
ଆସନ୍ତା ୧୬ ତାରିଖରେ ମହାପ୍ରଭୁ ଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଠି ସମସ୍ତ ପ୍ରସ୍ତୁତି ପ୍ରସ୍ତୁତି ଜୋରସୋର ରେ ଆଗେଇ ଚାଲିଛି। ବଡଦାଣ୍ଡ କୁ ସୁସଜ୍ଜିତ କରାଯାଉଛି। ଶ୍ରୀମନ୍ଦିର ସମ୍ମୁଖ ସିଂହ ଦ୍ଵାର ରୁ ବଡଦାଣ୍ଡ ର ବଡ ଆଖଡ଼ା ମଠ ଯାଏ ବଡଦାଣ୍ଡ କୁ ସୁସଜ୍ଜିତ କରାଯାଉଛି। ବଡଦାଣ୍ଡ ରେ ଏନାମେଲ ରଙ୍ଗ ବ୍ୟବହାର କରାଯାଇ ବିଭିନ୍ନ ରଙ୍ଗ ବେରଙ୍ଗ ଝୋଟି ଚିତା ର ଚିତ୍ର କରାଯାଇଛି। ଯାହାକି ବଡଦାଣ୍ଡକୁ ବହୁତ୍ ଆକର୍ଷଣୀୟ କରିଛି। ଗତ କିଛି ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପୂର୍ବରୁ ଏହି ରଙ୍ଗ କାର୍ଯ୍ୟକରାଯାଉଛି। କେବଳ ସେତିକି ନୁହେଁ ରଥଯାତ୍ରା ପୂର୍ବରୁ ବଡଦାଣ୍ଡ ର ଉଭୟ ପାର୍ଶ୍ୱରେ ଥିବା କୋଠା ଘର ଗୁଡିକୁ ଗୋଟିଏ ପ୍ରକାର ରଙ୍ଗ ଫିକା ଗୋଲାପୀ ରଙ୍ଗରେ ରଙ୍ଗ କରାଯାଇଛି। ଯାହାକି ବଡଦାଣ୍ଡ ର ସୌନ୍ଦର୍ଯ୍ୟ କୁ ବହୁଗୁଣିତ କରିଛି।

ବଡଦାଣ୍ଡ କୁ ରଙ୍ଗ କାର୍ଯ୍ୟରେ ନିୟୋଜିତ ଥିବା ରିଙ୍କୁ ଛୁଆଳସିଂ କହିଛନ୍ତି, ଗତ ୮ ଦିନ ହେବ ଆମେ ବଡଦାଣ୍ଡ ରେ ରଙ୍ଗ କାର୍ଯ୍ୟ କରୁଛୁ। ବିଭିନ୍ନ ରଙ୍ଗ ରେ ପାରମ୍ପରିକ ଝୋଟି ଚିତା କରୁଛୁ। ୪୦ ଜଣ ଏହି ରଙ୍ଗ କାର୍ଯ୍ଯ ରେ ନିୟୋଜିତ ଅଛନ୍ତି। ତେବେ ସିଂହ ଦ୍ଵାର ସମ୍ମୁଖ ରୁ ବଡ ଆଖଡ଼ା ମଠ ପର୍ଯ୍ୟନ୍ତ ଚାଲିଥିବା ଝୋଟି ଚିତା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ ଶୀଘ୍ର ଗୁଣ୍ଡିଚା ମନ୍ଦିର ସମ୍ମୁଖ କୁ ମଧ୍ୟ ଆମେ ବିଭିନ୍ନ ରଙ୍ଗ ବେରଙ୍ଗ ଝୋଟି ଚିତା ପକାଇବୁ। ଏହି କାର୍ଯ୍ୟ କରି ମତେ ବହୁତ୍ ଖୁସି ଲାଗୁଛି।
ମହାପ୍ରଭୂ ଙ୍କ ପାଇଁ କାର୍ଯ୍ୟ କରିବା ମୋ ପାଇଁ ଏକ ବହୁତ୍ ବଡ କଥା। ମୁଁ ନିଜକୁ ଧନ୍ୟ ମନେ କରୁଛି।