
ରାଜନୀତି ହେଉ କି ରୂପେଲି ପରଦା, ଥାଲାପତି ବିଜୟଙ୍କ ପ୍ରେଜେନ୍ସ ସବୁବେଳେ ଥାଏ ଅଲଗା ଏବଂ ପାୱାରଫୁଲ୍ । ୫୧ ବର୍ଷରେ ମଧ୍ୟ ଯୁବକଙ୍କ ଭଳି ଫିଟ୍ ଓ ହ୍ୟାଣ୍ଡସମ୍ ଦେଖାଯାଆନ୍ତି Vijay । ତାଙ୍କର ଲିନ୍ ବଡି, ଏନର୍ଜେଟିକ୍ ଷ୍ଟାଇଲ୍ ଏବଂ ସ୍ମାର୍ଟ ଲୁକ୍କୁ ଦେଖି ଅନେକେ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି— “ଶେଷେ ବିଜୟଙ୍କ ଫିଟନେସ୍ର ରାଜ୍ କ’ଣ?”
ଆଜିର ସମୟରେ ଅନେକ ଫିଲ୍ମ ଷ୍ଟାର ୬୦ କିମ୍ବା ୭୦ ବର୍ଷରେ ମଧ୍ୟ ୪୦ ବର୍ଷର ଭଳି ଫିଟ୍ ଓ ଯୁବକ ଦେଖାଯାଆନ୍ତି । କିନ୍ତୁ Vijayଙ୍କ କେସ୍ରେ ଏହାର ପଛରେ ନାହିଁ କୌଣସି ଶର୍ଟକଟ୍ କିମ୍ବା ଯାଦୁ । ରହିଛି କଠୋର ଅନୁଶାସନ, ନିୟମିତ ୱର୍କଆଉଟ୍ ଏବଂ ସରଳ ଜୀବନଶୈଳୀ । ତାଙ୍କ ଫିଟନେସ୍ ଟ୍ରେନର ନରେଶ କୁମାରଙ୍କ ଅନୁଯାୟୀ, ବିଜୟଙ୍କ ଫିଟନେସ୍ର ସବୁଠାରୁ ବଡ଼ ରହସ୍ୟ ହେଉଛି “ଘରୋଇ ଖାଦ୍ୟ” ।ବିଜୟ ବାହାରର ତେଲ ମସଲା ଭର୍ତ୍ତି ଖାଦ୍ୟ କିମ୍ବା ଜଙ୍କ ଫୁଡ୍କୁ ଅଧିକ ପସନ୍ଦ କରନ୍ତି ନାହିଁ । ସେ ସାଧାରଣତଃ ପ୍ରୋଟିନ୍ ଭର୍ତ୍ତି ଖାଦ୍ୟ, ସବୁଜ ସବ୍ଜି, ଫଳ ଏବଂ ସନ୍ତୁଳିତ ଡାଏଟ୍କୁ ଅନୁସରଣ କରନ୍ତି । ଶରୀରକୁ ଫିଟ୍ ରଖିବା ପାଇଁ ସେ ନିୟମିତ ଭାବରେ ଜିମ୍ରେ ସମୟ ଦେଇଥାନ୍ତି । କାର୍ଡିଓ, ୱେଟ୍ ଟ୍ରେନିଂ ଏବଂ ଫଙ୍କସନାଲ୍ ଏକ୍ସରସାଇଜ୍କୁ ସେ ତାଙ୍କ ଦୈନିକ ରୁଟିନ୍ର ଅଂଶ କରିଛନ୍ତି ।
ତାଙ୍କ ନିକଟସ୍ଥମାନଙ୍କ କହିବା ଅନୁଯାୟୀ, ବିଜୟ ନିଜ ଦୈନିକ ଜୀବନରେ ବହୁତ ଡିସିପ୍ଲିନ୍ଡ୍ । ସେ ଯଥେଷ୍ଟ ଘୁମ୍କୁ ଗୁରୁତ୍ୱ ଦିଅନ୍ତି ଏବଂ ମାନସିକ ଚାପରୁ ଦୂରେ ରହିବାକୁ ଚେଷ୍ଟା କରନ୍ତି । ତାଙ୍କ ମତରେ ଫିଟ୍ ରହିବା ପାଇଁ କେବଳ ଜିମ୍ କିମ୍ବା ଡାଏଟ୍ ହେଲେ ଚାଲିବ ନାହିଁ, ମନକୁ ମଧ୍ୟ ସକାରାତ୍ମକ ରଖିବା ଦରକାର ।ସମ୍ପ୍ରତି ରାଜନୈତିକ ମଞ୍ଚରେ ମଧ୍ୟ ବିଜୟଙ୍କ ଏନର୍ଜି ଏବଂ ଆତ୍ମବିଶ୍ୱାସ ଭକ୍ତମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯେଉଁଠି ସେ ଦେଖାଦେଇଥାନ୍ତି, ସେଠାରେ ତାଙ୍କ ଲୁକ୍ ଏବଂ ଫିଟନେସ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ । ତାଙ୍କ ଫ୍ୟାନ୍ମାନେ କହୁଛନ୍ତି, ବୟସ ବଢ଼ୁଥିଲେ ମଧ୍ୟ ବିଜୟଙ୍କ ଚାର୍ମ କିଛିମଧ୍ୟ କମିନାହିଁ ।
ଏହି ଅବସରରେ Trisha Krishnanଙ୍କ ଉପସ୍ଥିତି ମଧ୍ୟ ଚର୍ଚ୍ଚାକୁ ବଢ଼ାଇଥିଲା । ଦୁହେଁଙ୍କୁ ନେଇ ସୋସିଆଲ୍ ମିଡିଆରେ ଅନେକ ଆଲୋଚନା ହେଉଥିଲା । ତେବେ ଏହାର ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ବିଜୟଙ୍କ ଫିଟ୍ ଏବଂ ଯୁବକସଦୃଶ ଲୁକ୍ ।ଅନେକ ଲୋକ ଭାବନ୍ତି ଯେ ଫିଲ୍ମ ଷ୍ଟାରମାନେ ଫିଟ୍ ରହିବା ପାଇଁ ଦାମୀ ଟ୍ରିଟମେଣ୍ଟ କିମ୍ବା ଅଲଗା କୌଣସି ସିକ୍ରେଟ୍ ଫଲୋ କରନ୍ତି । କିନ୍ତୁ Vijayଙ୍କ ଜୀବନଶୈଳୀ ଦେଖାଏ ଯେ ସଠିକ୍ ଖାଦ୍ୟ, ନିୟମିତ ୱର୍କଆଉଟ୍, ଅନୁଶାସନ ଏବଂ ପଜିଟିଭ୍ ଲାଇଫ୍ଷ୍ଟାଇଲ୍ ହିଁ ଫିଟ୍ ରହିବାର ସବୁଠାରୁ ବଡ଼ ମନ୍ତ୍ର ।