କାମଠଣା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ )ଭବାନୀପାଟଣା ସଦର ଅଧୀନ କାମଠଣା କ୍ଲଷ୍ଟର କାମଠଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ସି ଆର ସି ସି ଦୁର୍ଗା ଅଚାରୀ ଙ୍କ ତତ୍ତ୍ଵାବଧାନରେ ଓ ସ୍କୁଲ ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମହାପାତ୍ର ଙ୍କ ସଭାପତିତ୍ବରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁଇଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କାଲି ପ୍ରଦାସ ମିଶ୍ର,ଶେଷଦେବ ମିଶ୍ର,ବିଜୟ ଶଙ୍କର ମୁନି,ସତ୍ୟବାନ ପ୍ରଧାନୀ,ପ୍ରମୁଖ ମଞ୍ଚାସିନ ଥିଲେ | ତେବେ କାମଠଣା କ୍ଲଷ୍ଟର ର ପ୍ରତ୍ୟେକ ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ |

ପରେ ଛାତ୍ରଛାତ୍ରୀ ଙ୍କୁ ନେଇ ଚିତ୍ରାଙ୍କନ,ଗଳ୍ପକଥନ,ଗଣିତ ଦୌଡ଼,ଗଣିତ କୁଇଜ,ପ୍ରବନ୍ଧ ଲିଖନ,ବକୃତା,ବିଭିନ୍ନ ପ୍ରତିଯୋଗିତା ହୋଇଥିବା ବେଳେ କାମଠଣା କ୍ଲଷ୍ଟର ର ଅନେକାଂଶ ସ୍କୁଲ ଛାତ୍ରଛାତ୍ରୀ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ | ଶେଷରେ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କାମଠଣା କ୍ଲଷ୍ଟର ର ବିଭିନ୍ନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ବିଶେଷ ସହଯୋଗ କରିଥିଲେ |