ତୁଳସୀକ୍ଷେତ୍ରରେ ଭକ୍ତିର ମହାସମାଗମ| ମାଉସୀମା’ ମନ୍ଦିରରେ ପହଞ୍ଚିଲା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ|

ତୁଳସୀକ୍ଷେତ୍ରରେ ଭକ୍ତିର ମହାସମାଗମ| ମାଉସୀମା’ ମନ୍ଦିରରେ ପହଞ୍ଚିଲା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ|
ପବିତ୍ର ରଥଯାତ୍ରାକୁ ନେଇ କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ର ଭକ୍ତି, ଆସ୍ଥା ଓ ପରମ୍ପରାର ମହାମିଳନସ୍ଥଳୀ ପାଲଟିଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ପାଗ ଅନୁକୂଳ ରହିଥିବାରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ରଥଦାଣ୍ଡରେ ସମବେତ ହୋଇ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥକୁ ଟାଣିବାର ସୌଭାଗ୍ୟ ଅର୍ଜନ କରିଥିଲେ।

‘ହରିବୋଲ’ ଓ ‘ଜୟ ସିଦ୍ଧ ବଳଦେବଜୀଉ’ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିବାବେଳେ ଭକ୍ତମାନଙ୍କ ଉତ୍ସାହ ଓ ଭକ୍ତିଭାବ ଦେଖିବାକୁ ମିଳିଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମ୍ମିଳିତ ପ୍ରୟାସରେ ବ୍ରହ୍ମତାଳଧ୍ୱଜ ରଥ ମାଉସୀମା’ ମନ୍ଦିରରେ ପହଞ୍ଚିଥିଲା। ରଥ ପହଞ୍ଚିବା ପରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ଏବଂ ରଥ ଟାଣିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିଲେ।

ରଥଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ, ଟ୍ରାଫିକ୍ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା। ତୁଳସୀକ୍ଷେତ୍ରର ଏହି ଐତିହାସିକ ରଥଯାତ୍ରା ଭକ୍ତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ ପାଲଟିଛି।