ପ୍ରତି କିଲୋମିଟରେ ୭ ଟଙ୍କା ନୁହେଁ, ମାତ୍ର ୭୦ ପଇସା ! MG COMMUTE EV ବଦଳାଇଦେବ ଯାତାୟାତର ହିସାବ

ଆଜିର ଦିନରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଇଁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି ଦୈନିକ ଯାତାୟାତ ଖର୍ଚ୍ଚ। ପ୍ରତିଦିନ ଅଫିସ୍‌, ବ୍ୟବସାୟ କିମ୍ବା ଘରୋଇ କାମ ପାଇଁ ଗାଡି ବ୍ୟବହାର କରୁଥିବା ଲୋକଙ୍କ ପକେଟ୍‌ରେ ଏହାର ସିଧା ପ୍ରଭାବ ପଡୁଛି। ଏମିତି ସମୟରେ ବଜାରକୁ ଆସିଛି ନୂଆ ଆଶାର ନାଁ MG COMMUTE EV। ଏହି ଛୋଟ ଇଲେକ୍ଟ୍ରିକ୍ କାର୍‌କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଅନ୍ୟ ସାଧାରଣ ପେଟ୍ରୋଲ ଗାଡିରେ ଯେଉଁଠାରେ ପ୍ରତି କିଲୋମିଟରକୁ ପ୍ରାୟ ୭ ଟଙ୍କା ଖର୍ଚ୍ଚ ହେଉଛି, ସେଠାରେ MG COMMUTE EV ରେ ଖର୍ଚ୍ଚ ମାତ୍ର ୭୦ ପଇସା।

ଭାବନ୍ତୁ ତ, ଯଦି ଆପଣ ପ୍ରତିଦିନ ୫୦ କିଲୋମିଟର ଯାତ୍ରା କରୁଛନ୍ତି, ସାଧାରଣ ପେଟ୍ରୋଲ ଗାଡିରେ ଦୈନିକ ଖର୍ଚ୍ଚ ପଡିବ ପ୍ରାୟ ୩୫୦ ଟଙ୍କା। ମାସକୁ ଏହା ୧୦ ହଜାର ଟଙ୍କାରୁ ଅଧିକ ହୋଇଯାଏ। କିନ୍ତୁ MG COMMUTE EV ରେ ସେହି ଦୂରତା ପାଇଁ ଦୈନିକ ଖର୍ଚ୍ଚ ପଡିବ ମାତ୍ର ୩୫ ଟଙ୍କା। ଅର୍ଥାତ୍ ମାସକୁ ହଜାର ହଜାର ଟଙ୍କାର ସଞ୍ଚୟ। ଏହା କେବଳ ଏକ ଗାଡି ନୁହେଁ, ମଧ୍ୟବର୍ଗୀୟ ପରିବାର ପାଇଁ ଏକ ବଡ଼ ରାହତ। MG COMMUTE EV ର ସବୁଠୁ ବଡ଼ ବିଶେଷତା ହେଉଛି ଏହାର କମ୍ପାକ୍ଟ ଡିଜାଇନ୍‌।

ସହରର ଭିଡ଼ ଭିତରେ ସହଜରେ ଚଲିପାରେ। ପାର୍କିଂ ସମସ୍ୟା କମ୍‌, ଡ୍ରାଇଭିଂ ସହଜ ଓ ଲୁକ୍‌ ମଧ୍ୟ ଫ୍ୟୁଚରିଷ୍ଟିକ୍। ଏହାର ଇଣ୍ଟେରିଅର୍‌ରେ ମଧ୍ୟ ରହିଛି ଆଧୁନିକ ଟେକ୍ନୋଲୋଜି।ଏବେ ସମସ୍ତେ ଧୀରେ ଧୀରେ ଇଲେକ୍ଟ୍ରିକ୍ ଭେହିକଲ୍‌ ଦିଗକୁ ମୁହାଁଉଛନ୍ତି। କାରଣ ଏହା କେବଳ ଟଙ୍କା ବଞ୍ଚାଏ ନୁହେଁ, ପରିବେଶକୁ ମଧ୍ୟ ସୁରକ୍ଷା ଦେଉଛି। ପେଟ୍ରୋଲ ଦର ବଢ଼ିଲେ ଚିନ୍ତା ନାହିଁ, ଡିଜେଲ ଦର ବଢ଼ିଲେ ମଧ୍ୟ ଭୟ ନାହିଁ। ଘରେ ଚାର୍ଜ କରନ୍ତୁ ଓ ଆରାମରେ ଚଲନ୍ତୁ।

ତେଣୁ ଯଦି ଆପଣ ଏମିତି ଗୋଟିଏ ଗାଡି ଖୋଜୁଛନ୍ତି ଯାହା ଷ୍ଟାଇଲିଶ୍‌, ସ୍ମାର୍ଟ ଓ ସବୁଠୁ ମୁଖ୍ୟ କଥା ହେଉଛି ଖର୍ଚ୍ଚରେ ଭୟଙ୍କର ସସ୍ତା, ତେବେ MG COMMUTE EV ଆପଣଙ୍କ ପାଇଁ ହୋଇପାରେ ସର୍ବଶ୍ରେଷ୍ଠ ବିକଳ୍ପ। ଯେଉଁଠାରେ ଅନ୍ୟ ଗାଡି ପକେଟ୍‌ ଖାଲି କରୁଛି, ସେଠାରେ MG COMMUTE EV ଆପଣଙ୍କର ସଞ୍ଚୟ କରୁଛି ।