଗା, ପିଇବା ପାଇଁ ପାଣି, ଗାଈ ଗୋରୁ ଙ୍କ ପାଇଁ ଗୋଖାଦ୍ୟ ଓ ସାଧାରଣ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି . ଅନ୍ୟ ପଟେ ବନ୍ୟା ବିପନ୍ନ ଙ୍କ ପାଖେ ବିଭିନ୍ନ ରାଜନୈତିକ ଦଳ ପହଂଚୁଥିବା ବେଳେ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଆଳି ନିର୍ବାଚନ ମଣ୍ଡଳୀ ର ଅଧିକ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିବା ଦେଖିବାକୁ ମିଳିଛି l