“କିନ୍ନର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ପୁଲିସ ଗୁଳିରେ ଆହତ”

କିନ୍ନର ହତ୍ୟା ମାମଲାରେ ଏକ ଏନକାଉଣ୍ଟର ଘଟିଛି। ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ପୁଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ଆହତ ହୋଇଛି। ବାମ ଗୋଡ଼ରେ ଗୁଳି ଲାଗିବା ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ଆଜି ପିପିଲି ପୁଲିସଙ୍କୁ ସୂଚନା ମିଳିଥିଲା ଯେ କିନ୍ନର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ତାରକାଜୁ ନିକଟରେ ଦେଖାଯାଇଛି। ଏହାପରେ ପୁଲିସ ଟିମ୍ ତାଙ୍କୁ ଧରିବା ପାଇଁ ପିଛା କରିବା ସମୟରେ ଏନକାଉଣ୍ଟର ଘଟିଥିଲା। ପୁଲିସକୁ ଦଳକୁ ଦେଖି କୃଷ୍ଣ କାଣ୍ଡି ଖସିଯିବାକୁ ଚେଷ୍ଟା କରିଥିଲା । ଏହାସହ ପୁଲିସ୍ ଦଳ ଉପରେ ଗୁଳି ଚଳାଇଥିଲା । ଜବାବରେ ପୁଲିସ୍ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା ।

ଅଭିଯୁକ୍ତ କାଣ୍ଡିଙ୍କ ଗୋଡ଼ରେ ଆଘାତ ଲାଗିଥିଲା, ପୋଲିସ ଦଳ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ପିପିଲି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ଏବଂ ଅଧିକ ଚିକିତ୍ସା ପାଇଁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କ୍ରିଷ୍ଣା କାଣ୍ଡି ଧରାପଡ଼ିଥିଲେ ମଧ୍ୟ କିନ୍ନର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅପରାଧୀ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।