ଜମି, ଜୀବିକା ଓ ମୌଳିକ ସୁବିଧା ଦାବି ପୂରଣ ପାଇଁ ବିକ୍ଷୋଭ

ରାୟଗଡା ଜିଲ୍ଲା ବିଷମ କଟକ ବିଜ୍ଞାପିତ ଅଞ୍ଚଳ ଓଡିଶା ରାଜ୍ୟର ଏକ ଅତ୍ୟନ୍ତ ଦାରିଦ୍ର ପଛୁଆ ଆଦିବାସୀ ବହୁଳ ଅଞ୍ଚଳ । ଧାରାବାହିକ ଭାବେ ଚରମ ସରକାରୀ ଅବହେଳା ଯୋଗୁଁ ଏହି ଅଞ୍ଚଳ ସ୍ବାଧୀନତା ପରବର୍ତ୍ତୀ ତଥାକଥିତ ବିକାଶ ପ୍ରକ୍ରିୟl ରୁ ସଂପୂର୍ଣ୍ଣ ଭାବେ ବାଦ ପଡିଯାଇଛି । ଶିକ୍ଷା / ସ୍ବାସ୍ଥ୍ୟ, ବିଜୁଳି, ପାଣି, ସଡକ ଭଳି ସର୍ବନିମ୍ନ ମୌଳିକ ସାମାଜିକ ସୁବିଧା ସୁଯୋଗରୁ ଆଜିବି ଏ ଅଞ୍ଚଳ ବଞ୍ଚିତ ।ସ୍କୁଲ ଥାଇ ନଥିବା ପରି ଅଧିକାଂଶ ଲୋକ ନିରକ୍ଷୟ ଡ୍ରେନେଜ ଗୁଡିକ ଅଳିଆ ଆବର୍ଜନା ଦୁର୍ଗନ୍ଧ ଭରପୁର ଯୋଗୁଁ ଡାକ୍ତର ଏବଂ ଔଷଧ ଅଭାବରୁ ହଇଜା-ମ୍ୟାଲେରିଆ ଆଦି ମହାମାରୀ ତଥା ଅନ୍ୟାନ୍ୟ ରୋଗରେ ଲୋକେ ପୋକମାଛି ପରି ମରୁଛନ୍ତି ।

ଏହି ଅଞ୍ଚଳର ଅଧିକାଂଶ ଭାଇଭଉଣୀ ଅତ୍ୟନ୍ତ ଗରିବ ଏବଂ ଭୂମିହିନ । ଏପରିକି ମୁଣ୍ଡ ଗୁଞ୍ଜିବା ପାଇଁ କୁଡିଆ ଖଣ୍ଡେ କରିବାକୁ ଘରଡ଼ିହ ବି ଅନେକଙ୍କର ନାହିଁ । ଏହି ଅଞ୍ଚଳର ପ୍ରାୟ ସମସ୍ତ ଜମି, ଜମିଦାର-ସାହୁକାରମାନଙ୍କ ହାତରେ ଅଛି । ବେଆଇନ ଭାବେ ସେମାନେ ସିଲିଙ୍ଗ ବହିଭୁର୍ତ ଜମି ସବୁ ରଖିଛନ୍ତି l ସରକାରୀ ଜମି, ସର୍ବସାଧାରଣ ଜମି, ଗୋଚର ଜମି ଓ ଜଙ୍ଗଲ ଜମି ବି କବଜା କରି ରଖିଛନ୍ତି । ସେମାନଙ୍କ କବଳରୁ ଏହି ସବୁ ଉଦ୍ଧାର କରି ଗରିବ ଭୂମିହିନମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ସରକାରୀ ଆଇନ ବି ଅଛି । ମାତ୍ର ଜମିଦାର, ସାହୁକାର ଓ ସରକାରୀ କଳ ମଧ୍ଯରେ ସଲାସୁତୁରା ଯୋଗୁଁ ଏହି ଆଇନ କାର୍ଯ୍ୟକାରୀ ହେଉନାହିଁ । ଜମି ମାଫିଆ ମାନଙ୍କ ଦ୍ବାରା ଜମି ପ୍ଲଟିଙ୍ଗ ପାଇଁ ଜଙ୍ଗଲ ଧ୍ବଂସ ଯୋଗୁଁ ଚାଷ ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକେ ଜୀବିକା ହରାଇ ଦୁଃଖ ଦୁର୍ଦଶାରେ ଷଡୁଛନ୍ତି । ବ୍ଲକରେ କାର୍ଯ୍ୟକାରି ହେଉଥିବା ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ହେରଫେର ଚାଲିଛି । ୨୦୦୬ ରୁ ଜୋବକାର୍ଡ ପାଇ ବି ଲୋକେ କାମ ପାଉନାହାନ୍ତି । ମଣିଷ ବଦଳରେ ଜେସିବି ମେସିନ ଦ୍ବାରା କାମ କରାଯାଉଛି । କୁଲିମୁଲିଆ କାମ ଅଭାବରୁ ଲୋକେ ଗାଁ ଛାଡି ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଦୁର୍ନୀତିଗ୍ରସ୍ତନେତା-କୁଜିନେତା-ଟାଉଟର ଓ ଲାଞ୍ଚୁଆ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ବାରା ଲୋକଙ୍କ ଉନ୍ନତି ପାଇଁ ଅଞ୍ଚଳର ବିକାଶ ଧାରା ପାଇଁ ବିଭିନ୍ନ ସରକାରଙ୍କ ଯୋଜନା ରେ ଆସୁଥିବା ଟଙ୍କା ବିନାଶର ଧାରା ଭାବେ ହରିଲୁଟ ହେଉଛି ।

