
ଆରବ ସାଗରରେ ଆମେରିକା ଇରାନର ଡ୍ରୋନକୁ ମରଇ ଖସେଇଲା | ଆମେରିକାର ଯୁଦ୍ଧପୋତ USS ଆବ୍ରାହମ୍ ଲିଙ୍କନ ନିକଟକୁ ଆକ୍ରାମକ ଭାବରେ ଆସୁଥିବା ଇରାନର ଏକ ଡ୍ରୋନ୍କୁ ଅମେରିକୀୟ F35C ଯୁଦ୍ଧବିମାନ ମାରି ଖସାଇଦେଇଛି | ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ ଏହି ଘଟଣାର ସୁଚନା ଦେଇ ସେହି ଡ୍ରୋନକୁ ଶାହେଦ 139 ବୋଲି ଚିହ୍ନଟ କରିଛି |
ଘଟଣା ସମୟରେ USS ଆବ୍ରାହମ୍ ଲିଙ୍କନ ଇରାନର ଦକ୍ଷିଣ ଉପକୂଳରୁ ପ୍ରାୟ 800 କିମି ଦୂରରେ ଅନ୍ତର୍ଜାତୀୟ ଜଳସୀମାରେ ମୁତୟନ କରିଥିଲା | ଡ୍ରୋନକୁ ବାରମ୍ବାର ସତର୍କ କରାଯାଇଥିଲା ସତ୍ୱେ ସେ ଜାହାଜ ପାଖକୁ ଆସିବା ବନ୍ଦ କରିନଥିଲା | ଯାହାର ପରିଣତିରେ ସୁରକ୍ଷାକ୍ରମେ ଏହାକୁ ମାରି ଖସାଇବାକୁ ପଡ଼ିଲା |
ଏପର୍ଯ୍ୟନ୍ତ ଆମେରିକାର ଦାବି ଉପରେ ଇରାନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି | ଏହି ଘଟଣା ଦୁଇ ଦେଶ ମଧ୍ୟରେ ଲାଗିଥିବା ଝଗଡାକୁ ଆଉହୁରି ଗଭୀର କରିଦେଇଛି | ଗତ ମାସରେ ମଧ୍ୟ ପ୍ରାଚ୍ୟରେ ଆମେରିକା ତାଙ୍କ ସାମରିକ ସଂଖ୍ୟା ବଢ଼ାଇଥିଲା ଏକାଧିକ ଯୁଦ୍ଧପୋତ, F35 ଏବଂ F15 ଯୁଦ୍ଧବିମାନ ମୁତୟନ କରି ସମୁଦ୍ରସୀମାରେ ପରିସ୍ଥିତିକୁ ସତର୍କ ନଜରରେ ରଖିଥିଲା| ଯାହା ଲାଗୁଛି ଯଦି ଏପରି ପରିସ୍ଥିତି ଲାଗି ରୁହେ ତେବେ , କୋଣସି ସମୟରେ ଛୋଟ ଘଟଣା ବଡ଼ ସଂଘର୍ଷରୁ ଯୁଦ୍ଧକୁ ନେଇଯାଇପାରେ |