
ସୁଦାନରେ ବିଦ୍ରୋହୀ ଆତଙ୍କୀ ସଂଗଠନ ଦ୍ୱାରା ଅପହୃତ ହୋଇଥିବା ଜଣେ ଓଡ଼ିଆ ଯୁବକ ସୁରକ୍ଷିତ ଭାବେ ଭାରତ ଫେରିଆସିଛନ୍ତି। କେନ୍ଦ୍ର ସରକାରଙ୍କ ଉଦ୍ୟମ ପରେ ସେ ଭାରତ ଫେରିଛନ୍ତି । ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଛି ।
ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା କାମ କରିବା ସମ୍ପର୍କରେ ସୁଦାନ ଯାଇଥିବାବେଳେ ହଠାତ୍ ବିଦ୍ରୋହୀ ଆତଙ୍କୀ ସଂଗଠନ ଦ୍ୱାରା ଅପହରଣ କରାଯାଇଥିଲା। ସୁଦାନରେ ଚାଲୁଥିବା ଗୃହଯୁଦ୍ଧ, ରାଜନୈତିକ ଅସ୍ଥିରତା ଓ ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ସେଠାରେ ଅନେକ ବିଦେଶୀ ନାଗରିକ ଅସୁରକ୍ଷିତ ହୋଇପଡ଼ିଥିଲେ।
ସୁଦାନରେ ଫସିଯାଇଥିବାରୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତାର କିଛିଦିନ ପରେ କାମ କରୁଥିବା କଂପାନୀକୁ ଯାଇଥିବାବେଳେ ଆଦର୍ଶକଙ୍କୁ ଉଠାଇ ନେଇଥିଲେ ବିଦ୍ରୋହୀ ଆତଙ୍କୀ ସଂଗଠନ RSFର ସଦସ୍ୟ। ପରିବାର ଲୋକଙ୍କ ପାଖକୁ ଆସିଥିବା ଭିଡ଼ିିଓରେ ଆତଙ୍କୀମାନେ ଏକ ଜଙ୍ଗଲରେ ତାଙ୍କୁ ରଖିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ।
ଅପହରଣ ଖବର ମିଳିବା ସହିତ ପରିବାର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ପରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ, ଦୂତାବାସ ଓ ସମ୍ପର୍କିତ ସଂସ୍ଥାଗୁଡ଼ିକର ସଂଯୁକ୍ତ ପ୍ରୟାସରେ ଯୁବକଙ୍କୁ ମୁକ୍ତ କରାଯାଇ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣାଯାଇଛି।
ତାପରେ ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ୱର ପହଞ୍ଚିଛନ୍ତି। ଆବୁଧାବିରୁ ବିମାନ ଯୋଗେ ହାଇଦ୍ରାବାଦ ଓ ସେଠୁ ଭୁବନେଶ୍ୱର ପହଞ୍ଚିଛନ୍ତି। ସୁରକ୍ଷିତ ଭାବେ ଆଦର୍ଶ ଫେରିଥିବାରୁ ପରିବାରରେ ଖୁସିର ଲହରି ଖେଳୀଯାଇଛି।
ଭାରତ ଫେରିବା ପରେ ଯୁବକଟି ତାଙ୍କ ଜୀବନର ଭୟଙ୍କର ଅନୁଭବ ବିଷୟରେ କହିଥିବାବେଳେ, ପରିବାର ଲୋକେ ଏବଂ ଆଦର୍ଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।