ଏହି ସମସ୍ତ କାରଣଗୁଡିକ ଏ ଅଞ୍ଚଳରେ ଉତ୍କଟ ଦରିଦ୍ର୍ୟ ପାଇଁ ଏକ ସୁଦୃଢ ଭିତ୍ତିଭୂମି ତିଆରି କରିଛି । ଏହି ଦାରିଦ୍ୟ ପୀଡିତ ଲୋକେ ଅର୍ଥହାର, ଅନାହାରରେ ରହି,ଅଖାଦ୍ୟ ଖାଇ ମରୁଥିବା ଏକ ସାଧାରଣ ଘଟଣା ହୋଇଛି |ଆମ ଅଭାବ ଅସୁବିଧାର ପ୍ରତିକାର ପାଇଁ ଅନେକ ପ୍ରତି’ସୃତି ମିଳିଛି ।ମାତ୍ର ଆଜି ପର୍ଯ୍ୟନ୍ତ କିଛି ହେଉନାହିଁ ।ବର୍ତମାନ ଓଡିଶା ରେ ଡବଲ ଇଞ୍ଜିନ ବିଜେପି ସରକାର ଆମ ଦୁଃଖ ତୁରନ୍ତ ବୁଝିବା ଦରକାର l ଆଉ ଅଧ‌ିକ ଦିନ ଆମେ ନୀରବ ଦର୍ଶକ ହୋଇ ରହିପାରିବୁ ନାହିଁ । କାହାର ଦୟାର ପାତ୍ର ହୋଇ ନିଜ ଅବସ୍ତାର ପରିବର୍ତ୍ତନପାଇଁ ଆମକୁ ହିଁ ଅଣ୍ଟା ଭିଡିବାକୁ ହେବ । ଏକ ସଂଘଠିତ ଶକ୍ତିଶାଳୀ ଜନ ଆନ୍ଦୋଳନ ହିଁ ଆମ ଦାବି ପୂରଣ ପାଇଁ ସରକାର ପ୍ରଶାସନକୁ ବାଧ୍ଯ କରିଵା ସହ ଏକଜୁଟ ହୋଇ ଲଗାତର ଭାବେ ଲଢେଇ କରିବା ପରିପ୍ରେକ୍ଷୀରେ ଆଜି ଜୁଲାଇ ୭ ତାରିଖ ରେ ବିଷମ କଟକ ତହସିଲ ସମ୍ମୁଖରେ ସି.ପି.ଆଇ.ଏମ-ଏଲ ତରଫରୁ ଆୟୋଜିତ ହୋଇଥିବା ବିକ୍ଷୋଭ ସମାବେଶରେ ବହୁସଂଖ୍ୟାରେ ଜନସାଧାରଣ ମାନେ ଯୋଗଦେଇ ଏହି ବିକ୍ଷୋଭ ସମାବେଶ କୁ ସଫଳ କରିଥିଲେ l