ବାଲେଶ୍ୱର ଜିଲ୍ଲା କମର୍ଦା ପୋଲିସକୁ ବଡ଼ ଫଳତା।

ବାଲେଶ୍ୱର ଜିଲ୍ଲା କମର୍ଦା ପୋଲିସକୁ ବଡ଼ ଫଳତା। ଆନ୍ତଃରାଜ୍ୟ ଡକାୟତି ମାମଲାରେ ଜଡ଼ିତ ଅଭିଯୁକ୍ତ ସହିତ ୨ ଜଣ ସହଯୋଗୀ କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ପୂର୍ବରୁ କେନ୍ଦୁଝର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ବେଳେ, ଜେଲରୁ ବାହାରିବା ପରେ ପୁଣି ବିଭିନ୍ନ ଲୁଟ୍ ଘଟଣାରେ ଜଡ଼ିତ ଥିବା ସୂଚନା ଥିବା ସୂଚନା ମିଳିଛି। କମର୍ଦା ଥାନା ପୋଲିସ ଜଣେ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର କମର୍ଦା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ,ଗତ ୧୦ ସେପ୍ଟେମ୍ବର ୨୦୨୫ରେ କେନ୍ଦୁଝର ପୋଲିସ ଜଳେଶ୍ୱର ଅଞ୍ଚଳରୁ ଏହି ଅଭିଯୁକ୍ତଙ୍କୁ ଲୁଟ୍ ସାମଗ୍ରୀ,ତେଲେଙ୍ଗାନାରେ ତିଆରି କତୁରୀ ସମେତ ବିଭିନ୍ନ ଡକାୟତି ସାମଗ୍ରୀ ସହ ଗିରଫ କରି କୋର୍ଟ ଚାଲାଣ କରିଥିଲା।


ଜେଲରୁ ମୁକୁଳିବା ପରେ ମଧ୍ୟ ସେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିବା ଅଭିଯୋଗ ରହିଛି। ପଶ୍ଚିମବଙ୍ଗରେ ଘଟିଥିବା ବ୍ୟାଙ୍କ ଡକାୟତି ଏବଂ ବାଲେଶ୍ୱର ଅଂଚଳ ର ମନ୍ଦିର ଲୁଟ୍ ଘଟଣାରେ ମଧ୍ୟ ତାଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସକୁ ସୂଚନା ମିଳିଛି।
କମର୍ଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ପଚରାଉଚରା ଚଳାଇଛି। ତାଙ୍କ ବିରୋଧରେ ଆଉ କେତେ ମାମଲା ରହିଛି ଏବଂ ଏହି ଆନ୍ତଃରାଜ୍ୟ ଡକାୟତ ଚକ୍ରରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି