ଦିର୍ଘ ଦିନ ଧରି ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ଘରେ ପଶି ସ୍ମାର୍ଟ ଫୋନ୍ ଚୋରି କରୁଥିବା ଜଣେ ଯୁବକ କୁ ଧରିବାରେ ସଫଳ ହୋଇଛି ଲକ୍ ଥାନା ପୋଲିସ । ତା ନିକଟରୁ ୧୦ ଟି ସ୍ମାର୍ଟ ଫୋନ୍ ଜବତ କରିବା ସହିତ ତାକୁ କୋର୍ଟ ଚାଲାଣ କରାଯାଇଛି । ଗତ କାଲି ନିମିଢିହି ଗ୍ରାମର ପ୍ରମୋଦ ତରାଇ ଙ୍କ ଘରେ ଭଡ଼ା ରହୁଥିବା କିଛି କର୍ମଚାରୀଙ୍କ ୪ ଟି ସ୍ମାର୍ଟ ଫୋନ୍ ଚୋରୀ ହୋଇଥିଲା ।
ପ୍ରମୋଦ ଏ ନେଇ ଲକ୍ ଥାନା ରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଯେଉଁଥିରେ ନିମିଢିହି ଗ୍ରାମର ସନାତନ ଲେଙ୍କା ଙ୍କ ପୁଅ ସୌମେନ୍ଦ୍ର ଲେଙ୍କା (ଜଟିଆ) ଫୋନ୍ ଚୋରି କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଉକ୍ତ ଚାରୋଟି ଫୋନ୍ ସହିତ ଆଉ ୬ ଟି ସ୍ମାର୍ଟ ଫୋନ୍ ଜବତ କରିଛି ।
ଜଟିଆ କୁ ପଚରା ଉଚୁରା କରିବା ପରେ ଉକ୍ତ ଫୋନ୍ ଗୁଡ଼ିକୁ ଜାହାର ଫୋନ୍ ତାଙ୍କୁ ଖବର ଦିଆଯାଇ ଫେରାଇବାର ବ୍ୟବସ୍ଥା କରାଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି । ସେହିପରି ଜଟିଆ ନାମରେ ପାରାଦ୍ଵୀପ, ଲକ୍ ଥାନା, ବିରିଡି ଥାନାରେ ପାଖାପାଖି ୧୪ ରୁ ଉର୍ଦ୍ଧ୍ୱ କେସ ରହିଥିବା ପୋଲିସ୍ ସୂଚନା ଦେଇଛି ।