ଅଟୋ ଓଲଟି ଚାଳକ ଗୁରୁତ୍ଵର

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରିକିମାହା ପଞ୍ଚାୟତ ଗେରେଙ୍ଗାଗୁଡା ଗ୍ରାମ ର ଜଳେନ୍ଦ୍ର ବିବାର ବୋଲି ଜଣାପଡ଼ିଛି। ଅଟୋ ତିଆରି କରିବାକୁ ଯାଇ ଅଟୋ ରେ ଫେରୁଥିବା ବେଳେ ରାୟଗଡ଼ା , କନ୍ଧମାଳ ଜିଲ୍ଲା ସିମାନ୍ତ ପଣସପଦର ନିକଟସ୍ଥ ଏକ ବୁଲାଣି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଅଟୋ ଓଲଟି ପଡିବାରୁ ଚାଳକ ଙ୍କ ଗଡ଼ ଭାଙ୍ଗି ଗୁରୁତ୍ବର ଅବସ୍ଥାରେ ଆହତ ହେଇଥିବା ଦେଖିବାକୁ ମିଳିଛି। ଅଟୋ ଚାଲକ ଙ୍କ ନାମ ଜଳେନ୍ଦ୍ର ବିବାର (୩୦ ) ନିଜ ଗ୍ରାମ ଗେରେଙ୍ଗାଗୁଡା। ଗତକାଲି ଅଟୋ ଖରାପ ହେବାରୁ କୋଟଗଡ଼ ଗ୍ୟାରେଜ କୁ ନେଇ ଥିଲେ , ଅଟୋ ଟି ସମ୍ପୁର୍ଣ୍ଣ ତିଆରି ନହେବାରୁ ଆଉ ଏକ ଅଟୋ ଧରି ଫେରୁଥିବା ସମୟରେ ଅଟୋର ଟେରିଙ୍ଗ୍ କାମ ନକରିବାରୁ ଅଟୋ ଟି ରାସ୍ତା ବୁଲାଣି ହେଇଥିବାରୁ ବିପରିତ ଦିଗକୁ ଓଲଟି ପଡିଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗାଯୋଗ କରି ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇ ଥିଲେ।