
ସାରା ଭାରତ ପାଳନ କରିଛି ୮୦ ତମ ସ୍ବାଧୀନତା ଦିବସ । ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଗୋଟିଏ ସ୍ବର ବନ୍ଦେ ମାତରମ । ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀଙ୍କ କଥା ନିଜ ବକ୍ତବ୍ୟ ରଖିଥିଲେ ।

ସେହିଭଳି ଓଡ଼ିଶାରେ ବିଭିନ୍ନ କଅଣ ଅନୁକୋଣ ସବୁଠି ମହାଆଡମ୍ବରେ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ବାଲେଶ୍ବର ବାଲିଆପାଳ ପଞ୍ଚାୟତ କାର୍ଯ୍ୟାଳୟରେ ମହାଆଡମ୍ବରରେ ପାଳିତ ହୋଇଛି ଦେଶର ୮୦ତମ ସ୍ୱାଧୀନତା ଦିବସ। ତ୍ରିରଙ୍ଗାର ରଙ୍ଗରେ ସଜିଥିଲା ପଞ୍ଚାୟତ କାର୍ଯ୍ୟାଳୟ ପରିସର। ଚାରିଆଡ଼େ ଶୁଭୁଥିଲା ଦେଶଭକ୍ତିର ସ୍ୱର, ମନରେ ଥିଲା ଦେଶମାତୃକା ପ୍ରତି ଅପାର ସମ୍ମାନ। ଉତ୍ସାହ, ଉଦ୍ଦୀପନା ଓ ଦେଶପ୍ରେମର ଭାବନା ମଧ୍ୟରେ ବାଲିଆପାଳ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ କେନ୍ଦୁଝର ସହର ସ୍ଥିତ ଟାଉନ ହଲ ପଡିଆ ଠାରେ ଆଜି ୮୦ ତମ ସ୍ୱାଧିନତା ଦିବସ ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ । ଏଥି ସହ ମୋହନ ସରକାର ଙ୍କର ଲୋକାଭିମୂଖୀ ଯୋଜନା ଗୁଡିକ ଉପରେ ସେ ଆଲୋକପାତ କରିଥିଲେ ।

ସେପଟେ ବନ୍ଦର ନଗରୀ ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରନାଦ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ବନ୍ଦର ର ବିଭିନ୍ନ ବିଭାଗରେ ଦକ୍ଷତା ପ୍ରତିପାଦିତ କରିଥିବା କର୍ମଚାରୀ ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ୮୦ ତମ ସ୍ବାଧୀନତା ଦିବସରେ ମାହାଙ୍ଗା ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। ବିଶେଷ କରି ବିଜେପି ସରକାରଙ୍କ ବିଭିନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏହି ଶୋଭାଯାତ୍ରାର ମୂଳ ଲକ୍ଷ୍ୟ ବୋଲି ବିଶିଷ୍ଟ ବକ୍ତାମାନେ ନିଜ ବ୍ୟକ୍ତ ରଖିଥିଲେ।
ସେହିଭଳି ମହାମହିମ ରାଷ୍ଟ୍ରପତିଙ୍କ ଅଞ୍ଚଳ ବାମନଘାଟୀ ସଦରମହକୁମା ରାଇରଙ୍ଗପୁର ଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ପବିତ୍ର ଦିବସ ପାଳନ ଅବସରରେ ସକାଳ ଘ.୦୯-୧୫ ମିନିଟ ସମୟ ରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବରେ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀଯୁକ୍ତ ଅଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ. ଅଭିବାଦନ ମଞ୍ଚରେ ମୁଖ୍ୟ ଅତିଥିଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଉପସ୍ଥିତ ଥିଲେ।

ସେହିଭଳି ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ଟ୍ରକ ଆସୋସିଏସନ ତରଫରୁ ୮୦ ତମ ସ୍ବାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭବେ ପୂର୍ବତ୍ତନ ଢେଙ୍କାନାଳ ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ଶ୍ରୀଯୁକ୍ତ ସୁଧୀର ସାମଲ ପତାକା ଉତ୍ତଳନ କରି ଦେଶ ନିମନ୍ତେ ନିଜକୁ ବଳିଦାନ ଦେଇଥିବା ବୀର ସଂଗ୍ରାମୀଙ୍କ ସ୍ବାଧୀନ ଭାରତରେ ସେମାନଙ୍କ ଭୂମିକା ବିଷୟ ଓ ଆଜିର ଯୁବପିଢି କିପରି ନିଜ ଅଞ୍ଚଳ ତଥା ରାଜ୍ୟ ଓ ଦେଶ ପାଇଁ କଣ ରହିବ ସେମାନଙ୍କ ଭୂମିକା ନିଜ ବକ୍ତବ୍ୟ ରେ କହିଥିଲେ ।

ଏହି ପବିତ୍ର ମହାସମାରୋହ ଦିବସ ସୂଚନା ଟିଭି ଅଫିସ ପରିସରରେ ଦେଶର ୮୦ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ମୁଖ୍ୟ ସମ୍ପାଦକ ସୁକାନ୍ତ କୁମାର ମହାନ୍ତିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡ଼ା:ମଧୁମିତା ଦାସ ଓ ସଂଦୀପ ପ୍ରଧାନ ପତାକା ଉତ୍ତଳନ କରିଥିଲେ । ଏହି ସମୟରେ ସୂଚନା ଟିଭି ର ସମସ୍ତ ସଦସ୍ୟ ଓ ନ୍ୟାସନାଲ ନିଉଜର ବରିଷ୍ଠ ସାମ୍ବାଦିକ ଶ୍ରୀ ଅଶୋକ କୁମାର ସାମିଲ ଥିଲେ ।