ଆଜି ପବିତ୍ର ଦେଵଉତ୍ଥନୀ ଏକାଦଶୀ । ଆଜିର ଦିନରେ ଶ୍ୟାମ ବାବାଙ୍କ ଜନ୍ମୋତ୍ସବ ।ମାରଓ୍ବାଡୀ ସଂପ୍ରଦାୟର ଆରାଧ୍ୟ ଦେବତା ଶ୍ୟାମ ଖଟୁ ବାବା । ରାଇରଙ୍ଗପୁରରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ତ୍ରୀଦିଵସୀୟ ୨୦ ତମ ଶ୍ୟାମ ମହୋତ୍ସବ ଶନିବାର ଦେଵଉତ୍ଥନୀ ଏକାଦଶୀ ଅବସରରେ ଶୁଭାରମ୍ଭ ହୋଇଛି । ଆଜି ସକାଳେ ଶ୍ୟାମ ଅଖଣ୍ଡ ଜ୍ୟୋତି ପାଠ କରାଯାଇଥିଲା। ୧୦୦୦ ରୁ ଉର୍ଦ୍ଧ୍ବ ଆବାଳ ବୃଦ୍ଧ ବନିତା ରାଇରଙ୍ଗପୁର ସହରର ଅଁଳାଡୁଵାସ୍ଥ ଠାକୁରାଣୀ ବେଡା ମନ୍ଦିର ପରିସରରେ ପୂଜାର୍ଚ୍ଚନା କରିଥିଲେ ।
ପରେ ଏକ ଆକର୍ଷଣୀୟ ସୁସଜ୍ଜିତ ରଥରେ ଶ୍ୟାମ ବାବାଙ୍କୁ ରଖି ସମସ୍ତେ ନୂତନ ରଙ୍ଗବେରଙ୍ଗ ପୋଷାକ ପରିଧାନ କରି ହାତରେ ନିଶାନା ଧରି ନାଚି ନାଚି ସହରର ଜଗନ୍ନାଥ ମନ୍ଦିର, ଗୋଲେଇ ଛକ ପରେ ବଜାରର ରାମ ମନ୍ଦିର ପରିକ୍ରମା କରିଥିଲେ । ପରେ ରାମ ମନ୍ଦିର ପହଞ୍ଚି ସେଠାରେ ନିଶାନା ଓହ୍ଲାଇ ଶ୍ୟାମ ବାବାଙ୍କ ଦର୍ଶନ କରିଥିଲେ । ମନ୍ଦିର କମିଟି ତରଫରୁ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା