
ଲଗାତାର ଲଗାଣ ବର୍ଷରେ ବ୍ରାହ୍ମଣୀରେ ସୃଷ୍ଟି ହୋଇଥିଲା | ଦୁଇ ଦୁଇଟି ବନ୍ୟା ପଟ୍ଟାମୁଣ୍ଡାଇ ବ୍ଲକ ର କିଛି ପଞ୍ଚାୟତ ସମେତ ରାଜନଗର ବ୍ଲକ ର ୪ଟି ପଞ୍ଚାୟତ ଯଥା ବନ୍ଧପଡା,ଓସ୍ତିଆ, ବେଲପାଳ ଓ ରାଜପୁର ର ଜନସାଧାରଣ ଦୀର୍ଘ ୧୫ ଦିନ ଧରି ଜଳମଗ୍ନ ମଧ୍ୟରେ ରହିଥିଲେ । ଗୋଟେ ପଟେ ବନ୍ୟାରେ ଆସିଥିବା କୁମ୍ଭୀରର ଭୟ ଥିବା ବେଳେ ଅନ୍ୟ ପଟେ ଖାଦ୍ୟ ଓ ପିଇବା ପାଣିର ଅନେକ ସମସ୍ୟା ରହିଥିଲା ।
ଏଭଳି ଅବସ୍ଥାରେ ଚାହିଁଲେ ବି କୌଣସି ସ୍ବେଛାସେବୀ ସଂଗଠନ ଜଳ ବନ୍ଦୀରେ ରହିଥିବା ପରିବାର ପାଖରେ ପହଂଚି ପାରୁନଥିଲା । କିନ୍ତୁ ବନ୍ୟା ଛାଡ଼ିବା ପରେ ପ୍ରଥମ କରି ରାଜନଗର ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ପକ୍ଷରୁ ମହିଳା ମାନଙ୍କ ଦ୍ୱାରା ଓସ୍ତିଆ ଓ ବେଲପାଳର ଦୁଇଟି ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।
ମହାସଂଘର ସମ୍ପାଦିକା ଶଶିକଳା ରାଉତ ଓ ସଭାନେତ୍ରୀ ଅନୁସୟା ମାହାନ୍ତି ଙ୍କ ନେତୃତ୍ୱରେ ସମସ୍ତ ମହିଳା ସଦସ୍ୟ ଙ୍କ ମିଳିତ ଆର୍ଥିକ ସହଯୋଗ ରେ ବନ୍ୟା ପ୍ରଭାବିତ ହୋଇଥିବା ୩୦ ରୁ ଉର୍ଦ୍ଧ ଅସହାୟ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।
ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କର ଅନେକ ପ୍ରଶଂସା ସାଉଁଟି ଥିଲେ ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ । ଗ୍ରାମବାସୀ କହିଥିଲେ ଯେ, ଯେତେବେଳେ ପ୍ରଶାସନିକ ଅଧିକାରୀ ମାନେ ବନ୍ୟା ପରେ ସେମାନଙ୍କ ପାଖରେ ପହଂଚି ନଥିଲେ କିମ୍ବା କେମିତି ସେମାନଙ୍କ ଅବସ୍ଥା ଅଛି ତାହା ବୁଝି ମଧ୍ୟ ନଥିଲେ, ଠିକ ସେତିକି ବେଳେ ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ର ଏଭଳି ସହାୟତା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।
ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ମହାସଂଘ ର ସମ୍ପାଦିକା ଓ ସଭାନେତ୍ରୀ ଙ୍କ ସହିତ ଅନ୍ୟ ମହିଳା ସଦସ୍ୟ ମାନେ ସାମିଲ ହୋଇଥିଲେ।