ଜାତିସଂଘ ସୁରକ୍ଷା ପରିଷଦରେ ଭାରତ, ଆଫଗାନିସ୍ତାନ ମାଟିରେ ହୋଇଥିବା ନୃଶଂସ ବିମାନ ଆକ୍ରମଣକୁ ନେଇ ପାକିସ୍ତାନର ‘ଦୋମୁହାଁ ନୀତି’କୁ ତୀବ୍ର ସମାଲୋଚନା କରିଛି। ପବିତ୍ର ରମ୍ଜାନ୍ ମାସରେ ହୋଇଥିବା ଏହି ଆକ୍ରମଣକୁ ଭାରତ ଏକ “କପଟତା” ବୋଲି ଅଭିହିତ କରିଛି। ଏହି ବିମାନ ଆକ୍ରମଣରେ ପ୍ରାୟ ୧୮୫ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ କେବଳ ମହିଳା ଏବଂ ଶିଶୁ ଥିଲେ। ଭାରତ ଅନୁଯାୟୀ, ଏହି ଆକ୍ରମଣ ଜାତିସଂଘ ଚାର୍ଟର ଏବଂ ଜାତୀୟ ସାର୍ବଭୌମତ୍ୱ ନୀତିର ସ୍ପଷ୍ଟ ଉଲ୍ଲଂଘନ ଅଟେ।

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ପାକିସ୍ତାନର ନାମ ନନେଇ ମଧ୍ୟ ତାଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ତାଙ୍କ ବକ୍ତବ୍ୟର ମୁଖ୍ୟ ଅଂଶଗୁଡ଼ିକ ହେଲା:
ଗୋଟିଏ ପଟେ ଇସଲାମିକ ସଂହତିର କଥା କହିବା ଏବଂ ଅନ୍ୟପଟେ ରମ୍ଜାନ୍ ମାସରେ ମୁସଲମାନ ବହୁଳ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବା ପାକିସ୍ତାନର ପ୍ରକୃତ ରୂପକୁ ଦର୍ଶାଉଛି।
ପାକିସ୍ତାନ ନିଜର ସ୍ୱାର୍ଥ ପାଇଁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ବ୍ୟବହାର କରି ପଡ଼ୋଶୀ ଦେଶଗୁଡ଼ିକରେ ଅଶାନ୍ତି ସୃଷ୍ଟି କରୁଛି।
ଇସଲାମିକ୍ ଷ୍ଟେଟ୍, ଅଲ-କାଏଦା, ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦ ଭଳି ସଂଗଠନକୁ ରୋକିବା ପାଇଁ ବିଶ୍ୱ ସମ୍ପ୍ରଦାୟ ଏକଜୁଟ ହେବା ଜରୁରୀ।
- ଭଳି ସଂଗଠନକୁ ରୋକିବା ପାଇଁ ବିଶ୍ୱ ସମ୍ପ୍ରଦାୟ ଏକଜୁଟ ହେବା ଜରୁରୀ।
“ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ। ସୀମାପାର ଆତଙ୍କବାଦ ଏବଂ ଏହାର ସମର୍ଥକମାନଙ୍କୁ ରୋକିବା ପାଇଁ ଆମକୁ ଦୃଢ଼ ପଦକ୍ଷେପ ନେବାକୁ ହେବ।”