କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ସଭା ସଂସଦ ୭୯ ବର୍ଷୀୟା ସୋନିଆ ଗାନ୍ଧୀ ଗତ କିଛି ବର୍ଷ ଧରି ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଅସୁସ୍ଥତା ଅନୁଭବ କରିବାରୁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଜଣାପଡିଛି ଏବେ ସୋନିଆ ବୁଧବାର ଦିନ ଗୁରୁଗ୍ରାମର ଏକ ପ୍ରମୁଖ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏକ ସାମାନ୍ୟ ଅସ୍ତ୍ରୋପଚାର ପାଇଁ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି, ମାତ୍ର ଏହି ଅସ୍ତ୍ରୋପଚାର ସମ୍ପର୍କରେ କୌଣସି ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଗତ ଜାନୁଆରୀ ମଦସାର ମଧ୍ୟ ସୋନିଆଙ୍କର ଶ୍ଵାସଜନିତ ସମସ୍ୟା ଦେଖାଯାଇଥିଲା ଏହା ବ୍ୟତୀତ ୨୦୨୫ ମସିହାରେ ମଧ୍ୟ ପେଟ ଜନିତ ସମସ୍ୟା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଶିମଲା ଏବଂ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅତିକମରେ ତିନିଥର ଭର୍ତ୍ତି ହୋଇଥିଲେ।ମାର୍ଚ୍ଚ 2026ରେ ମଧ୍ୟ ସେ ଜ୍ୱର ଓ “systemic infection” କାରଣରେ ଦିଲ୍ଲୀର Sir Ganga Ram Hospitalରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ କହିଥିଲେ ଯେ ଆଣ୍ଟିବାୟୋଟିକ୍ ଚିକିତ୍ସାରେ ତାଙ୍କ ସ୍ୱାସ୍ଥ୍ୟ ଉନ୍ନତ ହେଉଥିଲା ଏବଂ ସ୍ଥିତି ସ୍ଥିର ଥିଲା।
କିଛି ଖବରରେ ଶ୍ୱାସକଷ୍ଟ, ବ୍ରଙ୍କିଆଲ୍ ଆସ୍ଥମା ଓ ପେଟ ସମସ୍ୟା ସମ୍ପର୍କରେ ମଧ୍ୟ ଉଲ୍ଲେଖ ହୋଇଛି।