ପାରାଦ୍ଵୀପ ଲକ୍ ଥାନାରେ “ଶିଶୁ ଅନୁକୂଳ ପୋଲିସ ଥାନା” ଉଦଘାଟିତ

ପାରାଦ୍ଵୀପ ଅଞ୍ଚଳରେ ଶିଶୁ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ପ୍ରାଧାନ୍ୟ ଦେଇ ଲକ୍ ଥାନା ପରିସରରେ ଏକ ଅଭିନବ “ଶିଶୁ ଅନୁକୂଳ ପୋଲିସ ଥାନା” ଉଦଘାଟିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ: ଅଙ୍କିତ କୁମାର ବର୍ମା (ଏସପି, ଜଗତସିଂହପୁର), ସ୍ମୃତି ରଞ୍ଜନ କର (ଅତିରିକ୍ତ ଏସପି, ପାରାଦ୍ଵୀପ), ଆଜୀଙ୍କିୟ ମାଣେ (ଏସଡିପିଓ, ଜଗତସିଂହପୁର), ରଶ୍ମି ରଞ୍ଜନ ଦାସ (ଆଇଆଇସି, ଲକ୍ ଥାନା), ସଞ୍ଜୟ କୁମାର ବେହେରା (ଆଇନଜୀବୀ), ଚନ୍ଦ୍ରକାନ୍ତ ସ୍ୱାଇଁ (ପୂର୍ବତନ ସମିତି ସଭ୍ୟ)ପୋଲିସ ପ୍ରତି ଶିଶୁମାନଙ୍କ ମନରେ ଥିବା ଭୟ ଓ ସଙ୍କୋଚକୁ ଦୂର କରି ସେମାନଙ୍କୁ ପୋଲିସର ବନ୍ଧୁ ଭାବେ ଗଢ଼ିତୋଳିବା। ପିଲାମାନେ ନିର୍ଭୟରେ ତଥ୍ୟ ପ୍ରଦାନ କଲେ ସମାଜରେ ଘଟୁଥିବା ଅପରାଧ ବିରୋଧରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ବିଭିନ୍ନ କାରଣରୁ ଅପରାଧିକ ପଥରେ ଯାଉଥିବା ଶିଶୁମାନଙ୍କୁ ସଠିକ୍ ପରାମର୍ଶ ଦେଇ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା। ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଅପରାଧ ଓ ଏହାର ପ୍ରତିରୋଧ ସମ୍ପର୍କରେ ସଚେତନ କରାଇବା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପୋଲିସ ଅଧିକାରୀମାନେ ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କୁ ଆଇନଗତ ସଚେତନତା ଓ ସୁରକ୍ଷା ବିଷୟରେ ବୁଝାଇଥିଲେ।