
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ର କାଶିପୁର ଶିବ ମନ୍ଦିର ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଙ୍କ କିମ୍ବଦନ୍ତୀ ଅନୁଯାଇ, ତିନି ସତକ ବର୍ଷ ପୂର୍ବେ ଉତ୍ତରପ୍ରଦେଶସ୍ଥିତ ବନାରସ ଧାମ କାଶୀବିଶ୍ୱନାଥ ଶୈବ ପୀଠରୁ କାଶୀପୁର ମହାରାଜ ଯ୍ୟତିରଲିଙ୍ଗ ଆଣି ନୀଳକଣ୍ଠେଶ୍ଵର ଙ୍କ ନାମେ ସ୍ଥାପନା କରିଥିଲେ। ପ୍ରାୟ ତିନି ଶତକ ବର୍ଷ ର ପୁରାତନ ମନ୍ଦିର କୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯାଇଛି।
ମନ୍ଦିରଟି ପଞ୍ଜାବ ଅମୃତଶର ସ୍ବର୍ଣ୍ଣ ମନ୍ଦିର ଭଳି କାରୁକାର୍ଯ୍ୟା ଶିଳ୍ପୀ ରେ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁ, ଭକ୍ତଙ୍କ ମନ ମୋହିଲା ଭଳି କାଶୀପୁର ନୀଳକଣ୍ଠେଶ୍ଵର ମନ୍ଦିର ଲକ୍ଷେ ଚମ୍ପା ର ଚମ୍ପା ବଣେ ଅବସ୍ଥିତ। ରାଜ୍ୟରୁ ଶ୍ରଦ୍ଧାଳୁ ମାନେ ଲକ୍ଷେ ଚମ୍ପା ପୁଷ୍ପ ଚଢାଇବାର ମାନସିକ ଉପାସନା କରି ଏଠାକୁ ଆସିଥାଆନ୍ତି। ମନ୍ଦିର ଚତୁର୍ପାଶ୍ୱ ରେ ଚମ୍ପା ବଣ, ମନ୍ଦିର ପ୍ରାଙ୍ଗଣ ଚମ୍ପା, ଚମ୍ପା ମହକରେ ପ୍ରସ୍ଫୁଟିତ ହୋଇଥାଏ।

ଆଜି ନବନିର୍ମିତ ନୀଳକଣ୍ଠେଶ୍ଵର ମନ୍ଦିର ନିର୍ମାଣ ଉତ୍ସବ ର ପ୍ରଥମ ଦିବସ ମହା ଯଜ୍ଞ ଅବସରରେ କାଶୀପୁର ପଞ୍ଚମ ମହାରାଜ ଶ୍ରୀ ଶ୍ରୀ ଦୁବେନ୍ଦୁ କୁମାର ସିଂଦେଓ ଧର୍ମପତ୍ନୀ ଶ୍ରୀମତୀ ହେମଲତା ସିଂଦେଓ ନୀଳକଣ୍ଠେଶ୍ଵରଙ୍କ ଆରାଧ୍ୟରେ ସମର୍ପିତ ହୋଇଥିଲେ। ଏହି କ୍ଷେତ୍ରରେ ଭକ୍ତଙ୍କ ସମାଗମ ମଧ୍ୟ ଦେଖିବାକୁ ମିଳିଥିଲା ।
ମନ୍ଦିର ପ୍ରତିଷ୍ଠା ଉତ୍ସବର କାର୍ଯ୍ୟସୂଚୀ ପ୍ରଥମ ଦିବସ ତା ୫/୬/୨୫ ଗୁରୁବାର ଦୀକ୍ଷା ଅଙ୍କୁରାରୋପଣ, ମଣ୍ଡଳ କୋରଣ। ୬/୬ ଶୁକ୍ରବାର ଦଳଯାତ୍ରା,କର୍ମାରମ୍ଭ,ସୂର୍ଯ୍ୟପୂଜା, ଶାଲାପୂଜା,ଅଗ୍ନିସଂସ୍କାର, ନାମଯଜ୍ଞ ଆରମ୍ଭ। ତା ୭/୬ ଶନିବାର ଶାଲାପୂଜା,ସୂର୍ଯ୍ୟପୂଜା,ଗୋପୁଜା,ମହାସ୍ନାନ ଶୟନ, ଦେବତା ପ୍ରାଣପ୍ରତିଷ୍ଠା। ତା ୮/୬ ରବିବାର ଦେବତା ନବଯୌବନ ଦର୍ଶନ,ଅନୁଯଜ୍ଞ ଦେବତା ସିଂହାସନ ଆରୋହଣ ଓ ପୂର୍ଣ୍ଣାହୁତି। ଏହି ଭଳି ଚାରିଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଡମ୍ବରେ ଆୟୋଜନ କରାଯିବ।