ବାରହା ଆତଙ୍କରେ ଚାଷୀ

କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) ବରାହ ଆତଙ୍କରେ ଚାଷୀ ହଇରାଣ ହୋଉଥିବା ଦେଖିବାକୁ ମିଳିଛି | ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗାଁ ରେ | ନିକଟସ୍ଥ ବିରିପୁରା ପାହାଡ଼ ରୁ ବାରହା ଆଶି ଚାଷ ନଷ୍ଟ କରୁଥିବା ରୁ ଚାଷୀ ମୁଣ୍ଡ ରେ ଚଡକ ପଡିଛି |ଅନେକ ଥର ବନ ବିଭାଗ କୁ ଅଭିଯୋଗ କରିଥିଲେ ସୁଦ୍ଧା ତଦନ୍ତ ପାଇଁ ଆସୁନାହାନ୍ତି ବୋଲି ଚାଷୀ ଅଶାନ୍ତି ପ୍ରକାଶ କରିଛନ୍ତି |

ସେହିପରି ବିରିପୁରା ପାହାଡ଼ ର ପାଦ ଦେଶ ରେ ତିଆରି ହୋଇଥିବା ତାର ବାଡ଼ ନିମ୍ନ ମାନର କାମ ହୋଇଥିବା ଯୋଗୁଁ କମ ଦିନ ମଧ୍ୟରେ ନଷ୍ଟ ହୋଇଥିଲା |ଫଳରେ ଜଙ୍ଗଲୀ ଜୀବଜନ୍ତୁ ଙ୍କ ଉପଦ୍ରଵ ରେ କଲବଳ ହୋଉଥିବା ଚାଷୀ ଅଭିଯୋଗ କରିଛନ୍ତି | ତେବେ ବନବିଭାଗ ପକ୍ଷରୁ ଜଙ୍ଗଲ ଏବଂ ଜଙ୍ଗଲୀ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ କିଛି ବର୍ଷ ତଳେ ଜଙ୍ଗଲ ରେ ଗଛ ଲଗାଇବା ସହ ତାର ବାଡ଼ ତିଆରି ହୋଇଥିଲା |

କିନ୍ତୁ ତାର ବାଡ଼ ରକ୍ଷଣା ବେକ୍ଷଣ ବନବିଭାଗ ପକ୍ଷରୁ ଅଭାବ ଦେଖା ଦେଉଛି ବୋଲି ଚାଷୀ କୂଳ ରେ ଚର୍ଚ୍ଚା ହୋଉଛି | ତେବେ ଖବର ପ୍ରସାରଣ ପରେ ଚାଷୀ ଙ୍କ ଅଭିଯୋଗ ଅନୁଯାଇ କେସିଙ୍ଗା ବନବିଭାଗ ତଦନ୍ତ ପାଇଁ ଯିବେ ନା ନାହିଁ ତାହା ଏବେ ଦେଖିବାକୁ ବାକି ରହିଲା |