ବାହୁଡା଼ରେ ଜଗନ୍ନାଥଙ୍କ ସମ୍ପତି ଚୋରି, ପୋଲିସର ତଦନ୍ତ ଜାରି

ଆଜି ହେଉଛି ପବିତ୍ର ବାହୁଡା଼ ଯାତ୍ରା, ପ୍ରଭୁ ଜଗତ ର ନାଥ ଶ୍ରୀ ଜଗନ୍ନାଥ ରଥରେ ବସି ମାଉସୀ ମା ଘରୁ ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ଯାହାକୁ ଦେଖିବା ପାଇଁ ପୁରୀ ସରଧା ବାଲିରେ ଲକ୍ଷ ଲକ୍ଷ ଭକ୍ତ ଙ୍କ ଭିଡ ଜମି ଥିବା ବେଳେ ଏପଟେ ରାଜନଗରର ବ୍ଲକ୍ ବ୍ରାହ୍ମଣ ସାହି ଇସ୍କନ ମନ୍ଦିରରେ ଦୃର୍ବୁତ୍ତ ମାନେ କଳାକନ ବୁଲାଇଛନ୍ତି। ବିଳମ୍ବିତ ରାତିର ସୁଯୋଗ ନେଇ ଠାକୁରଙ୍କ ସମ୍ପତି ଚୋରି କରିଛନ୍ତି।

ସୂଚନା ଅନୁଯାୟୀ ଗତକାଲି ବ୍ରାହ୍ମଣସାହି ଇସ୍କନ ମନ୍ଦିରର ସମସ୍ତ ସେବାୟତ ମାନେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ ତାହର ସୁଯୋଗ ନେଇ ରାତି ୧ ଘଟିକା ସମୟରେ ଦୁଇଟି ବାଇକରେ ୬ ଜଣ ଦୃର୍ବୁତ୍ତ ଆସି ପ୍ରଭୁ ଜଗନ୍ନାଥଙ୍କ ରୂପା ବାସନ, ଦାନ ହୁଣ୍ଡି ସହିତ ଗୋଟିଏ ଲାପଟପ୍ ଓ ଗୋଟିଏ ଟ୍ୟାବ୍ଲେଟ୍ ଚୋରି କରି ନେଇଯାଇଛନ୍ତି।

ତେବେ ତମାମ ଘଟଣା ମନ୍ଦିରରେ ଲାଗିଥିବା ସିସିଟିଭିରେ କୟଦ ହେବା ପରେ ମନ୍ଦିରର ସମ୍ପାଦକ ଅର୍ଜୁନ ଚରଣ ନାୟକ ରାଜନଗର ଥାନାରେ ଅଭିଯୋଗ କରିବା ପରେ ରାଜନଗର ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରି ଅଧିକ ଛାନ୍ ଭିନ୍ ଆରମ୍ଭ କରିଛି।ଅନ୍ୟ ପଟେ ଜଗନ୍ନାଥଙ୍କ ଦ୍ୱାର କେବେ ଅନ୍ଧାର ନଥାଏ ଦୃର୍ବୁତ୍ତ ମାନେ ନିଶ୍ଚୟ ଧରା ପଡିବା ନେଇ ମନ୍ଦିର ସମ୍ପାଦକ ଅର୍ଜୁନ ଚରଣ ନାୟକ କହିଛନ୍ତି ।