ଓଏଏସ ଅଧିକାରୀଙ୍କୁ ମାରାତ୍ମକ ଆକ୍ରମଣ ଘଟଣ..ଜିଲ୍ଲା ଓଏଏସ ସଂଘର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରାଜ୍ୟରେ ବାରମ୍ବାର ପ୍ରାଶାସନିକ ସେବା ଅଧିକାରୀଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ହେଉଥିବା ନଜରକୁ ଆସିଛି। ରାଜ୍ୟ ସରକାର ଏନେଇ ଗତ ଦିନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ସୁଦ୍ଧା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରୁ ନାହାନ୍ତି। ରାଜଧାନୀରେ ବିଏମସି ଅତିରିକ୍ତ କମିଶନରଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟରତ ସମୟରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଉକ୍ତ ଘଟଣାକୁ ନେଇ କୋରାପୁଟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନିକ ସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣର ପ୍ରତିବାଦ ଏବଂ ଆସାମୀ ମାନଙ୍କର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କୋରାପୁଟ ଜିଲ୍ଲା ପ୍ରଶାସନୀକ ସଂଘ ସଭାପତି ତପନ କୁମାରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ବେଣୁଧର ଶବର,ପ୍ରେମଲାଲ ହିଆଲ,ଜ୍ଞାନଜୀତ ତ୍ରୀପାଠୀ ସହ ଜିଲ୍ଲାର କାର୍ଯ୍ୟରତ ଓଏଏସ ଅଧିକାରୀ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ନିଷ୍ପତ୍ତିରେ ଛୁଟିରେ ଯିବେ ନାହିଁ କିନ୍ତୁ ପ୍ରତିଶୃତି ମୁତାବକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଗିରଫ କରିବାକୁ ଦାବି କରିଛନ୍ତି। ସରକାରଙ୍କ ପାଖରେ ସହଯୋଗ କାମନା କରିବା ସହ ଯଥାଶୀଘ୍ର ସେବା ଅଧିକାରୀଙ୍କ ସୁରକ୍ଷା ନେଇ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ନିବେଦନ କରିଛନ୍ତି।।